ନିର୍ବାଚନ ନିୟମ ସଂଶୋଧନକୁ ନେଇ ଗର୍ଜିଲେ ଖଡଗେ, ଜାଣନ୍ତୁ କହିଲେ କ’ଣ?
ନୂଆଦିଲ୍ଲୀ ୨୨।୧୨: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ସରକାରଙ୍କ ନିର୍ବାଚନ ନିୟମ ପରିବର୍ତ୍ତନକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ମୋଦି ସରକାରଙ୍କ ଏହି ପଦକ୍ଷେପ ସମ୍ବିଧାନ ଓ ଗଣତନ୍ତ୍ର ଉପରେ ସିଧାଶଳଖ ଆକ୍ରମଣ। ସରକାର ନିର୍ବାଚନ ସଞ୍ଚାଳନ ନିୟମ ୧୯୬୧ରେ ସଂଶୋଧନ କରି ସିସିଟିଭି ଫୁଟେଜ୍, ୱେବକାଷ୍ଟିଂ ଓ ପ୍ରାର୍ଥୀଙ୍କ ଭିଡିଓ ରେକର୍ଡିଂ ଭଳି ଇଲେକ୍ଟ୍ରୋନିକ୍ ଡକ୍ୟୁମେଣ୍ଟର ସାର୍ବଜନିକ ନିରୀକ୍ଷଣ ନିଷିଦ୍ଧ କରିଛନ୍ତି। ଖଡଗେ ଏହାକୁ ନିର୍ବାଚନ ଆୟୋଗଙ୍କ ସଂସ୍ଥାଗତ ଅଖଣ୍ଡତାକୁ ସମାପ୍ତ କରିବା ପାଇଁ ଏକ ‘ବ୍ୟବସ୍ଥିତ ଷଡ଼ଯନ୍ତ୍ର’ ବୋଲି କହିଛନ୍ତି। ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ରତା ଉପରେ ପ୍ରହାରଏନେଇ ଖଡଗେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ନିର୍ବାଚନ ଆୟୋଗଙ୍କ ସ୍ୱାଧୀନତା ଉପରେ ପ୍ରହାର କରିବା ମୋଦି ସରକାରରେ ପ୍ରଥମ ଥର ନୁହେଁ। ଖଡଗେ ଅଭିଯୋଗ କରିଛନ୍ତି ଯେ ପ୍ରଥମେ ସରକାର ଚୟନ କମିଟିରୁ ଭାରତର ମୁଖ୍ୟ ନ୍ୟାୟାଧୀଶ (ସିଜେଆଇ)ଙ୍କୁ ହଟାଇ ଦେଇଥିଲେ, ଯିଏ ନିର୍ବାଚନ ଆୟୋଗଙ୍କ ନିଯୁକ୍ତି କରୁଥିଲେ। ଏବେ ସରକାର ହାଇକୋର୍ଟଙ୍କ ଆଦେଶ ସତ୍ତ୍ୱେ ନିର୍ବାଚନ ସୂଚନାକୁ ଜନତାଙ୍କନିମନ୍ତେ ଲୁଚେଇବା ଆରମ୍ଭ କରିଛନ୍ତି। ଆୟୋଗଙ୍କ ସ୍ୱତନ୍ତ୍ରତାକୁ ନେଇ ପ୍ରଶ୍ନ କଂଗ୍ରେସ ସଭାପତି ଖଡଗେ ଦାବି କରିଛନ୍ତି ଯେ ଅତୀତରେ କଂଗ୍ରେସ ଦ୍ୱାରା କରାଯାଇଥ
ନୂଆଦିଲ୍ଲୀ ୨୨।୧୨: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କେନ୍ଦ୍ର ସରକାରଙ୍କ ନିର୍ବାଚନ ନିୟମ ପରିବର୍ତ୍ତନକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ମୋଦି ସରକାରଙ୍କ ଏହି ପଦକ୍ଷେପ ସମ୍ବିଧାନ ଓ ଗଣତନ୍ତ୍ର ଉପରେ ସିଧାଶଳଖ ଆକ୍ରମଣ। ସରକାର ନିର୍ବାଚନ ସଞ୍ଚାଳନ ନିୟମ ୧୯୬୧ରେ ସଂଶୋଧନ କରି ସିସିଟିଭି ଫୁଟେଜ୍, ୱେବକାଷ୍ଟିଂ ଓ ପ୍ରାର୍ଥୀଙ୍କ ଭିଡିଓ ରେକର୍ଡିଂ ଭଳି ଇଲେକ୍ଟ୍ରୋନିକ୍ ଡକ୍ୟୁମେଣ୍ଟର ସାର୍ବଜନିକ ନିରୀକ୍ଷଣ ନିଷିଦ୍ଧ କରିଛନ୍ତି। ଖଡଗେ ଏହାକୁ ନିର୍ବାଚନ ଆୟୋଗଙ୍କ ସଂସ୍ଥାଗତ ଅଖଣ୍ଡତାକୁ ସମାପ୍ତ କରିବା ପାଇଁ ଏକ ‘ବ୍ୟବସ୍ଥିତ ଷଡ଼ଯନ୍ତ୍ର’ ବୋଲି କହିଛନ୍ତି।
ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ରତା ଉପରେ ପ୍ରହାର
ଏନେଇ ଖଡଗେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ନିର୍ବାଚନ ଆୟୋଗଙ୍କ ସ୍ୱାଧୀନତା ଉପରେ ପ୍ରହାର କରିବା ମୋଦି ସରକାରରେ ପ୍ରଥମ ଥର ନୁହେଁ। ଖଡଗେ ଅଭିଯୋଗ କରିଛନ୍ତି ଯେ ପ୍ରଥମେ ସରକାର ଚୟନ କମିଟିରୁ ଭାରତର ମୁଖ୍ୟ ନ୍ୟାୟାଧୀଶ (ସିଜେଆଇ)ଙ୍କୁ ହଟାଇ ଦେଇଥିଲେ, ଯିଏ ନିର୍ବାଚନ ଆୟୋଗଙ୍କ ନିଯୁକ୍ତି କରୁଥିଲେ। ଏବେ ସରକାର ହାଇକୋର୍ଟଙ୍କ ଆଦେଶ ସତ୍ତ୍ୱେ ନିର୍ବାଚନ ସୂଚନାକୁ ଜନତାଙ୍କନିମନ୍ତେ ଲୁଚେଇବା ଆରମ୍ଭ କରିଛନ୍ତି।
ଆୟୋଗଙ୍କ ସ୍ୱତନ୍ତ୍ରତାକୁ ନେଇ ପ୍ରଶ୍ନ
କଂଗ୍ରେସ ସଭାପତି ଖଡଗେ ଦାବି କରିଛନ୍ତି ଯେ ଅତୀତରେ କଂଗ୍ରେସ ଦ୍ୱାରା କରାଯାଇଥିବା ଗୁରୁତର ଅଭିଯୋଗଗୁଡିକୁ ନିର୍ବାଚନ ଆୟୋଗ ଅଣଦେଖା କରିଛନ୍ତି, ଯେଉଁଥି ପାଇଁ ଆୟୋଗଙ୍କ ସ୍ୱାଧୀନତା ଉପରେ ପ୍ରଶ୍ନ ଉଠୁଛି। ଖଡଗେ କହିଛନ୍ତି ନିର୍ବାଚନ ଆୟୋଗଙ୍କ ଅଖଣ୍ଡତାକୁ ସମାପ୍ତ କରିବା ପାଇଁ ମୋଦି ସରକାରଙ୍କ ଏହା ସୁଚିନ୍ତିତ ଷଡ଼ଯନ୍ତ୍ର। ଏହା ଗଣତନ୍ତ୍ର ଓ ସମ୍ବିଧାନର ମୂଳ ସଂରଚନାକୁ ଦୁର୍ବଳ କରିବାର ଏକ ପ୍ରୟାସ। କଂଗ୍ରେସ ପାର୍ଟି ଏହା ବିରୋଧରେ ସବୁ ପ୍ରକାର ଉଦ୍ୟମ କରିବ ବୋଲି ସେ ସତର୍କ କରିଛନ୍ତି।
କୋର୍ଟରେ କରାଯିବ ଚ୍ୟାଲେଞ୍ଜ
ସେହିପରି କଂଗ୍ରେସ ସାଧାରଣ ସମ୍ପାଦକ ଜୟାରମ ରମେଶ ଏହା କେବେବି ସ୍ୱୀକାର ଯୋଗ୍ୟ ନୁହେଁ ବୋଲି କହିଥିବା ବେଳେ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯିବ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ପଦକ୍ଷେପ ନିର୍ବାଚନ ପାରଦର୍ଶିତାର ବିରୋଧାଚାରଣ କରୁଛି ଓ ଯେ କୌଣସି ମତେ ଏହାକୁ ରୋକାଯିବ। କଂଗ୍ରେସ ନେତା କେ.ସି.ବେଣୁଗୋପାଳ କହିଛନ୍ତି ଯେ ଏପର୍ଯ୍ୟନ୍ତ ନିର୍ବାଚନ ଆୟୋଗଙ୍କ ଆଚରଣ ଆପାରଦର୍ଶୀ ଓ ସରକାରଙ୍କ ସମର୍ଥକ ଭାବେ ରହିଛି। ସେ କହିଛନ୍ତି ଯେ ନିର୍ବାଚନ ଆୟୋଗ ନିଜ କର୍ତ୍ତବ୍ୟ ପାଳନ କରିବା ଦରକାର ଓ ନିରପେକ୍ଷ ଭାବେ କାମ କରିବା ଉଚିତ।
ନିର୍ବାଚନ ସଞ୍ଚାଳନ ନିୟମ ୧୯୬୧ରେ ସଂଶୋଧନ
ଉଲ୍ଲେଖଯୋଗ୍ୟ ଯେ ସରକାର ନିର୍ବାଚନ ସଞ୍ଚାଳନ ନିୟମ ୧୯୬୧ରେ ସଂଶୋଧନ କରିଛନ୍ତି। ଏଥିରେ ସିସିଟିଭି ଫୁଟେଜ, ୱେବକାଷ୍ଟିଂ ଓ ପ୍ରାର୍ଥୀଙ୍କ ଭିଡିଓ ରେକର୍ଡିଂ ଭଳି କିଛି ଇଲେକ୍ଟ୍ରୋନିକ ଡକ୍ୟୁମେଣ୍ଟର ସାର୍ବଜନିକ ନିରୀକ୍ଷଣକୁ ରୋକି ଦିଆଯାଇଛି। ନିର୍ବାଚନ ନିୟମରେ ସଂଶୋଧନ ପଛରେ ସରକାର ଏହା ଦ୍ୱାରା ସିସିଟିଭି ଫୁଟେଜ ଏବଂ ୱେବକାଷ୍ଟିଂର ଦୂରୁପଯୋଗକୁ ରୋକା ଯାଇ ପାରିବ ବୋଲି ତର୍କ ଦେଇଛନ୍ତି।