ନିଯୁକ୍ତି ନାଁରେ ଠକେଇ, ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

କଟକ : ନିଯୁକ୍ତି ନାଁରେ ଠକେଇ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା କଟକ ମଙ୍ଗଳାବାଗ ଥାନା ପୋଲିସ । ଗିରଫ ଅଭିଯୁକ୍ତ ଦୁଇ ଭାଇ ବୋଲି ଜଣାପଡିଛି । ଅର୍ଜିତ ମହାନ୍ତି ଓ ଅର୍ପିତ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।  ଦୁଇ ଜଣଙ୍କ ବିରୋଧରେ ମୋଟ ଚାଳିଶ ଜଣ ଚାକିରୀ ଆଶାୟୀ ଲିଖିତ ଅଭିଯୋଗ କରିଥିଲେ । ସରକାରୀ ଚାକିରୀ ଦେବାକୁ କହି ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ନେଇ […] The post ନିଯୁକ୍ତି ନାଁରେ ଠକେଇ, ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ appeared first on KNews Odisha.

ନିଯୁକ୍ତି ନାଁରେ ଠକେଇ, ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
arrest

କଟକ : ନିଯୁକ୍ତି ନାଁରେ ଠକେଇ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା କଟକ ମଙ୍ଗଳାବାଗ ଥାନା ପୋଲିସ । ଗିରଫ ଅଭିଯୁକ୍ତ ଦୁଇ ଭାଇ ବୋଲି ଜଣାପଡିଛି । ଅର୍ଜିତ ମହାନ୍ତି ଓ ଅର୍ପିତ ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।  ଦୁଇ ଜଣଙ୍କ ବିରୋଧରେ ମୋଟ ଚାଳିଶ ଜଣ ଚାକିରୀ ଆଶାୟୀ ଲିଖିତ ଅଭିଯୋଗ କରିଥିଲେ ।

ସରକାରୀ ଚାକିରୀ ଦେବାକୁ କହି ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ନେଇ ଯାଇଥିଲେ ଅଭିଯୁକ୍ତ।  ବିଭିନ୍ନ ଜିଲ୍ଲାର ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ମେଡ଼ିକାଲ କଲେଜ୍ ଆଦିରେ  ଏ ଏନ୍ ଏମ, ଜି ଏନ୍ ଏମ, ଡାଟା ଏଣ୍ଟ୍ରି ସୁପରଭାଇଯର, ଆଟେଣ୍ଡାଣ୍ଟ  ଆଦି ପଦବୀରେ ନିଯୁକ୍ତି ଦେବାକୁ କହି ଠକି ନେଇଥିଲେ ଟଙ୍କା । ଜାଲ ନିଯୁକ୍ତି ପତ୍ର ଆଶାୟୀମାନଙ୍କୁ ଦିଆଯାଉଥିଲା ।

ପ୍ରତି ଆଶାୟୀଙ୍କ ଠାରୁ ୨୦ ରୁ ୩୦ ହଜାର ଟଙ୍କା ନେଉଥିଲେ ଅଭିଯୁକ୍ତ । ଅଭିଯୁକ୍ତମାନଙ୍କ ଠାରୁ ଏକ ଦାମୀ କାର, ଏକ ସ୍କୁଟି, ଦୁଇଟି ଫୋନ, ନଗଦ ୧୦ ହଜାର ଟଙ୍କା, ଏଟିଏମ କାର୍ଡ,ପ୍ୟାନ କାର୍ଡ, କିଛି ବାୟୋଡାଟା, ଜାଲ ନିଯୁକ୍ତି ପତ୍ର, ଜାଲ ସିଲ୍ ଜବତ୍ କରିଛି ପୋଲିସ।

The post ନିଯୁକ୍ତି ନାଁରେ ଠକେଇ, ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ appeared first on KNews Odisha.