ନିର୍ବାଚନ ପୂର୍ବରୁ ଟ୍ରମ୍ପ-ବାଇଡେନ୍ ମୁହାଁମୁହିଁ, ୯୦ ମିନିଟ ଧରି ଚାଲିବ ବିତର୍କ
ୱାଶିଂଟନ ୨୮/୦୬: ଚଳିତବର୍ଷ ନଭେମ୍ବର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ଓ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ମଧ୍ୟରେ ମୁହାଁମୁହିଁ ବିତର୍କ ହେବାକୁ ଯାଉଛି । ପ୍ରାୟ ୪ ବର୍ଷ ପରେ ଉଭୟ ନେତା ପୁଣି ମୁହାଁମୁହିଁ ହେବେ । ୨୦୨୦ରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଉଭୟ ନେତା ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ଟ୍ରମ୍ପ୍ ରାଷ୍ଟ୍ରପତି ଥିଲା ବେଳେ ବାଇଡେନ୍ ପୂର୍ବତନ ଉପ ରାଷ୍ଟ୍ରପତି ରହିଥିଲେ । ଉଭୟ ନେତାଙ୍କ ମଧ୍ୟରେ ହେବାକୁ ଥିବା ଆଗାମୀ ବିତର୍କ ବେଶ୍ ସ୍ୱତନ୍ତ୍ର ବହନ କରୁଛି । କାରଣ ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ବର୍ତ୍ତମାନର ରାଷ୍ଟ୍ରପତି ଓ ପୂର୍ବ ରାଷ୍ଟ୍ରପତିଙ୍କ ମଧ୍ୟରେ ବିତର୍କ ହେବାକୁ ଯାଉଛି । ଏହାକୁ ଦେଖିବା ପାଇଁ ଦେଶବାସୀ ବେଶ୍ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଇଂରାଜୀ ନ୍ୟୁଜ୍ ଚ୍ୟାନେଲ୍ ସିଏନ୍ଏନ୍ ଏହି ଆମେରିକୀୟ ରାଷ୍ଟ୍ରପତି ବିତର୍କ ୨୦୨୪ ଆୟୋଜନ କରିବ । ଏହା ଆମେରିକାର ଜର୍ଜିଆ ପ୍ରଦେଶ ଅନ୍ତର୍ଗତ ଆଟଲାଣ୍ଟା ସହରରେ ସିଏନ୍ଏନ୍ ମୁଖ୍ୟାଳୟରେ ଅନୁଷ୍ଠିତ ହେବ । ସ୍ଥାନୀୟ ସମୟ ଅନୁସାରେ ଏହା ଗୁରୁବାର ରାତି ୯ଟାରେ ଆରମ୍ଭ ହେବାକୁ ଥିବା ବେଳେ ଭାରତୀୟ ସମୟାନୁସାରେ ଶୁକ୍ରବାର ସକାଳ ୬ଟାରେ ଆରମ୍ଭ ହେବ । ସିଏନ୍ଏନ୍ର ଜେକ୍ ଟ୍ୟାପର ଏବଂ ଡାନା ବ୍ୟାସ୍ ଏହି ବିତର୍କର ସଞ୍ଚ
ୱାଶିଂଟନ ୨୮/୦୬: ଚଳିତବର୍ଷ ନଭେମ୍ବର ୫ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ଓ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ମଧ୍ୟରେ ମୁହାଁମୁହିଁ ବିତର୍କ ହେବାକୁ ଯାଉଛି । ପ୍ରାୟ ୪ ବର୍ଷ ପରେ ଉଭୟ ନେତା ପୁଣି ମୁହାଁମୁହିଁ ହେବେ । ୨୦୨୦ରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଉଭୟ ନେତା ମୁହାଁମୁହିଁ ହୋଇଥିଲେ ।
ଏହି ସମୟରେ ଟ୍ରମ୍ପ୍ ରାଷ୍ଟ୍ରପତି ଥିଲା ବେଳେ ବାଇଡେନ୍ ପୂର୍ବତନ ଉପ ରାଷ୍ଟ୍ରପତି ରହିଥିଲେ । ଉଭୟ ନେତାଙ୍କ ମଧ୍ୟରେ ହେବାକୁ ଥିବା ଆଗାମୀ ବିତର୍କ ବେଶ୍ ସ୍ୱତନ୍ତ୍ର ବହନ କରୁଛି । କାରଣ ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ବର୍ତ୍ତମାନର ରାଷ୍ଟ୍ରପତି ଓ ପୂର୍ବ ରାଷ୍ଟ୍ରପତିଙ୍କ ମଧ୍ୟରେ ବିତର୍କ ହେବାକୁ ଯାଉଛି । ଏହାକୁ ଦେଖିବା ପାଇଁ ଦେଶବାସୀ ବେଶ୍ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ।
ଇଂରାଜୀ ନ୍ୟୁଜ୍ ଚ୍ୟାନେଲ୍ ସିଏନ୍ଏନ୍ ଏହି ଆମେରିକୀୟ ରାଷ୍ଟ୍ରପତି ବିତର୍କ ୨୦୨୪ ଆୟୋଜନ କରିବ । ଏହା ଆମେରିକାର ଜର୍ଜିଆ ପ୍ରଦେଶ ଅନ୍ତର୍ଗତ ଆଟଲାଣ୍ଟା ସହରରେ ସିଏନ୍ଏନ୍ ମୁଖ୍ୟାଳୟରେ ଅନୁଷ୍ଠିତ ହେବ । ସ୍ଥାନୀୟ ସମୟ ଅନୁସାରେ ଏହା ଗୁରୁବାର ରାତି ୯ଟାରେ ଆରମ୍ଭ ହେବାକୁ ଥିବା ବେଳେ ଭାରତୀୟ ସମୟାନୁସାରେ ଶୁକ୍ରବାର ସକାଳ ୬ଟାରେ ଆରମ୍ଭ ହେବ । ସିଏନ୍ଏନ୍ର ଜେକ୍ ଟ୍ୟାପର ଏବଂ ଡାନା ବ୍ୟାସ୍ ଏହି ବିତର୍କର ସଞ୍ଚାଳନ କରିବେ ।
ଟ୍ୟାପର୍ ଓ ବ୍ୟାସ୍ ପୂର୍ବରୁ ବି ଏଭଳି ବିତର୍କ ପରିଚାଳନା କରିସାରିଛନ୍ତି । ଟ୍ରମ୍ପ୍-ବାଇଡେନ୍ଙ୍କ ବିତର୍କ ୯୦ ମିନିଟ୍ ଧରି ଚାଲିବା ନେଇ ଆଶା କରାଯାଉଛି । ଏଥିରେ ବିଜ୍ଞାପନ ଅବଧି ସାମିଲ ରହିବ । ଆମେରିକା ରାଷ୍ଟ୍ରପତି ବିତର୍କର ସିଧାପ୍ରସାରଣ ସିଏନ୍ଏନ୍ ଚ୍ୟାନେଲ୍ ଏବଂ ଏହାର ସମସ୍ତ ପ୍ଲାଟଫର୍ମ ଯଥା ୟୁଟ୍ୟୁବ୍, ଫେସ୍ବୁକ୍ ଆଦିରେ ଦେଖାଯାଇ ପାରିବ । ଅନ୍ୟ କେତେକ ନେଟ୍ୱର୍କରେ ବି ଏହାର ପ୍ରସାରଣ କରାଯିବ ।
କିନ୍ତୁ ବିତର୍କ ବେଳେ ସିଏନ୍ଏନ୍ର ଷ୍ଟୁଡିଓରେ କୌଣସି ଦର୍ଶକ ରହିବେ ନାହିଁ । ସେଠାରେ ଦୁଇ ରାଷ୍ଟ୍ରପତି ପ୍ରାର୍ଥୀ ଓ ଚ୍ୟାନେଲ୍ ମଡରେଟର ଉପସ୍ଥିତ ରହିବେ । ଯେ ପର୍ଯ୍ୟନ୍ତ ଜଣେ ପ୍ରାର୍ଥୀଙ୍କ କହିବା ପାଳି ନ ଆସିଛି ସେ ପର୍ଯ୍ୟନ୍ତ ତାଙ୍କ ମାଇକ୍ରୋଫୋନ୍ ବନ୍ଦ ରହିବ । ଉଭୟ ନେତାଙ୍କ ଦ୍ୱିତୀୟ ବିତର୍କ ସେପ୍ଟେମ୍ବର ୧୦ରେ ହେବ । ଏବିସି ଏହାର ସଞ୍ଚାଳନ କରିବ ।