ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍ ଖେଳିପାରେ କଂଗ୍ରେସ
ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ। ଏଥର କିନ୍ତୁ ସେ ବିଜେଡିରେ ଯୋଗଦେଇ ଟିକେଟ ହାତେଇଛନ୍ତି। ଏଣୁ ଆଗାମୀ ନିର୍ବାଚନରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେ ନେଇ କର୍ମୀମାନେ ଚିନ୍ତାରେ ରହିଛନ୍ତି। ପ୍ରାର୍ଥୀ ଘୋଷଣା ଝୁଲାଇ ରଖାଯାଇଥିବାରୁ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ଶିକ୍ଷାବିତ୍ ନିରୋଦ ବରଣ ଖୁଣ୍ଟିଆ, […] The post ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍ ଖେଳିପାରେ କଂଗ୍ରେସ appeared first on Dharitri Odia News.
ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ। ଏଥର କିନ୍ତୁ ସେ ବିଜେଡିରେ ଯୋଗଦେଇ ଟିକେଟ ହାତେଇଛନ୍ତି। ଏଣୁ ଆଗାମୀ ନିର୍ବାଚନରେ କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେ ନେଇ କର୍ମୀମାନେ ଚିନ୍ତାରେ ରହିଛନ୍ତି। ପ୍ରାର୍ଥୀ ଘୋଷଣା ଝୁଲାଇ ରଖାଯାଇଥିବାରୁ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।
ବର୍ତ୍ତମାନ ଶିକ୍ଷାବିତ୍ ନିରୋଦ ବରଣ ଖୁଣ୍ଟିଆ, ଆଡ୍ଭୋକେଟ ସୁଧୀର ମହାନ୍ତି, ନିମାପଡ଼ା ବ୍ଲକ କଂଗ୍ରେସ ସଭାପତି ବିଜୟ ପ୍ରଧାନ, ସିଦ୍ଧାର୍ଥ ରାଉତରାୟ, ଜ୍ୟୋତିରଞ୍ଜନ ମହାନ୍ତି ପ୍ରମୁଖ ଦାବିଦାର ରହିଛନ୍ତି। ସମସ୍ତେ ଟିକେଟ ହାତେଇବା ପାଇଁ ଲବି ଜୋରଦାର କରିଛନ୍ତି। ହେଲେ ନିମାପଡ଼ା ଆସନରେ ବିଜୟ ସମ୍ଭାବନା ଥିବା ଜଣେ ପୁରୁଖା କିମ୍ବା ନୂଆ ମୁହଁକୁ ସୁଯୋଗ ଦେଇ କଂଗ୍ରେସ ନେତୃତ୍ୱ ମାଷ୍ଟରଷ୍ଟ୍ରୋକ ଖେଳିପାରନ୍ତି ବୋଲି ଆଲୋଚନା ହେଉଛି। ଏପଟେ ବିଜେଡି ୩ ଥରର ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟିକେଟରୁ ବଞ୍ଚିତ କରିବା ସହ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରି ଉଭୟ ଭାଜପା ଏବଂ କଂଗ୍ରେସକୁ ଚକିତ କରିଦେଇଛି। ସେହି ନ୍ୟାୟରେ ଏବେ କଂଗ୍ରେସ ନେତୃତ୍ୱ ତରବରିଆ ଭାବେ ନାମ ଘୋଷଣା ନ କରି ଜଣେ ପ୍ରାର୍ଥୀଙ୍କ ଅନ୍ବେଷଣରେ ରହିଥିବା ଶୁଣିବାକୁ ମିଳୁଛି।
The post ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍ ଖେଳିପାରେ କଂଗ୍ରେସ appeared first on Dharitri Odia News.