ନିର୍ବାଚନ ପୂବରୁ ଭାଜପାକୁ ବଡ ଝଟ୍କା: କଂଗ୍ରେସରେ ମିଶିଲେ ଏହି ବଡ ନେତା
ନୂଆଦିଲ୍ଲୀ,୧୦।୩: ଲୋକସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ ଝଟ୍କା । ଦଳର ଜଣେ ବଡ଼ ଏମପି ଦଳ ଛାଡିଛନ୍ତି। ସେ ହେଲେ ହିସାରର ଭାଜପା ଏମପି ବ୍ରିଜେନ୍ଦ୍ର ସିଂହ। ବ୍ରିଜେନ୍ଦ୍ର ଆଜି ଇସ୍ତଫା ଦେଇଛନ୍ତି। ୨୦୧୪ରେ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଭାଜପାରେ ସାମିଲ୍ ହୋଇଥିଲେ। ଏହାପରେ ସେ ରାଜ୍ୟ ସଭାରୁ ନିର୍ବାଚିତ ହୋଇ କେନ୍ଦ୍ରୀୟ ମନ୍ତ୍ରୀ ହୋଇଥିଲେ। ୨୦୧୯ରେ ଲୋକସଭା ନିର୍ବାଚନ ପାଇଁ ଭାଜପା ତାଙ୍କୁ ହରିୟାଣା ହିସାରରୁ ଟିକେଟ୍ ଦେଇଥିଲା। ଯେଉଁଥିରେ ସେ ବିପୁଳ […] The post ନିର୍ବାଚନ ପୂବରୁ ଭାଜପାକୁ ବଡ ଝଟ୍କା: କଂଗ୍ରେସରେ ମିଶିଲେ ଏହି ବଡ ନେତା appeared first on Dharitri Odia News.
ନୂଆଦିଲ୍ଲୀ,୧୦।୩: ଲୋକସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ ଝଟ୍କା । ଦଳର ଜଣେ ବଡ଼ ଏମପି ଦଳ ଛାଡିଛନ୍ତି। ସେ ହେଲେ ହିସାରର ଭାଜପା ଏମପି ବ୍ରିଜେନ୍ଦ୍ର ସିଂହ। ବ୍ରିଜେନ୍ଦ୍ର ଆଜି ଇସ୍ତଫା ଦେଇଛନ୍ତି। ୨୦୧୪ରେ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଭାଜପାରେ ସାମିଲ୍ ହୋଇଥିଲେ। ଏହାପରେ ସେ ରାଜ୍ୟ ସଭାରୁ ନିର୍ବାଚିତ ହୋଇ କେନ୍ଦ୍ରୀୟ ମନ୍ତ୍ରୀ ହୋଇଥିଲେ।
୨୦୧୯ରେ ଲୋକସଭା ନିର୍ବାଚନ ପାଇଁ ଭାଜପା ତାଙ୍କୁ ହରିୟାଣା ହିସାରରୁ ଟିକେଟ୍ ଦେଇଥିଲା। ଯେଉଁଥିରେ ସେ ବିପୁଳ ପରିମାଣରେ ବିଜୟ ହାସଲ କରିଥିଲେ। ତେବେ ବିରେନ୍ଦ୍ର ଭାଜପାକୁ, ଜେଜେପି ସହ ମେଣ୍ଟ ନ କରିବାକୁ ପରାମର୍ଶ ଦେଇଥିଲା ଯେତେବେଳେ ଭାଜପା ଏକଥା ଶୁଣି ନ ଥିଲା ସେ ଦଳ ଛାଡିବା ନେଇ ନିଷ୍ପତ୍ତି ନେଇଥିଲେ। ବର୍ତ୍ତମାନ ସେ ତାଙ୍କ ବାପା ଚୌଧୁରୀ ବିରେନ୍ଦ୍ର ସିଂହଙ୍କ ସହ ଆଜି କଂଗ୍ରେସରେ ସାମିଲ୍ ହୋଇପାରନ୍ତି ବୋଲି ଆଲୋଚନା କରାଯାଉଛି।
The post ନିର୍ବାଚନ ପୂବରୁ ଭାଜପାକୁ ବଡ ଝଟ୍କା: କଂଗ୍ରେସରେ ମିଶିଲେ ଏହି ବଡ ନେତା appeared first on Dharitri Odia News.