ନିର୍ବାଚନ ପୂର୍ବରୁ କାଶ୍ମୀରରେ ଟାର୍ଗେଟ କିଲିଂ, ବିହାର ଯୁବକଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଘଟଣା ସାମ୍‌ନାକୁ ଆସିଛି। ଏଠାରେ ବୁଧବାର, ବିହାରର ଜଣେ ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୁଳିମାରି ହତ୍ୟା କରିଛନ୍ତି। ଏନେଇ ପୋଲିସ ପକ୍ଷରୁ ସୂଚନା ଦେଇଛି।ପୋଲିସ୍‌ର ସୂଚନା ଅନୁଯାୟୀ, ଜବଲୀପୋରାରେ ଆତଙ୍କବାଦୀମାନେ ବିହାର ରାଜୁ ଶାହଙ୍କୁ ହତ୍ୟା କରିଛନ୍ତି। ଆତଙ୍କବାଦୀମାନେ ତାଙ୍କ ଉପରକୁ ଖୁବ୍ ନିକଟରୁ ଗୁଳି ଚଳାଇଥିଲେ।ତେବେ ହସ୍ପିଟାଲରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିବାନେଇ କହିଛନ୍ତି ହସ୍ପିଟାଲ ଅଧିକାରୀ।ସୂଚନାଯୋଗ୍ୟ, ଗତ ୧୦ ଦିନରେ ଏହା ଦ୍ବିତୀୟ ଟାର୍ଗେଟ କିଲିଂ। ଆଉ ଏହି ହତ୍ୟା ମାମଲା ଏଭଳି ସମୟରେ ଆସିଛି ଯେତେବେଳେ ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଜମ୍ମୁ-କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ଘଟଣା ଅନନ୍ତନାଗ ଲୋକସଭା କ୍ଷେତ୍ରରେ ହୋଇଛି। ଯେଉଁଠାରେ ମେ ୭ରେ ତୃତୀୟ ପର୍ଯ୍ୟାୟରେ ମତଦାନ ହେବ।ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲୀରୁ ବୁଧବାର ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରି ତାଙ୍କ କବଜାରୁ ହତିଆର ଏବଂ ଗୋଳା ବାରୁଦ ଜବତ ହୋଇଛି। ସେନା ତରଫରୁ ଏହି ସୂଚନା ଦିଆଯାଇଛି।

ନିର୍ବାଚନ ପୂର୍ବରୁ କାଶ୍ମୀରରେ ଟାର୍ଗେଟ କିଲିଂ, ବିହାର ଯୁବକଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ଆତଙ୍କବାଦୀ ଘଟଣା ସାମ୍‌ନାକୁ ଆସିଛି। ଏଠାରେ ବୁଧବାର, ବିହାରର ଜଣେ ଶ୍ରମିକଙ୍କୁ ଆତଙ୍କବାଦୀମାନେ ଗୁଳିମାରି ହତ୍ୟା କରିଛନ୍ତି। ଏନେଇ ପୋଲିସ ପକ୍ଷରୁ ସୂଚନା ଦେଇଛି।

ପୋଲିସ୍‌ର ସୂଚନା ଅନୁଯାୟୀ, ଜବଲୀପୋରାରେ ଆତଙ୍କବାଦୀମାନେ ବିହାର ରାଜୁ ଶାହଙ୍କୁ ହତ୍ୟା କରିଛନ୍ତି। ଆତଙ୍କବାଦୀମାନେ ତାଙ୍କ ଉପରକୁ ଖୁବ୍ ନିକଟରୁ ଗୁଳି ଚଳାଇଥିଲେ।ତେବେ ହସ୍ପିଟାଲରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିବାନେଇ କହିଛନ୍ତି ହସ୍ପିଟାଲ ଅଧିକାରୀ।

ସୂଚନାଯୋଗ୍ୟ, ଗତ ୧୦ ଦିନରେ ଏହା ଦ୍ବିତୀୟ ଟାର୍ଗେଟ କିଲିଂ। ଆଉ ଏହି ହତ୍ୟା ମାମଲା ଏଭଳି ସମୟରେ ଆସିଛି ଯେତେବେଳେ ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଜମ୍ମୁ-କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ଘଟଣା ଅନନ୍ତନାଗ ଲୋକସଭା କ୍ଷେତ୍ରରେ ହୋଇଛି। ଯେଉଁଠାରେ ମେ ୭ରେ ତୃତୀୟ ପର୍ଯ୍ୟାୟରେ ମତଦାନ ହେବ।

ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲୀରୁ ବୁଧବାର ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରି ତାଙ୍କ କବଜାରୁ ହତିଆର ଏବଂ ଗୋଳା ବାରୁଦ ଜବତ ହୋଇଛି। ସେନା ତରଫରୁ ଏହି ସୂଚନା ଦିଆଯାଇଛି।