ନିର୍ବନ୍ଧ ପରେ ଆରମ୍ଭ ହେଲା ଶୋଭିତାଙ୍କ ବିବାହର ରୀତିନୀତି, ଝଲକ ଦେଖାଇଲେ ଅଭିନେତ୍ରୀ

ମୁମ୍ଵାଇ ୨୨।୧୦: ବଲିଉଡ ଅଭିନେତ୍ରୀ ଶୋଭିତା ଧୁଲିପାଲା। ଖୁବଶୀଘ୍ର ହେବେ ହାତକୁ ଦି ହାତ। ସାଉଥ ସୁପରଷ୍ଟାର୍‌ ନାଗା ଚୈତନ୍ୟଙ୍କୁ କରିବେ ବିବାହ। ଅଗଷ୍ଟରେ ନିର୍ବନ୍ଧ ସରିଥିଲା। ଏବେ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ। ଆଜିଠୁ ଆରମ୍ଭ ହୋଇଗଲାଣି ହଳଦୀ କୁଟା। ନାଗା ଚୈତନ୍ୟଙ୍କ ସହ ନିର୍ବନ୍ଧର ଦୁଇ ମାସ ପରେ ଏବେ ବଧୂ ସାଜିବେ ଶୋଭିତା। ଏଥିପାଇଁ ତାଙ୍କ ଘରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏନେଇ ଅଭିନେତ୍ରୀ ନିଜେ ସୂଚନା ଦେଇଛନ୍ତି । ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ସେୟାର କରିଛନ୍ତି ଶୋଭିତା।ଶୋଭିତ ଧୁଲିପାଲା ନିଜ ଇନ୍‌ଷ୍ଟାଗ୍ରାମରେ ପ୍ରି-ଓ୍ୱେଡିଂର କିଛି ଫଟୋ ସେୟାର କରିଛନ୍ତି,। ଏଥିରେ ସେ ପୂରା ଟ୍ରାଡିସନାଲ ଗେଟ୍‌ଅପ୍‌ରେ ନଜର ଆସିଛନ୍ତି। ସେ ନିଜ ବିବାହ ପୂର୍ବ ରୀତିନୀତିର କିଛି ଝଲକ୍‌ ଦେଖାଇଛନ୍ତି। ଶୋଭିତା ନାରଙ୍ଗୀ ରଙ୍ଗର ସାଉଥ ଇଣ୍ଡିଆନ୍‌ ଶାଢ଼ି ପିନ୍ଧିଥିବା ବେଳେ ସୁନାର ହାର, ଗଜରା ଓ ଚୁଡି ମଧ୍ୟ ପିନ୍ଧିଛନ୍ତି। ଫଟୋ ସେ ନିଜ ପରିବାର ଲୋକଙ୍କ ଗହଣରେ ଦେଖିବାକୁ ମିଳିଛି।ଶୋଭିତା ଫଟୋରେ ନିଜ ସାଙ୍ଗମାନଙ୍କ ସହିତ ହସୁଥିବା ନଜର ଆସିଛନ୍ତି। ଏହି ଫଟୋକୁ ସେୟାର କରି ସେ ତେଲୁଗୁରେ କିଛି ଲେଖିଛନ୍ତି, ଶୋଭିତାଙ୍କ ଏହି ଫଟୋଗୁଡିକୁ ତାଙ୍କ ଫ୍ୟାନ୍‌ମାନେ ବେଶ୍‌ ପସନ୍ଦ କରିଛନ୍ତି। ଖୁବ୍‌ ଲାଇକ୍‌ ସେୟାର କରାଯାଉଛି। କହିବାକୁ ଗଲେ ସାମନ୍ଥା ରୁଥ ପ୍ରଭୁଙ୍କ ସହ ଛାଡପତ୍ର ପରେ ନାଗା ଚୈତନ୍ୟ ଶୋଭିତାଙ୍କ ପ୍ରେମ

ନିର୍ବନ୍ଧ ପରେ ଆରମ୍ଭ ହେଲା ଶୋଭିତାଙ୍କ ବିବାହର ରୀତିନୀତି, ଝଲକ ଦେଖାଇଲେ ଅଭିନେତ୍ରୀ

ମୁମ୍ଵାଇ ୨୨।୧୦: ବଲିଉଡ ଅଭିନେତ୍ରୀ ଶୋଭିତା ଧୁଲିପାଲା। ଖୁବଶୀଘ୍ର ହେବେ ହାତକୁ ଦି ହାତ। ସାଉଥ ସୁପରଷ୍ଟାର୍‌ ନାଗା ଚୈତନ୍ୟଙ୍କୁ କରିବେ ବିବାହ। ଅଗଷ୍ଟରେ ନିର୍ବନ୍ଧ ସରିଥିଲା। ଏବେ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ। ଆଜିଠୁ ଆରମ୍ଭ ହୋଇଗଲାଣି ହଳଦୀ କୁଟା। ନାଗା ଚୈତନ୍ୟଙ୍କ ସହ ନିର୍ବନ୍ଧର ଦୁଇ ମାସ ପରେ ଏବେ ବଧୂ ସାଜିବେ ଶୋଭିତା। ଏଥିପାଇଁ ତାଙ୍କ ଘରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏନେଇ ଅଭିନେତ୍ରୀ ନିଜେ ସୂଚନା ଦେଇଛନ୍ତି । ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ସେୟାର କରିଛନ୍ତି ଶୋଭିତା।

ଶୋଭିତ ଧୁଲିପାଲା ନିଜ ଇନ୍‌ଷ୍ଟାଗ୍ରାମରେ ପ୍ରି-ଓ୍ୱେଡିଂର କିଛି ଫଟୋ ସେୟାର କରିଛନ୍ତି,। ଏଥିରେ ସେ ପୂରା ଟ୍ରାଡିସନାଲ ଗେଟ୍‌ଅପ୍‌ରେ ନଜର ଆସିଛନ୍ତି। ସେ ନିଜ ବିବାହ ପୂର୍ବ ରୀତିନୀତିର କିଛି ଝଲକ୍‌ ଦେଖାଇଛନ୍ତି। ଶୋଭିତା ନାରଙ୍ଗୀ ରଙ୍ଗର ସାଉଥ ଇଣ୍ଡିଆନ୍‌ ଶାଢ଼ି ପିନ୍ଧିଥିବା ବେଳେ ସୁନାର ହାର, ଗଜରା ଓ ଚୁଡି ମଧ୍ୟ ପିନ୍ଧିଛନ୍ତି। ଫଟୋ ସେ ନିଜ ପରିବାର ଲୋକଙ୍କ ଗହଣରେ ଦେଖିବାକୁ ମିଳିଛି।

ଶୋଭିତା ଫଟୋରେ ନିଜ ସାଙ୍ଗମାନଙ୍କ ସହିତ ହସୁଥିବା ନଜର ଆସିଛନ୍ତି। ଏହି ଫଟୋକୁ ସେୟାର କରି ସେ ତେଲୁଗୁରେ କିଛି ଲେଖିଛନ୍ତି, ଶୋଭିତାଙ୍କ ଏହି ଫଟୋଗୁଡିକୁ ତାଙ୍କ ଫ୍ୟାନ୍‌ମାନେ ବେଶ୍‌ ପସନ୍ଦ କରିଛନ୍ତି। ଖୁବ୍‌ ଲାଇକ୍‌ ସେୟାର କରାଯାଉଛି। କହିବାକୁ ଗଲେ ସାମନ୍ଥା ରୁଥ ପ୍ରଭୁଙ୍କ ସହ ଛାଡପତ୍ର ପରେ ନାଗା ଚୈତନ୍ୟ ଶୋଭିତାଙ୍କ ପ୍ରେମରେ ପଡିଥିଲେ। ଶୋଭିତା ଓ ନାଗା ଚୈତନ୍ୟ ୨୦୨୨ରୁ ପରସ୍ପରକୁ ଡେଟ୍‌ କରୁଛନ୍ତି।