ନିର୍ବାଚନ ଜିତିଲେ ଦାମିକିଆ ମଦ ଶସ୍ତାରେ ଦେବି: ଚନ୍ଦ୍ରବାବୁ ନାଇଡୁଙ୍କ ଅଜବ ନିର୍ବାଚନ ପ୍ରତିଶ୍ରୁତି

ନୂଆଦିଲ୍ଲୀ: ମୋତେ ନିର୍ବାଚନ ଜିତାଇ ଦିଅ, ଦାମିକିଆ ମଦ କମ୍‌ ଦାମ୍‌ରେ ଦେବି। ନିର୍ବାଚନ ଜିତିବା ପାଇଁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଚଳିତ ନିର୍ବାଚନରେ ବିଜେପି ସହ ମେଣ୍ଟ କରିଥିବା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏପରି କହିଛନ୍ତି। ରାଜ୍ୟରେ ଉଭୟ ବିଧାନସବା ଓ ଲୋକସଭା ନିର୍ବାଚନ ରହିଛି। ନିଜେ ଚନ୍ଦ୍ରବାବୁ ନାଇଡୁ କୁପ୍ପମ ଜିଲ୍ଲାରୁ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। ଏହିଠାରୁ ରାଲି କରିବା ବେଳେ ଏଭଳି ଘୋଷଣା କରିଛନ୍ତି ନାଇଡୁ। କେବଳ ଏହି ପ୍ରତିଶ୍ରୁତି ଦେଇ ନାହାନ୍ତି ବରଂ ୨୦୧୯ ନିର୍ବାଚନ ପୂର୍ବରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ମଦ ବ୍ୟାନ୍ ନେଇ ଦେଇଥିବା ପ୍ରତିଶ୍ରୁତିକୁ ସେ ନିନ୍ଦା କରିଛନ୍ତି। କୁପ୍ପମରେ ରାଲି ବେଳେ ଶ୍ରୀ ନାଇଡୁ କହିଛନ୍ତି ଯେ ଯେତେବେଳେ ମୁଁ ମଦ କଥା ଉଠାଇଲି ସେତେବେଳେ ଆମ ଯୁବକ ଭାଇମାନେ ଖୁସି ହୋଇଘଲେ। ଆମ ଯୁବକ ଭାଇମାନଙ୍କର ଦାବି ଯେ ମଦ ଦାମ କମ୍ କରାଯାଉ। ଜଗନ ମୋହନ ରେଡ୍ଡୀ ହିଁ ମଦ ମୂଲ୍ୟ ବଢ଼ାଇଛନ୍ତି। ନିପ୍‌ର ମୁଲ୍ୟ ୬୦ରୁ ୨୦୦ ଟଙ୍କା ବଢ଼ାଇଛନ୍ତି। ଏବଂ ୧୦୦ ଟଙ୍କା ପକେଟ୍‌ରେ ପୂରାଇଛନ୍ତି ବୋଲି ନାଇଡୁ କହିଛନ୍ତି।  ସୂଚନା ଅନୁସାରେ, ବର୍ତ୍ତମାନ କ୍ଷମତାରେ ଥିବା ୱାଇଏସ୍ଆର୍ କଂଗ୍ରେସ ୨୦୨୨-୨୩ରେ ମଦରୁ ୨୪ ହଜାର କୋଟିର ଅବକାରୀ ରାଜସ୍ୱ ଆଦାୟ କରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ଏହା ୧୭ ହଜାର କୋଟି ଥ

ନିର୍ବାଚନ ଜିତିଲେ ଦାମିକିଆ ମଦ ଶସ୍ତାରେ ଦେବି: ଚନ୍ଦ୍ରବାବୁ ନାଇଡୁଙ୍କ ଅଜବ ନିର୍ବାଚନ ପ୍ରତିଶ୍ରୁତି

ନୂଆଦିଲ୍ଲୀ: ମୋତେ ନିର୍ବାଚନ ଜିତାଇ ଦିଅ, ଦାମିକିଆ ମଦ କମ୍‌ ଦାମ୍‌ରେ ଦେବି। ନିର୍ବାଚନ ଜିତିବା ପାଇଁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଚଳିତ ନିର୍ବାଚନରେ ବିଜେପି ସହ ମେଣ୍ଟ କରିଥିବା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏପରି କହିଛନ୍ତି। 

ରାଜ୍ୟରେ ଉଭୟ ବିଧାନସବା ଓ ଲୋକସଭା ନିର୍ବାଚନ ରହିଛି। ନିଜେ ଚନ୍ଦ୍ରବାବୁ ନାଇଡୁ କୁପ୍ପମ ଜିଲ୍ଲାରୁ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। ଏହିଠାରୁ ରାଲି କରିବା ବେଳେ ଏଭଳି ଘୋଷଣା କରିଛନ୍ତି ନାଇଡୁ। 

କେବଳ ଏହି ପ୍ରତିଶ୍ରୁତି ଦେଇ ନାହାନ୍ତି ବରଂ ୨୦୧୯ ନିର୍ବାଚନ ପୂର୍ବରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ମଦ ବ୍ୟାନ୍ ନେଇ ଦେଇଥିବା ପ୍ରତିଶ୍ରୁତିକୁ ସେ ନିନ୍ଦା କରିଛନ୍ତି। କୁପ୍ପମରେ ରାଲି ବେଳେ ଶ୍ରୀ ନାଇଡୁ କହିଛନ୍ତି ଯେ ଯେତେବେଳେ ମୁଁ ମଦ କଥା ଉଠାଇଲି ସେତେବେଳେ ଆମ ଯୁବକ ଭାଇମାନେ ଖୁସି ହୋଇଘଲେ। ଆମ ଯୁବକ ଭାଇମାନଙ୍କର ଦାବି ଯେ ମଦ ଦାମ କମ୍ କରାଯାଉ। ଜଗନ ମୋହନ ରେଡ୍ଡୀ ହିଁ ମଦ ମୂଲ୍ୟ ବଢ଼ାଇଛନ୍ତି। ନିପ୍‌ର ମୁଲ୍ୟ ୬୦ରୁ ୨୦୦ ଟଙ୍କା ବଢ଼ାଇଛନ୍ତି। ଏବଂ ୧୦୦ ଟଙ୍କା ପକେଟ୍‌ରେ ପୂରାଇଛନ୍ତି ବୋଲି ନାଇଡୁ କହିଛନ୍ତି।  

ସୂଚନା ଅନୁସାରେ, ବର୍ତ୍ତମାନ କ୍ଷମତାରେ ଥିବା ୱାଇଏସ୍ଆର୍ କଂଗ୍ରେସ ୨୦୨୨-୨୩ରେ ମଦରୁ ୨୪ ହଜାର କୋଟିର ଅବକାରୀ ରାଜସ୍ୱ ଆଦାୟ କରିଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ଏହା ୧୭ ହଜାର କୋଟି ଥିଲା। କହି ରଖୁଛୁ ଯେ ଆନ୍ଧ୍ର ପ୍ରଦେଶରେ କେବଳ ସରକାରୀ କେନ୍ଦ୍ରଗୁଡ଼ିକରେ ମଦ ବିକ୍ରି ହେଉଛି।  

ପଢ଼ନ୍ତୁ-ଦଳୀୟ ଇସ୍ତାହରକୁ ମୁସ୍‌ଲିମ ଲିଗ୍ ସହ ତୁଳନା କରିବାରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେଲା କଂଗ୍ରେସ


ଆନ୍ଧ୍ର ସରକାରଙ୍କର ଏଭଳି ନିଷ୍ପତ୍ତି  ବିରୋଧରେ ଅନେକ ଥର ଚନ୍ଦ୍ରବାବୁ ନାଇଢୁ ସ୍ୱର ଉତ୍ତୋଳନ କରିଛନ୍ତି। ଶାସକ ଦଳ ଅଧିକ ଟଙ୍କାରେ ଖରାପ ମାନର ମଦ ଯୋଗାଉଛି। ଏଥିରେ ଦଳ ହଜାର ହଜାର କୋଟି ଲାଭ କରୁଛି ବୋଲି ନାଇଡୁ ଅଭିଯୋଗ କରିଛନ୍ତି। ସେହିପରି ଜନସେନା ଓ ବିଜେପି ମଧ୍ୟ ଆନ୍ଧ୍ର ସରକାରଙ୍କ ମଦ ନୀତିକୁ ନେଇ ସ୍ୱର ଉଠାଉଛନ୍ତି। 

ନିର୍ବାଚନ ମେଣ୍ଟ

ଆନ୍ଧ୍ର ପ୍ରଦେଶରେ ୱାଇଏସ୍ଆର୍‌ ଦଳ ଏକାକୀ ନିର୍ବାଚନ ଲଢ଼ୁଥିବା ବେଳେ ବିଜେପି-ଟିଡିପି ଓ ଜନସେନା ମେଣ୍ଟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଲଢ଼ିବେ। ମେଣ୍ଟ ଦଳ ମଧ୍ୟରେ ଆସନ ବୁଝମଣା ଶେଷ ହୋଇଛି। ଚୁକ୍ତି ଅନୁସାରେ ବିଜେପି ୬ଟି ଲୋକସଭା ଓ ୧୦ଟି ବିଧାନସଭାରେ ନିର୍ବାଚନ ଲଢ଼ିବ। ସେହିପରି ଟିଡିପି ୧୭ ଲୋକସଭା ଓ ୧୪୪ ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ। ତୃତୀୟରେ ଥିବା ଜନ ସେନା ୨ଟି ଲୋକସଭା ଓ ୨୧ ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ ବୋଲି ଚୁକ୍ତି ହୋଇଛି।