ନିର୍ବାଚନ ପାଇଁ ଭାଜପା ପ୍ରସ୍ତୁତ: ପୂରା ଦମ୍ରେ ଲଢ଼ିବ ଦଳ କହିଲେ…
ଭୁବନେଶ୍ୱର,୧୭।୩: ରାଜ୍ୟ ଭାଜପା କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇପଡ଼ିଛି। ବରିଷ୍ଠ ନେତାମାନଙ୍କୁ ନେଇ କାର୍ଯ୍ୟାଳୟରେ ଘନଘନ ବୈଠକ ବସିଛି। ଏଥିରେ ଦଳର ବରିଷ୍ଠ ନେତା ସାମିଲ ହୋଇଛନ୍ତି । ନିର୍ବାଚନ ପାଇଁ ରାଜ୍ୟର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ନେଇ କାହାକୁ ପ୍ରାର୍ଥୀ କରାଯିବ କାହାକୁ କେଉଁ ଆସନ ଦିଆଯିବ ଏବଂ ଅନ୍ୟ କର୍ମୀଙ୍କୁ କିପରି ସନ୍ତୁଷ୍ଟ କରାଯିବ ସେ ନେଇ ବୈଠକରେ ଆଲୋଚନା କରାଯାଉଥିବା ସୂଚନା ରହିଛି। ସଠିକ ଭାବେ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ […] The post ନିର୍ବାଚନ ପାଇଁ ଭାଜପା ପ୍ରସ୍ତୁତ: ପୂରା ଦମ୍ରେ ଲଢ଼ିବ ଦଳ କହିଲେ… appeared first on Dharitri Odia News.
ଭୁବନେଶ୍ୱର,୧୭।୩: ରାଜ୍ୟ ଭାଜପା କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇପଡ଼ିଛି। ବରିଷ୍ଠ ନେତାମାନଙ୍କୁ ନେଇ କାର୍ଯ୍ୟାଳୟରେ ଘନଘନ ବୈଠକ ବସିଛି। ଏଥିରେ ଦଳର ବରିଷ୍ଠ ନେତା ସାମିଲ ହୋଇଛନ୍ତି । ନିର୍ବାଚନ ପାଇଁ ରାଜ୍ୟର ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ନେଇ କାହାକୁ ପ୍ରାର୍ଥୀ କରାଯିବ କାହାକୁ କେଉଁ ଆସନ ଦିଆଯିବ ଏବଂ ଅନ୍ୟ କର୍ମୀଙ୍କୁ କିପରି ସନ୍ତୁଷ୍ଟ କରାଯିବ ସେ ନେଇ ବୈଠକରେ ଆଲୋଚନା କରାଯାଉଥିବା ସୂଚନା ରହିଛି।
ସଠିକ ଭାବେ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ ହେଲେ ଏହାକୁ ଦିଲ୍ଲୀ ପଠାଯିବ। ତେଣୁ ଏହା ଉପରେ ବରିଷ୍ଠ ନେତା ତଥା କେନ୍ଦ୍ରରୁ ଆସିଥିବା ବରିଷ୍ଠ ନେତାଙ୍କୁ ନେଇ ବିଚାରବିମର୍ଶ ଚାଲିଥିବା ସୂଚନା ରହିଛି।
ଅନ୍ୟପକ୍ଷେ ଏନେଇ ବାଲେଶ୍ବର ଏମ୍ପି ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ନିର୍ବାଚନ ପାଇଁ ଭାଜପା ସଂପୂର୍ଣ୍ଣ ପ୍ରସ୍ତୁତ ଅଛି। ପୂରା ଦମ୍ରେ ଲଢ଼ିବା ପାଇଁ ଦଳ ପ୍ରସ୍ତୁତ ହୋଇଛି।
The post ନିର୍ବାଚନ ପାଇଁ ଭାଜପା ପ୍ରସ୍ତୁତ: ପୂରା ଦମ୍ରେ ଲଢ଼ିବ ଦଳ କହିଲେ… appeared first on Dharitri Odia News.