ନିରାଶ କଲେ କେଜରିୱାଲ, ନୂଆଦିଲ୍ଲୀ ଆସନରୁ ବାଜି ମାରିଲା ବିଜେପି

ନୂଆଦିଲ୍ଲୀ: ‘ଆପ୍‌’କୁ ଲାଗିଲା ବଡ଼ ଝଟକା । ନୂଆଦିଲ୍ଲୀ ଆସନରୁ ହାରିଲେ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ । ବିଜେପି ପ୍ରାର୍ଥୀ ପରଭେଶ ବର୍ମା ତାଙ୍କୁ ୧ ହଜାରରୁ ଉର୍ଦ୍ଧ୍ୱ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି । ୧୦ମ ରାଉଣ୍ଡରେ କେଜରିୱାଲଙ୍କୁ ମୋଟ ୨୦ , ୧୯୦ ଭୋଟ୍ ମିଳିଥିବା ବେଳେ ପରଭେଶ ବର୍ମାଙ୍କୁ ମୋଟ୍ ୨୨, ୦୩୪ ଭୋଟ୍ ମିଳିଥିଲା । ସେହିପରି କଂଗ୍ରେସର ସନ୍ଦୀପ ଦୀକ୍ଷିତଙ୍କୁ ମୋଟ୍ ୩୫୦୩ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି […]

ନିରାଶ କଲେ କେଜରିୱାଲ, ନୂଆଦିଲ୍ଲୀ ଆସନରୁ ବାଜି ମାରିଲା ବିଜେପି

ନୂଆଦିଲ୍ଲୀ: ‘ଆପ୍‌’କୁ ଲାଗିଲା ବଡ଼ ଝଟକା । ନୂଆଦିଲ୍ଲୀ ଆସନରୁ ହାରିଲେ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ ।

ବିଜେପି ପ୍ରାର୍ଥୀ ପରଭେଶ ବର୍ମା ତାଙ୍କୁ ୧ ହଜାରରୁ ଉର୍ଦ୍ଧ୍ୱ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି ।

୧୦ମ ରାଉଣ୍ଡରେ କେଜରିୱାଲଙ୍କୁ ମୋଟ ୨୦ , ୧୯୦ ଭୋଟ୍ ମିଳିଥିବା ବେଳେ ପରଭେଶ ବର୍ମାଙ୍କୁ ମୋଟ୍ ୨୨, ୦୩୪ ଭୋଟ୍ ମିଳିଥିଲା । ସେହିପରି କଂଗ୍ରେସର ସନ୍ଦୀପ ଦୀକ୍ଷିତଙ୍କୁ ମୋଟ୍ ୩୫୦୩ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ପ୍ରାରମ୍ଭିକ ଟ୍ରେଣ୍ଡରେ କେଜରିୱାଲ ପରଭେଶଙ୍କୁ ପଛରେ ପକାଇ ଲିଡ୍ କରୁଥିଲେ ।