ନିରବ ମୋଦୀ ଓ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ଦାବି ଉଠାଇଲେ ପ୍ରଧାନମନ୍ତ୍ରୀ

ଲଣ୍ଡନ: ପଳାତକ ବ୍ୟବସାୟୀ ନିରବ ମୋଦୀ ଓ ବିଜୟ ମାଲ୍ୟଙ୍କ ପ୍ରତ୍ୟର୍ପଣ ନେଇ ଦାବି ଉଠାଇଲା ଭାରତ। ୟୁନାଇଟେଡ୍ କିଂ ଡମର ପ୍ରଧାନମନ୍ତ୍ରୀ କିଏର ଷ୍ଟାରମରଙ୍କୁ ଭେଟି ଏହି ଦାବି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବ୍ରାଜିଲର ରିଓ ଡି ଜେନେରୋରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଦୁଇ ନେତା ଯାଇଥିବା ବେଳେ ସେଠାରେ ଉଭୟଙ୍କ ମଧ୍ୟରେ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା। ଏଥିରେ ବିଜୟ ମାଲ୍ୟା ଓ ନିରବ ମୋଦୀଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟା ଦ୍ରୁତ ବେଗରେ କାର୍ଯ୍ୟାକାରୀ କରିବା ଉଚିତ ବୋଲି ମୋଦୀ ଷ୍ଟାର୍‌ମରଙ୍କୁ କହିଥିଲେ। ନିରବ ମୋଦୀ ଓ ମାଲ୍ୟା ଭାରତରେ ବଡ଼ ବଡ଼ ଅର୍ଥନୈତିକ ଅପରାଧିକ ଘଟାଇ ଦେଶରୁ ଫେରାର ହୋଇଯାଇଛନ୍ତି। ମାଲ୍ୟା ୯ ହଜାର କୋଟି ଋଣ ଠକି ୨୦୧୬ ଠାରୁ ୟୁକେ ଫେରାର ହୋଇଯାଇଛନ୍ତି। ସେହିପରି ନିରବ ମୋଦୀ ତାଙ୍କ ଠାରୁ ବି ଅଧିକ ୧୩ ହଜାର କୋଟିର ଋଣ ଠକି ଫେରାର ହୋଇଯାଇଥିବା ବେଳେ ସେ ଗତ ୫ ବର୍ଷ ହେଲା ଲଣ୍ଡନ ଜେଲ୍‌ରେ ଅଛନ୍ତି। ନିକଟରେ ସେ କୋର୍ଟରେ ପ୍ରତ୍ୟର୍ପଣ ବିରୋଧରେ କରିଥିବା ଆବେଦନ ଖାରଜ୍ ହୋଇଯାଇଛି। ତେଣୁ ତାଙ୍କର ଭାରତ ପ୍ରତ୍ୟର୍ପଣ ସମ୍ଭାବନା ରହିଛି।ଏହା ବାଦ୍ ମୋଦୀ ଓ ଷ୍ଟାରମରଙ୍କ ସାକ୍ଷାତକାରରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାରିବାରେ ମଧ୍ୟ ଏକ ପଦକ୍ଷେପ ନିଆଯାଇଛି। ଦୁଇ ଦେଶର ଜନତାଙ୍କ ମଧ୍ୟରେ ସୁସମ୍ପର୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବେଲଫାଷ୍ଟ ଏବଂ ମଞ୍ଚେଷ

ନିରବ ମୋଦୀ ଓ ବିଜୟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ଦାବି ଉଠାଇଲେ ପ୍ରଧାନମନ୍ତ୍ରୀ

ଲଣ୍ଡନପଳାତକ ବ୍ୟବସାୟୀ ନିରବ ମୋଦୀ ଓ ବିଜୟ ମାଲ୍ୟଙ୍କ ପ୍ରତ୍ୟର୍ପଣ ନେଇ ଦାବି ଉଠାଇଲା ଭାରତ। ୟୁନାଇଟେଡ୍ କିଂ ଡମର ପ୍ରଧାନମନ୍ତ୍ରୀ କିଏର ଷ୍ଟାରମରଙ୍କୁ ଭେଟି ଏହି ଦାବି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ବ୍ରାଜିଲର ରିଓ ଡି ଜେନେରୋରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଦୁଇ ନେତା ଯାଇଥିବା ବେଳେ ସେଠାରେ ଉଭୟଙ୍କ ମଧ୍ୟରେ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା। ଏଥିରେ ବିଜୟ ମାଲ୍ୟା ଓ ନିରବ ମୋଦୀଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟା ଦ୍ରୁତ ବେଗରେ କାର୍ଯ୍ୟାକାରୀ କରିବା ଉଚିତ ବୋଲି ମୋଦୀ ଷ୍ଟାର୍‌ମରଙ୍କୁ କହିଥିଲେ। 

ନିରବ ମୋଦୀ ଓ ମାଲ୍ୟା ଭାରତରେ ବଡ଼ ବଡ଼ ଅର୍ଥନୈତିକ ଅପରାଧିକ ଘଟାଇ ଦେଶରୁ ଫେରାର ହୋଇଯାଇଛନ୍ତି। ମାଲ୍ୟା ୯ ହଜାର କୋଟି ଋଣ ଠକି ୨୦୧୬ ଠାରୁ ୟୁକେ ଫେରାର ହୋଇଯାଇଛନ୍ତି। ସେହିପରି ନିରବ ମୋଦୀ ତାଙ୍କ ଠାରୁ ବି ଅଧିକ ୧୩ ହଜାର କୋଟିର ଋଣ ଠକି ଫେରାର ହୋଇଯାଇଥିବା ବେଳେ ସେ ଗତ ୫ ବର୍ଷ ହେଲା ଲଣ୍ଡନ ଜେଲ୍‌ରେ ଅଛନ୍ତି। ନିକଟରେ ସେ କୋର୍ଟରେ ପ୍ରତ୍ୟର୍ପଣ ବିରୋଧରେ କରିଥିବା ଆବେଦନ ଖାରଜ୍ ହୋଇଯାଇଛି। ତେଣୁ ତାଙ୍କର ଭାରତ ପ୍ରତ୍ୟର୍ପଣ ସମ୍ଭାବନା ରହିଛି।

ଏହା ବାଦ୍ ମୋଦୀ ଓ ଷ୍ଟାରମରଙ୍କ ସାକ୍ଷାତକାରରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାରିବାରେ ମଧ୍ୟ ଏକ ପଦକ୍ଷେପ ନିଆଯାଇଛି। ଦୁଇ ଦେଶର ଜନତାଙ୍କ ମଧ୍ୟରେ ସୁସମ୍ପର୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବେଲଫାଷ୍ଟ ଏବଂ ମଞ୍ଚେଷ୍ଟରରେ ଦୁଇଟି ନୂଆ ଭାରତୀୟ କନସୁଲେଟ୍ ଘୋଷଣା କରିଛନ୍ତି। ଅନ୍ୟପଟେ ଷ୍ଟାର୍‌ମର ମଧ୍ୟ ଭାରତ-ୟୁକେ ଫ୍ରି ଟ୍ରେଡ୍‌ ଏଗ୍ରୀମେଣ୍ଟ(ଏଫଟିଏ)କୁ ୨୦୨୫  ଆରମ୍ଭରେ ପୁନଃ ଲଞ୍ଚ କରିବାକୁ ଘୋଷଣା କରିଛନ୍ତି। ଏହି ପଦକ୍ଷେପ ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କ ମଜଭୁତ କରିବ। 

ମାଲ୍ୟା, ମୋଦୀଙ୍କୁ ଭାରତ ଫେରାଇ ଆଣିବାକୁ ଅନ୍ତର୍ଜାତୀଯ ସ୍ତରରେ ଉଦ୍ୟମ ଜାରି ରହିଛି। ଜାନୁଆରୀରେ, କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ), ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି), ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନ୍ଆଇଏ) ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅଧିକାରୀଙ୍କ ସମେତ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ବ୍ରିଟେନ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାକୁ ଯାଇଥିଲେ। ସେମାନଙ୍କର ପ୍ରତ୍ୟର୍ପଣକୁ ତ୍ୱରାନ୍ୱିତ କରିବା ଏବଂ ବିଦେଶରେ ଥିବା ସେମାନଙ୍କର ସମ୍ପତ୍ତି ଚିହ୍ନଟ କରିବାରେ ସହଯୋଗ କରିବାକୁ ଆଲୋଚନା ହୋଇଥିଲା।

ସୂଚନା ଥାଉକି, ଦୁଇ ଦେଶ ମଧ୍ୟରେ ହୋଇଥିବା ପାରସ୍ପରିକ ଆଇନଗତ ସହାୟତା ଚୁକ୍ତି(ଏମଏଲଏଟି) ଅନୁସାରେ, ଭାରତ ଓ ୟୁକେ ଅପରାଧିକ ତଦନ୍ତରେ ସୂଚନା ଦେବାକୁ ଆଇନତଃ ବାଧ୍ୟ।