'ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଲେ ବି ଦଳୀୟ ସଂଗୀତରୁ ଜୟ ଭବାନୀ ଓ ହିନ୍ଦୁ ଶବ୍ଦ ହଟାଇବୁନି'

ଯଦି ନିର୍ବାଚନ ଆୟୋଗ ଆମ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି, ତେବେ ଆମେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହଙ୍କ ଉଦାହରଣ ଦେବୁ ବୋଲି ଉଦ୍ଧର ଠାକରେ କହିଛନ୍ତି।

'ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଲେ ବି ଦଳୀୟ ସଂଗୀତରୁ ଜୟ ଭବାନୀ ଓ ହିନ୍ଦୁ ଶବ୍ଦ ହଟାଇବୁନି'

ଦଳୀୟ ସଂଗୀତରୁ "ଜୟ ଭବାନୀ" ଏବଂ "ହିନ୍ଦୁ" ଶବ୍ଦ ହଟାଇବେନି ଶିବସେନା (UBT) ମୁଖ୍ୟ ଉଦ୍ଧବ ଠାକରେ। ନିର୍ବାଚନ କମିଶନଙ୍କ ନୋଟିସ୍ ପରେ ମଧ୍ୟ ସେ ଏପରି କରିବେ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ରୋକ୍ ଠୋକ୍ ମନା କରିଦେଇଛନ୍ତି।

ଠାକରେ କହିଛନ୍ତି, "ଦଳର ନୂଆ ସଂଗୀତରୁ "ଜୟ ଭବାନୀ" ଏବଂ "ହିନ୍ଦୁ" ଶବ୍ଦ ହଟାଇବା ପାଇଁ ନିର୍ବାଚନ ଆୟୋଗ(ECI)ଙ୍କ ତରଫରୁ ଏକ ନୋଟିସ ପାଇଛି, କିନ୍ତୁ ମୁଁ ଏହି ନିର୍ଦ୍ଦେଶକୁ ପାଳନ କରିବି ନାହିଁ। ଜୟ ଭବାନୀକୁ ସଂଗୀତରୁ ହଟାଇବାକୁ କହିବା ମହାରାଷ୍ଟ୍ର ପାଇଁ ଅପମାନ।"

ସେ ଆହୁରି କହିଛନ୍ତି, "ଛତ୍ରପତି ଶିବାଜୀ ମହାରାଜ ତୁଲଜା ଭବାନୀଙ୍କ ଆଶୀର୍ବାଦରେ ହିନ୍ଦବୀ ସ୍ୱରାଜ ପ୍ରତିଷ୍ଠା କରିଥିଲେ। ଆମେ ଦେବୀ କିମ୍ବା ହିନ୍ଦୁ ଧର୍ମ ନାମରେ ଭୋଟ୍ ମାଗୁନାହୁଁ। ଏହା ଏକ ଅପମାନ ଏବଂ ଏହାକୁ ବରଦାସ୍ତ କରପାରିବୁ ନାହିଁ।"

ଦଳୀୟ ସଭାସମିତିରେ "ଜୟ ଭବାନୀ" ଓ "ଜୟ ଶିବାଜୀ" କହିବା ଅଭ୍ୟାସ ଜାରି ରଖିବି ବୋଲି ଉଦ୍ଧବ ଠାକରେ କହିଛନ୍ତି। ସେ ଆହୁରି କହିଛନ୍ତି, ଯଦି ନିର୍ବାଚନ ଆୟୋଗ ଆମ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି, ତେବେ ଆମେ ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହଙ୍କ ଉଦାହରଣ ଦେବୁ।

ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଲୋକଙ୍କୁ କହିଥିଲେ, ଜୟ ବଜରଙ୍ଗବଲି କୁହନ୍ତି ଏବଂ EVM ବଟନ୍ ଉପରେ ପ୍ରେସ୍ କରନ୍ତୁ। ସେହିପରି ଅମିତ ଶାହ ମଧ୍ୟ ପ୍ରଚାର ସମୟରେ ବିଜେପିକୁ ଭୋଟ୍ ଦିଅନ୍ତୁ ମାଗଣାରେ ରାମଲଲାଙ୍କ ଦର୍ଶନ କରନ୍ତୁ କହିଥିଲେ। ନିର୍ବାଚନ ଆୟୋଗ କଣ ନିୟମ ବଦଳାଇ ଦେଇଛନ୍ତି କି ବୋଲି ବୋଲି ଉଦ୍ଧବ ଠାକରେ ପ୍ରଶ୍ନ କରିଛନ୍ତି।