ନିର୍ଦ୍ଧାରିତ ହେବ ଓଡ଼ିଶା-ପଶ୍ଚିମବଙ୍ଗ ସୀମା: ସୁରେଶ ପୂଜାରୀ

ଭୁବନେଶ୍ବର: ପଶ୍ଚିମବଙ୍ଗ ସରକାରଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ନାଲି ଆଖି। ସୀମାରେ ଅନୁପ୍ରବେଶ ନେଇ ପଶ୍ଚିମ ବଙ୍ଗ ସରକାରଙ୍କୁ ମନ୍ତ୍ରୀଙ୍କ କଡ଼ା ଚେତାବନୀ। କହିଲେ ପଶ୍ଚିମବଙ୍ଗ ଅସଭ୍ୟ ସରକାର। ଆବଶ୍ୟକ ପଡ଼ିଲେ ପଶ୍ଚିମବଙ୍ଗକୁ ପାଠ ପଢ଼ାଇ ରାସ୍ତା ଦେଖାଇବ ଓଡ଼ିଶା। ବାଲେଶ୍ବର ଉଦୟପୁର ଏବଂ ସହବାଜପୁରରେ ପଶ୍ଚିମବଙ୍ଗ ସରକାରର ରାଜସ୍ୱ ମନ୍ତ୍ରୀଙ୍କ ଅନୁପ୍ରବେଶ ଉପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ। ସେ କହିଛନ୍ତି ପଶ୍ଚିମବଙ୍ଗ ସରକାର ଦେଶରେ ସମସ୍ୟା ସୃଷ୍ଟି କରୁଛି।  ଆଳୁ ସମସ୍ୟା ସୃଷ୍ଟି କଲେ। ଏବେ ଅନୁପ୍ରବେଶ କରାଯାଉଛି। ଝଗଡ଼ା ସୃଷ୍ଟି କରିବା କାମ କରୁଛି ପଶ୍ଚିମବଙ୍ଗ। ସେମାନଙ୍କର ପାଠ ପଢ଼ିବାର ଆବଶ୍ୟକତା ଅଛି। ଓଡ଼ିଶା ସରକାର ତାଙ୍କୁ ପାଠ ପଢ଼ାଇବ ରାସ୍ତା ଦେଖାଇବ। ପଶ୍ଚିମବଙ୍ଗ ସରକାର ଖୁଣ୍ଟ ଥିଲେ ଓଡ଼ିଶା ଲୋକେ ଉପାଡ଼ି ଫିଙ୍ଗିଦେବେ। ଓଡ଼ିଶା ସାରା ଦେଶକୁ ରାସ୍ତା ଦେଖାଉଛି। ପଶ୍ଚିମବଙ୍ଗ ସରକାରକୁ ରାସ୍ତା ଦେଖାଇବାକୁ ବେଶି ସମୟ ଲାଗିବନି।ସେ ଆହୁରି କହିଛନ୍ତି, ପ୍ରାଥମିକ ଭାବରେ ସଂପୂର୍ଣ୍ଣ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ଭିତରେ ଦୁଇ ରାଜ୍ୟର ସୀମା ଚିହ୍ନଟ ହେବ। ଏଥିପାଇଁ ଆଲୋଚନା ଆରମ୍ଭ ହେଲାଣି। ପଶ୍ଚିମବଙ୍ଗ ରାଜସ୍ବ ଅଧିକାରୀ ସହ ଓଡ଼ିଶାର ରାଜସ୍ବ ଅଧିକାରୀ ଫିଲ୍‌ଡ ଭିଜିଟ୍‌ କରି ସୀମା ଚିହ୍ନଟ ହେବ। ସରକାର ବିନା ବିବାଦରେ ସୀମା ଚିହ୍ନଟ ସମସ୍ୟାର ସମାଧାନ କରିବେ।

ନିର୍ଦ୍ଧାରିତ ହେବ ଓଡ଼ିଶା-ପଶ୍ଚିମବଙ୍ଗ ସୀମା: ସୁରେଶ ପୂଜାରୀ

ଭୁବନେଶ୍ବର: ପଶ୍ଚିମବଙ୍ଗ ସରକାରଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ନାଲି ଆଖି। ସୀମାରେ ଅନୁପ୍ରବେଶ ନେଇ ପଶ୍ଚିମ ବଙ୍ଗ ସରକାରଙ୍କୁ ମନ୍ତ୍ରୀଙ୍କ କଡ଼ା ଚେତାବନୀ। କହିଲେ ପଶ୍ଚିମବଙ୍ଗ ଅସଭ୍ୟ ସରକାର। ଆବଶ୍ୟକ ପଡ଼ିଲେ ପଶ୍ଚିମବଙ୍ଗକୁ ପାଠ ପଢ଼ାଇ ରାସ୍ତା ଦେଖାଇବ ଓଡ଼ିଶା। ବାଲେଶ୍ବର ଉଦୟପୁର ଏବଂ ସହବାଜପୁରରେ ପଶ୍ଚିମବଙ୍ଗ ସରକାରର ରାଜସ୍ୱ ମନ୍ତ୍ରୀଙ୍କ ଅନୁପ୍ରବେଶ ଉପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ। ସେ କହିଛନ୍ତି ପଶ୍ଚିମବଙ୍ଗ ସରକାର ଦେଶରେ ସମସ୍ୟା ସୃଷ୍ଟି କରୁଛି।  ଆଳୁ ସମସ୍ୟା ସୃଷ୍ଟି କଲେ। ଏବେ ଅନୁପ୍ରବେଶ କରାଯାଉଛି। ଝଗଡ଼ା ସୃଷ୍ଟି କରିବା କାମ କରୁଛି ପଶ୍ଚିମବଙ୍ଗ। ସେମାନଙ୍କର ପାଠ ପଢ଼ିବାର ଆବଶ୍ୟକତା ଅଛି। ଓଡ଼ିଶା ସରକାର ତାଙ୍କୁ ପାଠ ପଢ଼ାଇବ ରାସ୍ତା ଦେଖାଇବ। ପଶ୍ଚିମବଙ୍ଗ ସରକାର ଖୁଣ୍ଟ ଥିଲେ ଓଡ଼ିଶା ଲୋକେ ଉପାଡ଼ି ଫିଙ୍ଗିଦେବେ। ଓଡ଼ିଶା ସାରା ଦେଶକୁ ରାସ୍ତା ଦେଖାଉଛି। ପଶ୍ଚିମବଙ୍ଗ ସରକାରକୁ ରାସ୍ତା ଦେଖାଇବାକୁ ବେଶି ସମୟ ଲାଗିବନି।

ସେ ଆହୁରି କହିଛନ୍ତି, ପ୍ରାଥମିକ ଭାବରେ ସଂପୂର୍ଣ୍ଣ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ଭିତରେ ଦୁଇ ରାଜ୍ୟର ସୀମା ଚିହ୍ନଟ ହେବ। ଏଥିପାଇଁ ଆଲୋଚନା ଆରମ୍ଭ ହେଲାଣି। ପଶ୍ଚିମବଙ୍ଗ ରାଜସ୍ବ ଅଧିକାରୀ ସହ ଓଡ଼ିଶାର ରାଜସ୍ବ ଅଧିକାରୀ ଫିଲ୍‌ଡ ଭିଜିଟ୍‌ କରି ସୀମା ଚିହ୍ନଟ ହେବ। ସରକାର ବିନା ବିବାଦରେ ସୀମା ଚିହ୍ନଟ ସମସ୍ୟାର ସମାଧାନ କରିବେ।