ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ଲାଗିଛି ଗାଁରେ ଉତ୍ତେଜନା: ପୋଲିସ ମୁତୟନ

ତିହିଡ଼ି,୩ା୬(ସଞ୍ଜିତ ବଳ): ତିହିଡ଼ି ଓ ପୀରହାଟ ଥାନା ଅଧୀନ ବିଭିନ୍ନ ସ୍ଥାନରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ଏବେବି ଉତ୍ତେଜନା ଦେଖାଦେଇଛି। ତିହିଡ଼ି ଥାନା ଅଧୀନ ଅଚକ ପଞ୍ଚାୟତରେ ନିର୍ବାଚନ ଚାଲିଥିବା ବେଳେ ବିଜେଡିର ଜଣେ ବରିଷ୍ଠ ନେତାଙ୍କୁ ବିରୋଧୀ ଦଳର କର୍ମୀ ଆକ୍ରମଣ କରିଥିଲେ। ବିଜେଡି ନେତା ଜଣକ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିବା ବେଳେ ନିର୍ବାଚନ ପରେ ଏହି ଘଟଣା ଉଗ୍ରରୂପ ଧାରଣ କରିଛି। ଉଭୟ ରାଜନୈତିକ ଦଳର କର୍ମୀମାନଙ୍କ ମଧ୍ୟରେ ଏହି […] The post ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ଲାଗିଛି ଗାଁରେ ଉତ୍ତେଜନା: ପୋଲିସ ମୁତୟନ appeared first on Dharitri Odia News.

ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ଲାଗିଛି ଗାଁରେ ଉତ୍ତେଜନା: ପୋଲିସ ମୁତୟନ

ତିହିଡ଼ି,୩ା୬(ସଞ୍ଜିତ ବଳ): ତିହିଡ଼ି ଓ ପୀରହାଟ ଥାନା ଅଧୀନ ବିଭିନ୍ନ ସ୍ଥାନରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ଏବେବି ଉତ୍ତେଜନା ଦେଖାଦେଇଛି। ତିହିଡ଼ି ଥାନା ଅଧୀନ ଅଚକ ପଞ୍ଚାୟତରେ ନିର୍ବାଚନ ଚାଲିଥିବା ବେଳେ ବିଜେଡିର ଜଣେ ବରିଷ୍ଠ ନେତାଙ୍କୁ ବିରୋଧୀ ଦଳର କର୍ମୀ ଆକ୍ରମଣ କରିଥିଲେ। ବିଜେଡି ନେତା ଜଣକ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିବା ବେଳେ ନିର୍ବାଚନ ପରେ ଏହି ଘଟଣା ଉଗ୍ରରୂପ ଧାରଣ କରିଛି। ଉଭୟ ରାଜନୈତିକ ଦଳର କର୍ମୀମାନଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ଛକାପଞ୍ଝା ଲାଗିରହିଛି। ଏହାକୁ ଦୃଷ୍ଟିରେ ରଖି ତିହିଡ଼ି ଥାନା ଅଧିକାରୀ ପ୍ରସନ୍ନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ନନ୍ଦପୁର ବଜାର ଓ ସ୍ଥାନୀୟ ଅଞ୍ଚଳରେ ପୋଲିସ ମୁତୟନ ହୋଇଛନ୍ତି।

ସେହିପରି ବୋଡ଼କ ପଞ୍ଚାୟତର ନାୟକାଣୀ ହାଇସ୍କୁଲ ବୁଥ ନଂ. ୪୩ରେ ଭୋଟଗ୍ରହଣ ସମୟରେ ଭାଜପା ଓ ବିରୋଧୀ ଦଳର କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଭାଜପାର ଆଦିକନ୍ଦ ନାଥ ନାମକ ଜଣେ କର୍ମୀ ବିରୋଧୀ ଦଳ କର୍ମୀଙ୍କ ଆକ୍ରମଣରେ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଆହତ ଯୁବକ ଆଦିକନ୍ଦ ଏନେଇ ତିହିଡ଼ି ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ପଞ୍ଚାୟତରେ ଉତ୍ତେଜନା ଲାଗି ରହିଛି।

ପୀରହାଟ ଥାନା ଅଧୀନ ଗଦି ବଜାରରେ ନିର୍ବାଚନ ପରେ ଭାଜପାର ଜଣେ କର୍ମୀଙ୍କୁ ବିରୋଧୀ ଦଳର କର୍ମୀ ଆକ୍ରମଣ କରିଥିଲେ। ଆକ୍ରମଣରେ ଆହତ ଅଲାଳ ଗ୍ରାମର ସେହି କର୍ମୀଙ୍କୁ ଚିକିତ୍ସା ପାଇଁ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାକୁ ନେଇ ଗଦି ବଜାର ଓ ଏହା ଆଖପାଖ ଗ୍ରା

The post ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ଲାଗିଛି ଗାଁରେ ଉତ୍ତେଜନା: ପୋଲିସ ମୁତୟନ appeared first on Dharitri Odia News.