ନିଦରେ ଶୋଇଥିଲେ ପୂରା ପରିବାର, ନିଆଁ ଲାଗି ଚାଲିଗଲା ୭ ଜୀବନ

ମୁମ୍ଵାଇ ୦୩।୦୪: ମହାରାଷ୍ଟ୍ରର ଛତ୍ରପତି ସମ୍ୱାଜିନଗରରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା। ଘରେ ଶୋଇଥିବା ବେଳେ ନିଆଁ ଲାଗି ୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ମହିଳା, ୨ଶିଶୁ ଏବଂ ୨ ପୁରୁଷ ଥିବା ଜଣାପଡିଛି। ଘଟଣାସ୍ଥଳରେ ପୋଲିସ୍‌ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଘଟଣାର ଛାନଭିନ୍‌ କରୁଛନ୍ତି।ସୂଚନାଅନୁସାରେ ମଙ୍ଗଳବାର ବିଳମ୍ଵିତ ରାତିରେସମ୍ୱାଜିନଗର ସ୍ଥାନୀୟ ଅଞ୍ଚଳରେ ଥିବା ଏକ ତିନି ମହଲା ବିଲ୍ଡିଂରେ ହଠାତ୍‌ ନିଆଁ ଲାଗିଯାଇଥିଲା। ତେବେ ନିଆଁ ଲାଗିବା ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଏହି ସମୟରେ ଉକ୍ତ ପରିବାର ଲୋକେ ନିଦରେ ଶାେଇଥିଲେ। ହେଲେ ସେତେବେଳକୁ ହୋଇଯାଇଥିଲା ବିଳମ୍ଵ। ନିଆଁ ଲାଗିବା ଦ୍ଵାରା ଶ୍ଵାସରୁଦ୍ଧ ହୋଇ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ୩ ମହିଳା, ୨ଶିଶୁ ଏବଂ ୨ ପୁରୁଷ ରହିଛନ୍ତି।ସେହିପରି ଅଗ୍ନିଶମ ବାହିନୀ ଓ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ପ୍ରଥମେ ସମସ୍ତ ମୃତଦେହକୁ ଉଦ୍ଧାର କରି ଛତ୍ରପତି ସମ୍ୱାଜିନଗର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ସଠିକ୍‌ କାରଣ ଜଣାପଡିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଏହି ଅଗ୍ନିକାଣ୍ଡରେ କିଛି ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି। ଏନେଇ କୌଣସି ଆଧିକାରିକ ବୟାନ ଜାରି କରାଯା

ନିଦରେ ଶୋଇଥିଲେ ପୂରା ପରିବାର, ନିଆଁ ଲାଗି ଚାଲିଗଲା ୭ ଜୀବନ

ମୁମ୍ଵାଇ ୦୩।୦୪: ମହାରାଷ୍ଟ୍ରର ଛତ୍ରପତି ସମ୍ୱାଜିନଗରରୁ ସାମ୍ନାକୁ ଆସିଛି ଏକ ଦୁଃଖଦ ଘଟଣା। ଘରେ ଶୋଇଥିବା ବେଳେ ନିଆଁ ଲାଗି ୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ମହିଳା, ୨ଶିଶୁ ଏବଂ ୨ ପୁରୁଷ ଥିବା ଜଣାପଡିଛି। ଘଟଣାସ୍ଥଳରେ ପୋଲିସ୍‌ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଘଟଣାର ଛାନଭିନ୍‌ କରୁଛନ୍ତି।

ସୂଚନାଅନୁସାରେ ମଙ୍ଗଳବାର ବିଳମ୍ଵିତ ରାତିରେସମ୍ୱାଜିନଗର ସ୍ଥାନୀୟ ଅଞ୍ଚଳରେ ଥିବା ଏକ ତିନି ମହଲା ବିଲ୍ଡିଂରେ ହଠାତ୍‌ ନିଆଁ ଲାଗିଯାଇଥିଲା। ତେବେ ନିଆଁ ଲାଗିବା ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। ଏହି ସମୟରେ ଉକ୍ତ ପରିବାର ଲୋକେ ନିଦରେ ଶାେଇଥିଲେ। ହେଲେ ସେତେବେଳକୁ ହୋଇଯାଇଥିଲା ବିଳମ୍ଵ। ନିଆଁ ଲାଗିବା ଦ୍ଵାରା ଶ୍ଵାସରୁଦ୍ଧ ହୋଇ ଗୋଟିଏ ପରିବାରର ୭ ଜଣଙ୍କର ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ୩ ମହିଳା, ୨ଶିଶୁ ଏବଂ ୨ ପୁରୁଷ ରହିଛନ୍ତି।

ସେହିପରି ଅଗ୍ନିଶମ ବାହିନୀ ଓ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ପ୍ରଥମେ ସମସ୍ତ ମୃତଦେହକୁ ଉଦ୍ଧାର କରି ଛତ୍ରପତି ସମ୍ୱାଜିନଗର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ସଠିକ୍‌ କାରଣ ଜଣାପଡିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଏହି ଅଗ୍ନିକାଣ୍ଡରେ କିଛି ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି। ଏନେଇ କୌଣସି ଆଧିକାରିକ ବୟାନ ଜାରି କରାଯାଇ ନାହିଁ । ତେଣୁ ଆଗକୁ ପୋଲିସ୍‌ର ତଦନ୍ତ ପରେ ପୁରା ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।