ନିଫ୍ଟିର ଐତିହାସିକ ପତନ: ୧୯୯୬ ପରେ ସବୁଠୁ ବଡ଼ ହ୍ରାସ, ନିବେଶକଙ୍କ ୮.୮୨ ଲକ୍ଷ କୋଟି ଟଙ୍କା ସ୍ୱାହା
ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ଆଜି ଲାଲ୍ର ଆତଙ୍କ ଦେଖିବାକୁ ମିଳିଛି । ସେନ୍ସେକ୍ସ ଓ ନିଫ୍ଟି ଉଭୟ ବ୍ଲାକ୍ ଫ୍ରାଇଡରେ କ୍ରାସ୍ ହୋଇଛି । ଗ୍ଲୋବାଲ୍ ଟ୍ରେଡ୍ ୱାର ଆଶଂକା ଓ ଦୁର୍ବଳ ବୈଶ୍ୱିକ ସଂକେତ ଯୋଗୁ ନିବେଶକ ଜୋରଦାର ବିକ୍ରି କରିଛନ୍ତି । ସପ୍ତାହର ଶେଷ କାରବାର ଦିନରେ ସେନ୍ସେକ୍ସ ୧୪୨୦ ଅଙ୍କ ହ୍ରାସ ପାଇ ୭୩,୧୯୨.୩୫ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ମଧ୍ୟ ୪୧୮ ଅଙ୍କ ବା ୧.୮୬ ପ୍ରତିଶତ ଖସି ୨୨,୧୨୬.୩୫ ସ୍ତରରେ ବନ୍ଦ ହୋଇଛି । ଆଜିର ଏହି ହ୍ରାସ ଏତେ ଅଧିକ ଯେ ନିବେଶକଙ୍କ ପ୍ରାୟ ୮.୮୨ ଲକ୍ଷ କୋଟି ଟଙ୍କା ବୁଡ଼ିଯାଇଛି । ଏହାସହ ନିଫ୍ଟି ଏବେ ହ୍ରାସ ମାମଲାରେ ୨୯ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି ।୧୯୯୬ ମସିହା ପରେ ପ୍ରଥମ ଥର ପାଇଁ ନିଫ୍ଟି ଲଗାତାର ୫ମ ମାସରେ ହ୍ରାସ ସହ ବନ୍ଦ ହୋଇଛି । ଆଜି ବିଏସଇ ମିଡ୍କ୍ୟାପ୍ ଓ ସ୍ମଲ୍କ୍ୟାପ୍ ବି ୨ ପ୍ରତିଶତରୁ ଅଧିକ ଖସି ବନ୍ଦ ହୋଇଛି । ଏପରିକି ସମସ୍ତ ସେକ୍ଟୋରାଲ୍ ଇଣ୍ଡେକ୍ସ ବି ଲାଲ୍ ସଂକେତରେ ବନ୍ଦ ହୋଇଛି । ଆଇଟି ଓ ଟେଲିକମ୍ ଇଣ୍ଡେକ୍ସ ୪ ପ୍ରତିଶତରୁ ଅଧିକ ହ୍ରାସ ହୋଇଛି । ଏନ୍ଭିଡିଆର ଅନୁମାନଠାରୁ ଖରାପ ରେଜଲ୍ଟ ଓ ଆମେରିକା ଅର୍ଥନୀତିରେ ମାନ୍ଦାବସ୍ଥା ଆଶଂକା ଯୋଗୁ ଆଇଟି ସେକ୍ଟରର ସେଣ୍ଟିମେଣ୍ଟକୁ ଦୋହଲାଇ ଦେଇଛି ।ଶୁକ୍ରବାର କାରବାର ଶେଷରେ ବିଏସ୍ଇ ସେନ୍ସେକ୍ସ ୧୪୧୪.୩୩ ଅଙ୍କ ବା ୧.୯୦ ପ୍ରତିଶତ ହ୍ରାସ ସହ ୭୩,୧୯୮.୧୦ ଅଙ୍କରେ ବନ୍ଦ ହୋ
ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ଆଜି ଲାଲ୍ର ଆତଙ୍କ ଦେଖିବାକୁ ମିଳିଛି । ସେନ୍ସେକ୍ସ ଓ ନିଫ୍ଟି ଉଭୟ ବ୍ଲାକ୍ ଫ୍ରାଇଡରେ କ୍ରାସ୍ ହୋଇଛି । ଗ୍ଲୋବାଲ୍ ଟ୍ରେଡ୍ ୱାର ଆଶଂକା ଓ ଦୁର୍ବଳ ବୈଶ୍ୱିକ ସଂକେତ ଯୋଗୁ ନିବେଶକ ଜୋରଦାର ବିକ୍ରି କରିଛନ୍ତି । ସପ୍ତାହର ଶେଷ କାରବାର ଦିନରେ ସେନ୍ସେକ୍ସ ୧୪୨୦ ଅଙ୍କ ହ୍ରାସ ପାଇ ୭୩,୧୯୨.୩୫ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ମଧ୍ୟ ୪୧୮ ଅଙ୍କ ବା ୧.୮୬ ପ୍ରତିଶତ ଖସି ୨୨,୧୨୬.୩୫ ସ୍ତରରେ ବନ୍ଦ ହୋଇଛି । ଆଜିର ଏହି ହ୍ରାସ ଏତେ ଅଧିକ ଯେ ନିବେଶକଙ୍କ ପ୍ରାୟ ୮.୮୨ ଲକ୍ଷ କୋଟି ଟଙ୍କା ବୁଡ଼ିଯାଇଛି । ଏହାସହ ନିଫ୍ଟି ଏବେ ହ୍ରାସ ମାମଲାରେ ୨୯ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି ।
୧୯୯୬ ମସିହା ପରେ ପ୍ରଥମ ଥର ପାଇଁ ନିଫ୍ଟି ଲଗାତାର ୫ମ ମାସରେ ହ୍ରାସ ସହ ବନ୍ଦ ହୋଇଛି । ଆଜି ବିଏସଇ ମିଡ୍କ୍ୟାପ୍ ଓ ସ୍ମଲ୍କ୍ୟାପ୍ ବି ୨ ପ୍ରତିଶତରୁ ଅଧିକ ଖସି ବନ୍ଦ ହୋଇଛି । ଏପରିକି ସମସ୍ତ ସେକ୍ଟୋରାଲ୍ ଇଣ୍ଡେକ୍ସ ବି ଲାଲ୍ ସଂକେତରେ ବନ୍ଦ ହୋଇଛି । ଆଇଟି ଓ ଟେଲିକମ୍ ଇଣ୍ଡେକ୍ସ ୪ ପ୍ରତିଶତରୁ ଅଧିକ ହ୍ରାସ ହୋଇଛି । ଏନ୍ଭିଡିଆର ଅନୁମାନଠାରୁ ଖରାପ ରେଜଲ୍ଟ ଓ ଆମେରିକା ଅର୍ଥନୀତିରେ ମାନ୍ଦାବସ୍ଥା ଆଶଂକା ଯୋଗୁ ଆଇଟି ସେକ୍ଟରର ସେଣ୍ଟିମେଣ୍ଟକୁ ଦୋହଲାଇ ଦେଇଛି ।
ଶୁକ୍ରବାର କାରବାର ଶେଷରେ ବିଏସ୍ଇ ସେନ୍ସେକ୍ସ ୧୪୧୪.୩୩ ଅଙ୍କ ବା ୧.୯୦ ପ୍ରତିଶତ ହ୍ରାସ ସହ ୭୩,୧୯୮.୧୦ ଅଙ୍କରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍ଏସ୍ଇର ୫୦ ସେୟାର ବିଶିଷ୍ଟ ନିଫ୍ଟି ୪୨୦.୩୫ ଅଙ୍କ ବା ୧.୮୬ ପ୍ରତିଶତ ଖସି ୨୨,୧୨୪.୭୦ ସ୍ତରରେ ବନ୍ଦ ହୋଇଛି ।
ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ଫେବ୍ରୁଆରୀ ୨୮ରେ ହ୍ରାସ ପାଇ ୩୮୪.୨୮ ଲକ୍ଷ କୋଟି ଟଙ୍କା ହୋଇଛି । ଯାହା ପୂର୍ବ କାରବାର ଦିନ ୩୯୩.୧୦ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୮.୮୨ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ଆଜି ପ୍ରାୟ ୮.୮୨ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ସେୟାର ବଜାରରେ ଆଜିର ଏତେ ବଡ଼ ଥିଲା ଯେ ସେନ୍ସେକ୍ସର ୩୦ ମଧ୍ୟରୁ ୨୯ ସେୟାର ଲାଲ୍ ସଂକେତରେ ବନ୍ଦ ହୋଇଛି । ଇଣ୍ଡସଇଣ୍ଡ୍ ବ୍ୟାଙ୍କର ସେୟାର ୭.୦୨ ପ୍ରତିଶତ ଖସି ଟପ୍ ଲୁଜର୍ସ ହୋଇଛି ।