ନିରପେକ୍ଷ କାର୍ଡ ଖେଳୁଛନ୍ତି କି ଟ୍ରମ୍ପ ? ଦାୟିତ୍ୱପୂର୍ଣ୍ଣ ସମାଧାନ କରିବାକୁ ଅନୁରୋଧ କଲା ଆମେରିକା
ନୂଆଦିଲ୍ଲୀ: ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ମତ ପ୍ରକାଶ କରିଛି ଆମେରିକା।ଭାରତ ଏବଂ ପାକିସ୍ତାନକୁ ଏକ "ଦାୟିତ୍ୱପୂର୍ଣ୍ଣ ସମାଧାନ" କରିବାକୁ ଅନୁରୋଧ କରିଛି। ଏହାସହ ଭାରତକୁ ସମର୍ଥନ ଜଣାଇଛି ଆମେରିକା।ଆମେରିକାର ବୈଦେଶିକ ବିଭାଗ କହିଛି ଯେ ଏପ୍ରିଲ ୨୨ରେ ହୋଇଥିବା ଆକ୍ରମଣ ପରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଆମେରିକା ଉଭୟ ସରକାରଙ୍କ ସହିତ ବିଭିନ୍ନ ସ୍ତରରେ ଯୋଗାଯୋଗରେ ଅଛି, ଯେଉଁଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ହମଲା ପରେ ଭାରତ ପାକିସ୍ତାନ ବିରୋଧରେ ଏକ କୂଟନୈତିକ ସ୍ତରରେ ଜବାବ ଦେଉଛି। ଆକ୍ରମଣ ପଛରେ ଥିବା ଆତଙ୍କବାଦୀ ଏବଂ ଷଡ଼ଯନ୍ତ୍ରକାରୀଙ୍କୁ କଡ଼ା ଦଣ୍ଡ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୋଦୀ।ସେପଟେ ପାକିସ୍ତାନରୁ ଆସୁଛି ଧମକ ପରେ ଧମକ। କାହିଁକିନା ପାକିସ୍ତାନକୁ ମିଳୁଛି ଚୀନର ପୂର୍ଣ୍ଣ ସମର୍ଥନ। ଅନ୍ୟପକ୍ଷରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିରପେକ୍ଷ କାର୍ଡ ଖେଳିଛନ୍ତି। କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ଉଭୟ ଆମେରିକାର ନିକଟତର। ସେ ଯାହା ହେଉନା କାହିଁକି ବାଣିଜ୍ୟିକ ଦୃଷ୍ଟିକୋଣରୁ ଆମେରିକା ଭାରତକୁ ପୂର୍ଣ୍ଣ ସମର୍ଥନ କରିବ। "ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଆମେ ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖିଛୁ। ଜଣେ ଷ୍ଟେଟ ଡିପାର୍ଟମେଣ୍ଟର ମୁଖପାତ୍ର ନ୍ୟୁଜ୍ ଏଜେନ୍ସି ରଏଟର୍ସକୁ ଇମେଲ୍ କରାଯାଇଥିବା ଏକ ବିବୃତ୍ତିରେ କହିଛ
ନୂଆଦିଲ୍ଲୀ: ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ପରେ ମତ ପ୍ରକାଶ କରିଛି ଆମେରିକା।ଭାରତ ଏବଂ ପାକିସ୍ତାନକୁ ଏକ "ଦାୟିତ୍ୱପୂର୍ଣ୍ଣ ସମାଧାନ" କରିବାକୁ ଅନୁରୋଧ କରିଛି। ଏହାସହ ଭାରତକୁ ସମର୍ଥନ ଜଣାଇଛି ଆମେରିକା।
ଆମେରିକାର ବୈଦେଶିକ ବିଭାଗ କହିଛି ଯେ ଏପ୍ରିଲ ୨୨ରେ ହୋଇଥିବା ଆକ୍ରମଣ ପରେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ଆମେରିକା ଉଭୟ ସରକାରଙ୍କ ସହିତ ବିଭିନ୍ନ ସ୍ତରରେ ଯୋଗାଯୋଗରେ ଅଛି, ଯେଉଁଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା।
ଏହି ହମଲା ପରେ ଭାରତ ପାକିସ୍ତାନ ବିରୋଧରେ ଏକ କୂଟନୈତିକ ସ୍ତରରେ ଜବାବ ଦେଉଛି। ଆକ୍ରମଣ ପଛରେ ଥିବା ଆତଙ୍କବାଦୀ ଏବଂ ଷଡ଼ଯନ୍ତ୍ରକାରୀଙ୍କୁ କଡ଼ା ଦଣ୍ଡ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୋଦୀ।
ସେପଟେ ପାକିସ୍ତାନରୁ ଆସୁଛି ଧମକ ପରେ ଧମକ। କାହିଁକିନା ପାକିସ୍ତାନକୁ ମିଳୁଛି ଚୀନର ପୂର୍ଣ୍ଣ ସମର୍ଥନ। ଅନ୍ୟପକ୍ଷରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିରପେକ୍ଷ କାର୍ଡ ଖେଳିଛନ୍ତି। କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ଉଭୟ ଆମେରିକାର ନିକଟତର। ସେ ଯାହା ହେଉନା କାହିଁକି ବାଣିଜ୍ୟିକ ଦୃଷ୍ଟିକୋଣରୁ ଆମେରିକା ଭାରତକୁ ପୂର୍ଣ୍ଣ ସମର୍ଥନ କରିବ।
"ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଆମେ ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖିଛୁ। ଜଣେ ଷ୍ଟେଟ ଡିପାର୍ଟମେଣ୍ଟର ମୁଖପାତ୍ର ନ୍ୟୁଜ୍ ଏଜେନ୍ସି ରଏଟର୍ସକୁ ଇମେଲ୍ କରାଯାଇଥିବା ଏକ ବିବୃତ୍ତିରେ କହିଛନ୍ତି। ଆମେରିକା ସମସ୍ତ ପକ୍ଷଙ୍କୁ ଏକ ଦାୟିତ୍ୱପୂର୍ଣ୍ଣ ସମାଧାନ ପାଇଁ ଏକାଠି କାମ କରିବାକୁ ଅପିଲ୍ କରୁଛି। ୱାଶିଂଟନ୍ ଭାରତ ସହିତ ଠିଆ ହୋଇଛି।
ସେ ଆହୁରି କହିଛନ୍ତି ଯେ ଏସିଆରେ ଚୀନର ବଢ଼ୁଥିବା ପ୍ରଭାବକୁ ମୁକାବିଲା କରିବା ପାଇଁ ନୂଆଦିଲ୍ଲୀକୁ ଏକ ପ୍ରମୁଖ ଅଂଶୀଦାର ଭାବରେ ଦେଖେ। ଯଦିଓ ପାକିସ୍ତାନ ଏକ ଆମେରିକାର ସହଯୋଗୀ ରହିଛି। ୨୦୨୧ ମସିହାରେ ଆଫଗାନିସ୍ତାନରୁ ଆମେରିକୀୟ ସେନା ପ୍ରତ୍ୟାହାର ପରେ ଏହାର ରଣନୈତିକ ଗୁରୁତ୍ୱ ହ୍ରାସ ପାଇଛି।