ନିପା ଭାଇରସ୍‌ ନେଲା ଆଉ ଏକ ଜୀବନ: ସତର୍କ ସୂଚନା ଜାରି

ଥିରୁଭାନନ୍ତପୁରମ,୨୧।୭: ନିପା ଭାଇରସ କେରଳରେ ଆଉ ଏକ ଜୀବନ ନେଇଛି। ମାଲାପୁରାମ ଜିଲାର ନିପା ଭାଇରସରେ ସଂକ୍ରମିତ ହୋଇଥିବା ଜଣେ ୧୪ ବର୍ଷର ବାଳକର ରବିବାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ସେ ଭେଣ୍ଟିଲେଟରରେ ଥିଲେ। ଏହା ପରେ ସରକାର ଏକ ସତର୍କ ସୂଚନା ଜାରି କରିଛନ୍ତି। କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ଏକ ଘରୋଇ ଡାକ୍ତରଖାନାରେ ନିପା ଭାଇରସରେ ଚିକିତ୍ସିତ ହେଉଥିବା ଶିଶୁର ମୃତ୍ୟୁ ଘଟିଛି। ସେପ୍ଟେମ୍ବର ୨୦୨୩ ପରେ […] The post ନିପା ଭାଇରସ୍‌ ନେଲା ଆଉ ଏକ ଜୀବନ: ସତର୍କ ସୂଚନା ଜାରି appeared first on Dharitri Odia News.

ନିପା ଭାଇରସ୍‌ ନେଲା ଆଉ ଏକ ଜୀବନ: ସତର୍କ ସୂଚନା ଜାରି

ଥିରୁଭାନନ୍ତପୁରମ,୨୧।୭: ନିପା ଭାଇରସ କେରଳରେ ଆଉ ଏକ ଜୀବନ ନେଇଛି। ମାଲାପୁରାମ ଜିଲାର ନିପା ଭାଇରସରେ ସଂକ୍ରମିତ ହୋଇଥିବା ଜଣେ ୧୪ ବର୍ଷର ବାଳକର ରବିବାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ସେ ଭେଣ୍ଟିଲେଟରରେ ଥିଲେ। ଏହା ପରେ ସରକାର ଏକ ସତର୍କ ସୂଚନା ଜାରି କରିଛନ୍ତି।
କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ଏକ ଘରୋଇ ଡାକ୍ତରଖାନାରେ ନିପା ଭାଇରସରେ ଚିକିତ୍ସିତ ହେଉଥିବା ଶିଶୁର ମୃତ୍ୟୁ ଘଟିଛି। ସେପ୍ଟେମ୍ବର ୨୦୨୩ ପରେ କେରଳରେ ଏହି ସଂକ୍ରମଣ ମାମଲା ପୁଣି ସାମ୍ନାକୁ ଆସିଥିଲା।
ସ୍ବାସ୍ଥ୍ୟ ବିଭାଗ କହିଛି, ପିଲାଟି ମେ ୧୨ରେ ଚିକିତ୍ସା ପାଇଁ ଏକ ଘରୋଇ କ୍ଲିନିକକୁ ଯାଇଥିଲା। ମେ ୧୫ରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶିଶୁର ମୃତ୍ୟୁ ପରେ କେରଳ ସରକାର ସତର୍କତା ଅବଲମ୍ବନ କରିବା ଆରମ୍ଭ କରିଛନ୍ତି।

The post ନିପା ଭାଇରସ୍‌ ନେଲା ଆଉ ଏକ ଜୀବନ: ସତର୍କ ସୂଚନା ଜାରି appeared first on Dharitri Odia News.