ନିମ୍ନମାନର କାର୍ଯ୍ୟ, ମାଟି ବଦଳରେ ବନ୍ଧରେ ଲାଗୁଛି ନଈ ବାଲି

ଧର୍ମଶାଳା,୧୮ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବେଦପୁରଠାରୁ ଜନକ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି। ନଦୀବନ୍ଧରେ ମାଟି ବଦଳରେ ନଈ ବାଲି ପକାଇ କାମ କରୁଥିବା ବେଳେ ନଦୀ ବନ୍ଧର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି। ସୂଚନା ମୁତାବକ ଏହି ବନ୍ଧଟିର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଥିବା ଖବର ବାରମ୍ବାର ପ୍ରକାଶ ପାଇବା ପରେ ଏହି ରାସ୍ତାଟି ପ୍ରଶସ୍ତିକରଣ ନିମନ୍ତେ ୮ […] The post ନିମ୍ନମାନର କାର୍ଯ୍ୟ, ମାଟି ବଦଳରେ ବନ୍ଧରେ ଲାଗୁଛି ନଈ ବାଲି appeared first on Dharitri Odia News.

ନିମ୍ନମାନର କାର୍ଯ୍ୟ, ମାଟି ବଦଳରେ ବନ୍ଧରେ ଲାଗୁଛି ନଈ ବାଲି

ଧର୍ମଶାଳା,୧୮ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ବେଦପୁରଠାରୁ ଜନକ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ ହେଉଛି। ନଦୀବନ୍ଧରେ ମାଟି ବଦଳରେ ନଈ ବାଲି ପକାଇ କାମ କରୁଥିବା ବେଳେ ନଦୀ ବନ୍ଧର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି।

ସୂଚନା ମୁତାବକ ଏହି ବନ୍ଧଟିର ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଥିବା ଖବର ବାରମ୍ବାର ପ୍ରକାଶ ପାଇବା ପରେ ଏହି ରାସ୍ତାଟି ପ୍ରଶସ୍ତିକରଣ ନିମନ୍ତେ ୮ ଡିସେମ୍ବର ୨୦୨୩ରେ ଶିଳାନ୍ୟାସ ହୋଇଥିଲା ଏବଂ ପାଣିକୋଇଲି ପୂର୍ତ୍ତ ବିଭାଗ ଅଧୀନନରେ ବେଦପୁରଠାରୁ ଜନକ ରାସ୍ତା ବାବଦକୁ ୨୨କୋଟି ୨୦ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିବା। କାମ ଆରମ୍ଭ ହେବାର କିଛି ଦିନ ପରେ ନିର୍ବାଚନ ହୋଇଥିବାରୁ ଏହି କାର୍ଯ୍ୟ ବନ୍ଦ ହୋଇରହିଥିଲା। ରାସ୍ତା କାମ କିଛି ଦିନ ହେବ ଆରମ୍ଭ ହୋଇ ଚାଲୁ ରହିଥିବା ବେଳେ କାର୍ଯ୍ୟ ସଠିକ୍‌ ଢଙ୍ଗରେ ହେଉନଥିବା ଅଭିଯୋଗ ହୋଇଛି। ପୂର୍ବରୁ ଥିବା ନଦୀବନ୍ଧକୁ ଅଳ୍ପ ଲେଖାଏ ଜେସିବି ସାହଯ୍ୟରେ କାଟି ନିକଟସ୍ଥ ନଈପଠାରୁ ବାଲି ଆଣି ବନ୍ଧର ତଳ ଭାଗରେ ଦିଆଯାଉଛି ଏବଂ ଉପରେ ମାଟି ପକାଇ କାମକୁ ଆଗକୁ ବଢ଼ାଇବାରେ ଲାଗିଛନ୍ତି ଠିକାଦାର। ଅପରପକ୍ଷରେ ନଈର ପଠାରୁ ମନଇଚ୍ଛାରେ ବାଲି କାଢ଼ିବା ଦ୍ୱାରା ନଦୀ ପଟରେ ମଧ୍ୟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ବର୍ଷା ଦିନେ ନଦୀରେ ପାଣି ଆସିବା ପରେ ଏହା ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବିପଦର କାରଣ ହେବ ବୋଲି ଆଲୋଚନା ହେଉଛି। ସବୁଠାରୁ ବଡ଼ କଥା ହେଲା ନଦୀ ବଢ଼ି ସମୟରେ ଏଠାରେ ଏକ ଘାଇ ସୃଷ୍ଟି ହୋଇଥିଲା। ଯାହା ଫଳରେ ଅନେକ ଧନ ଜୀବନ ନଷ୍ଟ ହୋଇଥିଲା। ସେହି ଘାଇ ନିକଟରେ ମଧ୍ୟ ମାଟି ବଦଳରେ ବାଲି ପକାଇ ବନ୍ଧ ପ୍ରଶସ୍ତିକରଣ କାର୍ଯ୍ୟ କରାଯାଉଛି। କାର୍ଯ୍ୟ ସମୟରେ ମଧ୍ୟ ପୂର୍ତ୍ତ ବିଭାଗର ଅଧିକାରୀଙ୍କ ଦେଖା ମିଳୁ ନ ଥିବା ବେଳେ ଫୋନ୍‌ ଯୋଗେ କନିଷ୍ଠ ଯନ୍ତ୍ରୀ ବୀରେନ ବସୁଙ୍କ ସହ ଯୋଗାଯୋଗ କରିଥିଲେ ବି ଫୋନର ଉତ୍ତର ଦେଇନାହାନ୍ତି। ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଥିଲେ ସୁଦ୍ଧା ଏହାର ସଠିକ୍‌ ଢଙ୍ଗରେ କାର୍ଯ୍ୟ କରାଯାଉ ନ ଥିବାରୁ ଏହା ଉପରେ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ ଦାବି ହୋଇଛି।

The post ନିମ୍ନମାନର କାର୍ଯ୍ୟ, ମାଟି ବଦଳରେ ବନ୍ଧରେ ଲାଗୁଛି ନଈ ବାଲି appeared first on Dharitri Odia News.