ନିମନ୍ତ୍ରିତ ଅତିଥି ହୋଇ ଆସିଛ ନୀରବରେ ବସ…ବିଧାୟିକା ଉପାସନାଙ୍କୁ ମୁହଁତୋଡ ଜବାବ ଦେଲେ ସରପଞ୍ଚ
ବ୍ରହ୍ମଗିରି,୩୧ା୧୨(ସ୍ବାଧୀନ ଚମ୍ପତ୍ତିରାୟ):ବ୍ରହ୍ମଗିରି ବ୍ଲକ୍ରେ ସୋମବାର ଏକ ଅପ୍ରୀତିକର ପରିସ୍ଥିତ ଦେଖିବାକୁ ମିଳିଛି, ଯାହା ବ୍ରହ୍ମଗିରିରେ ପ୍ରଥମ ଘଟଣା। ପଞ୍ଚାୟତ ସମିତି ବୈଠକରେ ଜନ ପ୍ରତିନିଧିମାନେ ୨ ଗୋଷ୍ଠୀ ପରସ୍ପର ଆକ୍ଷେପ ପ୍ରତିଆକ୍ଷେପ ଯୋଗୁ ଆରମ୍ଭରୁ ଶେଷ ଯାଏ ହୋହଲ୍ଲା ହୋଇଥିଲା। ପ୍ରକାଶଥାଉକି, ବ୍ରହ୍ମଗିରି ବ୍ଲକ୍ରେ ପଞ୍ଚମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ୨ବର୍ଷ ଧରି ବ୍ରହ୍ମଗିରି ବ୍ଲକ୍ରେ ପଞ୍ଚାୟତ ସମିତି ବୈଠକ ବନ୍ଦ ଥିଲା। ଗତ ୨୦ ତାରିଖରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର […] The post ନିମନ୍ତ୍ରିତ ଅତିଥି ହୋଇ ଆସିଛ ନୀରବରେ ବସ…ବିଧାୟିକା ଉପାସନାଙ୍କୁ ମୁହଁତୋଡ ଜବାବ ଦେଲେ ସରପଞ୍ଚ appeared first on Dharitri Odia News.
ବ୍ରହ୍ମଗିରି,୩୧ା୧୨(ସ୍ବାଧୀନ ଚମ୍ପତ୍ତିରାୟ):ବ୍ରହ୍ମଗିରି ବ୍ଲକ୍ରେ ସୋମବାର ଏକ ଅପ୍ରୀତିକର ପରିସ୍ଥିତ ଦେଖିବାକୁ ମିଳିଛି, ଯାହା ବ୍ରହ୍ମଗିରିରେ ପ୍ରଥମ ଘଟଣା। ପଞ୍ଚାୟତ ସମିତି ବୈଠକରେ ଜନ ପ୍ରତିନିଧିମାନେ ୨ ଗୋଷ୍ଠୀ ପରସ୍ପର ଆକ୍ଷେପ ପ୍ରତିଆକ୍ଷେପ ଯୋଗୁ ଆରମ୍ଭରୁ ଶେଷ ଯାଏ ହୋହଲ୍ଲା ହୋଇଥିଲା। ପ୍ରକାଶଥାଉକି, ବ୍ରହ୍ମଗିରି ବ୍ଲକ୍ରେ ପଞ୍ଚମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ୨ବର୍ଷ ଧରି ବ୍ରହ୍ମଗିରି ବ୍ଲକ୍ରେ ପଞ୍ଚାୟତ ସମିତି ବୈଠକ ବନ୍ଦ ଥିଲା। ଗତ ୨୦ ତାରିଖରେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଏକ ରିଭ୍ୟୁ ମିଟିଂ ଡାକିଥିଲେ। କିନ୍ତୁ ବିଜେଡି ସମର୍ଥତ୍ତ ସରପଞ୍ଚ ଓ ସମିତି ସଭ୍ୟମାନେ ବ୍ଲକ୍ରେ ପ୍ରଥମେ ସମିତି ବୈଠକ ହେଉ ବୋଲି ଦାବି କରିଥିଲେ। ସେମାନଙ୍କ ଦାବି ଅନୁଯାୟୀ ସୋମବାର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସମସ୍ତ ଜନପ୍ରତିନିଧି, ବିଭାଗୀୟ ଅଧିକାରୀ, ବିଧାୟିକା ପ୍ରମୁଖ ଯୋଗଦେଇଥିଲେ। କିନ୍ତୁ ଦୁଃଖ ଓ ପରିତାପର ବିଷୟ ବୈଠକ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ୧୦ ମିନିଟ୍ ବୈଠକ ହୋଇପାରି ନ ଥିଲା। ଭାଜପା ସମର୍ଥତ୍ତ ଜନ ପ୍ରତିନିଧି ଓ ବିଜେଡି ସମର୍ଥତ୍ତ ଜନପ୍ରତିନିଧିମାନେ ପରସ୍ପରକୁ ବିଭିନ୍ନ କଥାରେ ସମାଲୋଚନା କରି ହୋହଲ୍ଲା ଓ ପାଟିତୁଣ୍ଡ କରିଥିଲେ। ଏଭଳିକି ପରିସ୍ଥିତି ଅଣାୟତ୍ତ ହୋଇଥିଲା। ଜଣେ ବିଜେଡି ସମର୍ଥତ୍ତ ସରପଞ୍ଚ ବିଧାୟିକାଙ୍କୁ ଜବାବ ଦେଇ କହିଥିଲେ, ତୁମେ ଏହି ବୈଠକରେ ନିମନ୍ତ୍ରିତ ଅତିଥି ତେଣୁ ନୀରବ ବସ ା ଏନେଇ ବିଧାୟିକାଙ୍କୁ ହୋଇଥିବା ଅପମାନକୁ ବିରୋଧ କରି ଭାଜପା ସମର୍ଥତ୍ତ ସରପଞ୍ଚ ଓ ସମିତି ସଭ୍ୟମାନେ ଧାରଣାରେ ବସି ରହିଥିଲେ। ଅପରପକ୍ଷରେ ବ୍ଲକ ଅଧ୍ୟକ୍ଷା ରତ୍ନବାଳା ବେହେରା ବିଧାୟିକା ତାଙ୍କୁ ଅପମାନ କରିଥିବା ନେଇ ବିଧାୟିକାଙ୍କ ନାମରେ ଏକ ଅଭିଯୋଗ ଆଣିଥିଲେ। ଫଳରେ ସଭା ମଧ୍ୟରେ ହୋହଲ୍ଲା ଯୋଗୁ ବୈଠକ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା।
The post ନିମନ୍ତ୍ରିତ ଅତିଥି ହୋଇ ଆସିଛ ନୀରବରେ ବସ…ବିଧାୟିକା ଉପାସନାଙ୍କୁ ମୁହଁତୋଡ ଜବାବ ଦେଲେ ସରପଞ୍ଚ appeared first on Dharitri Odia News.