ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କରି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଫେରାଦ ହେଲା କଂଗ୍ରେସ
ନୂଆଦିଲ୍ଲୀ: ଶକ୍ତି ମନ୍ତବ୍ୟକୁ ନେଇ ବିବାଦ ଥମିବାର ନାଁ ଧରୁ ନାହିଁ। ଏବେ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ଆଗରେ ଫେରାଦ ହୋଇଛି। ରାହୁଲ ଗାନ୍ଧୀଙ୍କର ଶକ୍ତି ମନ୍ତବ୍ୟକୁ ପ୍ରଧାନମନ୍ତ୍ରୀ ଧାର୍ମିକ ରୂପ ଦେଇ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରିଛନ୍ତି। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କଂଗ୍ରେସ ଅଭିଯୋଗ କରିଛି। ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ନେତା ଜି ନିରଞ୍ଜନ ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାରଙ୍କୁ ଏ ସମ୍ପର୍କରେ ଚିଠି ଲେଖି ଅଭିଯୋଗ ଜଣାଇଛନ୍ତି। ସେ ଚିଠିରେ ଲେଖିଛନ୍ତି ଯେ ରାହୁଲ ଗାନ୍ଧୀ ନକାରାତ୍ମକ ଶକ୍ତି ବିରୋଧରେ ଯୁଦ୍ଧ କରିବା ବୋଲି କହିଥିଲେ, ହେଲେ ପିଏମ୍ ମୋଦୀ ଏହାକୁ ଧାର୍ମିକ ମୋଡ଼ ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।ନିରଞ୍ଜନ ତାଙ୍କ ଅଭିଯୋଗରେ ଆହୁରି ଦର୍ଶାଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଲୋକଙ୍କ ଭାବନକୁ ଉକ୍ସାଇବାକୁ ଚେଷ୍ଟା କରିଛନ୍ତି। ଏଥିରେ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ ଏପରି କଥାକୁ ବିକୃତ କରି ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ନଷ୍ଟ କରିବାରୁ ରୋକ୍ ଲଗାଯାଉ ବୋଲି କଂଗ୍ରେସ ନେତା ନିର୍ବାଚନ ଆୟୋଗଙ୍କ ପାଖରେ ଦାବି କରିଛନ୍ତି।
ନୂଆଦିଲ୍ଲୀ: ଶକ୍ତି ମନ୍ତବ୍ୟକୁ ନେଇ ବିବାଦ ଥମିବାର ନାଁ ଧରୁ ନାହିଁ। ଏବେ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ଆଗରେ ଫେରାଦ ହୋଇଛି। ରାହୁଲ ଗାନ୍ଧୀଙ୍କର ଶକ୍ତି ମନ୍ତବ୍ୟକୁ ପ୍ରଧାନମନ୍ତ୍ରୀ ଧାର୍ମିକ ରୂପ ଦେଇ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରିଛନ୍ତି। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କଂଗ୍ରେସ ଅଭିଯୋଗ କରିଛି।
ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ନେତା ଜି ନିରଞ୍ଜନ ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାରଙ୍କୁ ଏ ସମ୍ପର୍କରେ ଚିଠି ଲେଖି ଅଭିଯୋଗ ଜଣାଇଛନ୍ତି। ସେ ଚିଠିରେ ଲେଖିଛନ୍ତି ଯେ ରାହୁଲ ଗାନ୍ଧୀ ନକାରାତ୍ମକ ଶକ୍ତି ବିରୋଧରେ ଯୁଦ୍ଧ କରିବା ବୋଲି କହିଥିଲେ, ହେଲେ ପିଏମ୍ ମୋଦୀ ଏହାକୁ ଧାର୍ମିକ ମୋଡ଼ ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ନିରଞ୍ଜନ ତାଙ୍କ ଅଭିଯୋଗରେ ଆହୁରି ଦର୍ଶାଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଲୋକଙ୍କ ଭାବନକୁ ଉକ୍ସାଇବାକୁ ଚେଷ୍ଟା କରିଛନ୍ତି। ଏଥିରେ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ହୋଇଛି। ପ୍ରଧାନମନ୍ତ୍ରୀଙ୍କୁ ଏପରି କଥାକୁ ବିକୃତ କରି ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ନଷ୍ଟ କରିବାରୁ ରୋକ୍ ଲଗାଯାଉ ବୋଲି କଂଗ୍ରେସ ନେତା ନିର୍ବାଚନ ଆୟୋଗଙ୍କ ପାଖରେ ଦାବି କରିଛନ୍ତି।