ନିର୍ବାଚନ ପରିଚାଳନା ନେଇ ଡିଜିପିଙ୍କ ବୈଠକ, ରାଜ୍ୟ ସୀମାନ୍ତରେ ରଖାଯିବ କଡ଼ା ନଜର

କଟକ: ନିର୍ବାଚନ ପାଇଁ ପାଖେଇ ଆସୁଥିବାବେଳେ ଜୋର୍‌ ଧରିଛି ନିର୍ବାଚନୀ ପ୍ରସ୍ତୁତି। ରାଜନୈତିକ ଦଳମାନେ ପ୍ରାର୍ଥୀ ଚୟନ ନେଇ କସରତ ଜୋରଦାର କରିଥିବାବେଳେ ପ୍ରଶାସନ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି। ନିର୍ବାଚନ ସମୟରେ ଯେପରି ଆଇନ ଶୃଙ୍ଖଳା ପରିସ୍ଥିତି ନଉପୁଜେ, ନିର୍ବାଚନ ସୁରକ୍ଷିତ ଭାବରେ ସମ୍ପନ୍ନ ହେବ ସେନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି ପ୍ରଶାସନ ଓ ପୋଲିସ୍‌ ବିଭାଗ।ଏହି କ୍ରମରେ ଆସନ୍ତା ସାଧାରଣ ନିର୍ବାଚନ ନେଇ ରାଜ୍ୟ ପୋଲିସ ଡିଜିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଶନିବାର ପୋଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶରେ କଟକ ସ୍ଥିତ ଓଡ଼ିଶା ପୋଲିସର ମୁଖ୍ୟ କାର୍ଯ୍ୟଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ ନିୟମାବଳୀକୁ ସଠିକ ଭାବେ ପାଳନ କରାଯିବା ଉପରେ ବୈଠକରେ ଆଲୋଚନା ହୋଇଛି ।ବୈଠକରେ ଉଭୟ ରାଜ୍ୟର ସୀମାନ୍ତ ଜିଲ୍ଲା ଗୁଡିକରେ ଶାନ୍ତିପୂର୍ଣ୍ଣ, ଅବାଧ, ଅପରାଧମୁକ୍ତ ଏବଂ ନିରପେକ୍ଷତାର ସହ ନିର୍ବାଚନ ପରିଚାଳନା କରାଯିବା ସମ୍ପର୍କରେ ବରିଷ୍ଠ ପୋଲିସ ଅଧିକାରୀମାନେ ମତବ୍ୟକ୍ତ କରିଥିଲେ । ବିଶେଷ କରି ଓଡିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ ଜିଲ୍ଲାର ସୀମା ପଡୋଶୀ ରାଜ୍ୟ ଛତିଶଗଡ ସହିତ ଲାଗି ରହିଛି । ଉପରୋକ୍ତ ସୀମାନ୍ତ ଜିଲ୍ଲା ଗୁଡିକରେ ସ

ନିର୍ବାଚନ ପରିଚାଳନା ନେଇ ଡିଜିପିଙ୍କ ବୈଠକ, ରାଜ୍ୟ ସୀମାନ୍ତରେ ରଖାଯିବ କଡ଼ା ନଜର

କଟକ: ନିର୍ବାଚନ ପାଇଁ ପାଖେଇ ଆସୁଥିବାବେଳେ ଜୋର୍‌ ଧରିଛି ନିର୍ବାଚନୀ ପ୍ରସ୍ତୁତି। ରାଜନୈତିକ ଦଳମାନେ ପ୍ରାର୍ଥୀ ଚୟନ ନେଇ କସରତ ଜୋରଦାର କରିଥିବାବେଳେ ପ୍ରଶାସନ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛି। ନିର୍ବାଚନ ସମୟରେ ଯେପରି ଆଇନ ଶୃଙ୍ଖଳା ପରିସ୍ଥିତି ନଉପୁଜେ, ନିର୍ବାଚନ ସୁରକ୍ଷିତ ଭାବରେ ସମ୍ପନ୍ନ ହେବ ସେନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି ପ୍ରଶାସନ ଓ ପୋଲିସ୍‌ ବିଭାଗ।

ଏହି କ୍ରମରେ ଆସନ୍ତା ସାଧାରଣ ନିର୍ବାଚନ ନେଇ ରାଜ୍ୟ ପୋଲିସ ଡିଜିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଶନିବାର ପୋଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶରେ କଟକ ସ୍ଥିତ ଓଡ଼ିଶା ପୋଲିସର ମୁଖ୍ୟ କାର୍ଯ୍ୟଳୟରେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ ନିୟମାବଳୀକୁ ସଠିକ ଭାବେ ପାଳନ କରାଯିବା ଉପରେ ବୈଠକରେ ଆଲୋଚନା ହୋଇଛି ।

ବୈଠକରେ ଉଭୟ ରାଜ୍ୟର ସୀମାନ୍ତ ଜିଲ୍ଲା ଗୁଡିକରେ ଶାନ୍ତିପୂର୍ଣ୍ଣ, ଅବାଧ, ଅପରାଧମୁକ୍ତ ଏବଂ ନିରପେକ୍ଷତାର ସହ ନିର୍ବାଚନ ପରିଚାଳନା କରାଯିବା ସମ୍ପର୍କରେ ବରିଷ୍ଠ ପୋଲିସ ଅଧିକାରୀମାନେ ମତବ୍ୟକ୍ତ କରିଥିଲେ । ବିଶେଷ କରି ଓଡିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ ଜିଲ୍ଲାର ସୀମା ପଡୋଶୀ ରାଜ୍ୟ ଛତିଶଗଡ ସହିତ ଲାଗି ରହିଛି । 

ଉପରୋକ୍ତ ସୀମାନ୍ତ ଜିଲ୍ଲା ଗୁଡିକରେ ସୀମା ତନଖୀ ଫାଟକରେ କଜାକତି ଯାଞ୍ଚ, ସଂବେଦନଶୀଳ ସ୍ଥାନ ଗୁଡିକରେ ଯାନବାହନ ଯାଞ୍ଚ, ଅବକାରୀ ଧରପଗଜ, ବେଆଇନ ମାରଣାସ୍ତ୍ର, ବେଆଇନ ମଦ କାରବାର, ବେଆଇନ ନିଶା କାରବାର, ବେଆଇନ ଟଙ୍କା କାରବାର ଉପରେ ରୋକ ଲଗାଯିବା ଉପରେ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ବୈଠକରେ ବିଶଦ ଭାବେ ଆଲୋଚନା ହୋଇଥିଲା ।