ନିମନ୍ତ୍ରଣ ରକ୍ଷା କରି ଶପଥ ସମାରୋହରେ ପହଞ୍ଚିଲେ ନବୀନ

ଭୁବନେଶ୍ୱର,୧୨।୬: ଆଉ କିଛି ସମୟ ପରେ ଶପଥ ଗ୍ରହଣ କରିବେ ମୋହନ ମାଝୀ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏଥିସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମାରୋହରେ ପହଞ୍ଚିଛନ୍ତି। ମଙ୍ଗଳବାର ନବୀନ ନିବାସକୁ ଯାଇ ଭାଜପା ଦଳ ବିଧାୟକ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ। ନବୀନ ନିମନ୍ତ୍ରଣ ରକ୍ଷା କରିବା ସହ ନିଶ୍ଚିତ ଯୋଗ ଦେବେ ବୋଲି କହିଥିଲେ। ଏହିକ୍ରମରେ ବୁଧବାର ନିମନ୍ତ୍ରଣ ରକ୍ଷା କରି […] The post ନିମନ୍ତ୍ରଣ ରକ୍ଷା କରି ଶପଥ ସମାରୋହରେ ପହଞ୍ଚିଲେ ନବୀନ appeared first on Dharitri Odia News.

ନିମନ୍ତ୍ରଣ ରକ୍ଷା କରି ଶପଥ ସମାରୋହରେ ପହଞ୍ଚିଲେ ନବୀନ

ଭୁବନେଶ୍ୱର,୧୨।୬: ଆଉ କିଛି ସମୟ ପରେ ଶପଥ ଗ୍ରହଣ କରିବେ ମୋହନ ମାଝୀ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଏଥିସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମାରୋହରେ ପହଞ୍ଚିଛନ୍ତି।

ମଙ୍ଗଳବାର ନବୀନ ନିବାସକୁ ଯାଇ ଭାଜପା ଦଳ ବିଧାୟକ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ। ନବୀନ ନିମନ୍ତ୍ରଣ ରକ୍ଷା କରିବା ସହ ନିଶ୍ଚିତ ଯୋଗ ଦେବେ ବୋଲି କହିଥିଲେ।
ଏହିକ୍ରମରେ ବୁଧବାର ନିମନ୍ତ୍ରଣ ରକ୍ଷା କରି ନବୀନ ଶପଥ ସମାରୋହରେ ଯୋଗ ଦେଇଛନ୍ତି। ଶପଥ ଉତ୍ସବରେ ନବୀନଙ୍କ ଧର୍ମେନ୍ଦ୍ର ପ୍ରଧାନ ଓ ଜେପି ନଡ୍ଡାଙ୍କୁ ବସିଥିବାର ଦେଖାଯାଇଛି। ନଡ୍ଡାଙ୍କ ସହ ନବୀନ ବହୁତ ସମୟ ଯାଏ ଆଲୋଚନା କରୁଥିବାର ଦେଖିବାକୁ ମିଳିଛି।

The post ନିମନ୍ତ୍ରଣ ରକ୍ଷା କରି ଶପଥ ସମାରୋହରେ ପହଞ୍ଚିଲେ ନବୀନ appeared first on Dharitri Odia News.