ନିର୍ବାଚନ ପୂର୍ବରୁ ବ୍ରିଟେନରେ ହିନ୍ଦୁ ଇସ୍ତାହାର ଜାରି; ସରକାରଙ୍କ ସାମ୍ନାରେ ୭ ଦାବି ରଖିଲେ ହିନ୍ଦୁ ସଂଗଠନ

ନୂଆଦିଲ୍ଲୀ: ବୈଶ୍ବିକ ସ୍ତରରେ ବର୍ତ୍ତମାନ ଚାଲିଛି ନିର୍ବାଚନ ଋତୁ । ଚଳିତ ମାସରେ ଭାରତରେ ଲୋକସଭା ନିର୍ବାଚନ ଶେଷ ହୋଇଛି । ସେହିପରି ୟୁରୋପୀୟ ପାର୍ଲିଆମେଣ୍ଟ ମଧ୍ୟ ସରିଛି । ଏବେ ବ୍ରିଟେନର ପାଳି । ଜୁଲାଇ ମାସରେ ବ୍ରିଟେନ ନିର୍ବାଚନ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ  ଦେଶରେ ହିନ୍ଦୁ ଇସ୍ତାହାର ଜାରି ହୋଇଛି । ୧୫ରୁ ଅଧିକ ହିନ୍ଦୁ ସଂଗଠନ ୩୨ ପୃଷ୍ଠା ବିଶିଷ୍ଟ ମେନୁଫେଷ୍ଟୋରେ ୭ଦାବି ରଖିଛନ୍ତି ।  ଏଥିରେ ହିନ୍ଦୁଙ୍କ ଉପରେ ହିଂସା ବନ୍ଦ, ସମାନ ଅଧିକାର, ଧାର୍ମିକ ସ୍ଥଳର ସୁରକ୍ଷା ନେଇ ଉଲ୍ଲେଖ ରହିଛି । ...ହିନ୍ଦୁ ମେନୁଫେଷ୍ଚୋ ହେଉଛି, ବ୍ରିଟେନରେ ରହୁଥିବା ୧୦ ଲକ୍ଷ ହିନ୍ଦୁ ମାନଙ୍କର ସୁରକ୍ଷା ନିମନ୍ତେ ଦାବି । ୧୫ ହିନ୍ଦୁ ସଂଗଠନ, ତଥା ହିନ୍ଦୁ କାଉନସିଲ୍ ୟୁକେ, ହିନ୍ଦୁ ଫରୋମ୍ ଅଫ୍ ବ୍ରିଟେନ୍, ହିନ୍ଦୁ ମନ୍ଦିର ନେଟଓ୍ବାର୍କ, ବିଏପିଏସ ସ୍ବାମୀନାରାୟଣ ସଂସ୍ଥା, ଚିନ୍ମୟ ମିଶନ, ଇସ୍କନ ୟୁକେ ଏବଂ  ନ୍ୟାସନାଲ କାଉନସିଲ୍ ଅଫ୍ ହନ୍ଦୁ ଟେମ୍ପଲ୍ସ  ଆଦି ସଂସ୍ଥା ଆସୁଛି । ଏହି ସବୁ ସଂସ୍ଥା ବ୍ରିଟେନରେ ନିର୍ବାଚନ ପୂର୍ବରୁ ନିଜ ନିଜ ଓ୍ବେବସାଇଟରେ ହିନ୍ଦୁ ମେନୁଫେଷ୍ଟୋ ଜାରି କରିଛନ୍ତି  । ଇସ୍ତାହାରରେ ହିନ୍ଦୁ ୭ ଦାବି ରହିଛି । ଏଥିରେ ହିନ୍ଦୁମାନଙ୍କ ଉପରେ ବଢ଼ୁଥିଲା ହିଂସା ବନ୍ଦ କରିବାକୁ ଦାବି ରଖାଯାଇଛି । ସରକାର ସମସ୍ତଙ୍କୁ ସମାନ ଅଧିକାର ଦିଅନ୍ତୁ ବୋଲି ଉଲ୍ଲେଖ ରହିଛି । ୟୁକେରେ ରହିଥିବା ହିନ୍ଦୁ

ନିର୍ବାଚନ ପୂର୍ବରୁ ବ୍ରିଟେନରେ ହିନ୍ଦୁ ଇସ୍ତାହାର ଜାରି; ସରକାରଙ୍କ ସାମ୍ନାରେ ୭ ଦାବି ରଖିଲେ ହିନ୍ଦୁ ସଂଗଠନ

ନୂଆଦିଲ୍ଲୀ: ବୈଶ୍ବିକ ସ୍ତରରେ ବର୍ତ୍ତମାନ ଚାଲିଛି ନିର୍ବାଚନ ଋତୁ । ଚଳିତ ମାସରେ ଭାରତରେ ଲୋକସଭା ନିର୍ବାଚନ ଶେଷ ହୋଇଛି । ସେହିପରି ୟୁରୋପୀୟ ପାର୍ଲିଆମେଣ୍ଟ ମଧ୍ୟ ସରିଛି । ଏବେ ବ୍ରିଟେନର ପାଳି । ଜୁଲାଇ ମାସରେ ବ୍ରିଟେନ ନିର୍ବାଚନ ହେବାକୁ ଯାଉଛି । ହେଲେ ଏହା ପୂର୍ବରୁ  ଦେଶରେ ହିନ୍ଦୁ ଇସ୍ତାହାର ଜାରି ହୋଇଛି । ୧୫ରୁ ଅଧିକ ହିନ୍ଦୁ ସଂଗଠନ ୩୨ ପୃଷ୍ଠା ବିଶିଷ୍ଟ ମେନୁଫେଷ୍ଟୋରେ ୭ଦାବି ରଖିଛନ୍ତି ।  ଏଥିରେ ହିନ୍ଦୁଙ୍କ ଉପରେ ହିଂସା ବନ୍ଦ, ସମାନ ଅଧିକାର, ଧାର୍ମିକ ସ୍ଥଳର ସୁରକ୍ଷା ନେଇ ଉଲ୍ଲେଖ ରହିଛି । ...

ହିନ୍ଦୁ ମେନୁଫେଷ୍ଚୋ ହେଉଛି, ବ୍ରିଟେନରେ ରହୁଥିବା ୧୦ ଲକ୍ଷ ହିନ୍ଦୁ ମାନଙ୍କର ସୁରକ୍ଷା ନିମନ୍ତେ ଦାବି । ୧୫ ହିନ୍ଦୁ ସଂଗଠନ, ତଥା ହିନ୍ଦୁ କାଉନସିଲ୍ ୟୁକେ, ହିନ୍ଦୁ ଫରୋମ୍ ଅଫ୍ ବ୍ରିଟେନ୍, ହିନ୍ଦୁ ମନ୍ଦିର ନେଟଓ୍ବାର୍କ, ବିଏପିଏସ ସ୍ବାମୀନାରାୟଣ ସଂସ୍ଥା, ଚିନ୍ମୟ ମିଶନ, ଇସ୍କନ ୟୁକେ ଏବଂ  ନ୍ୟାସନାଲ କାଉନସିଲ୍ ଅଫ୍ ହନ୍ଦୁ ଟେମ୍ପଲ୍ସ  ଆଦି ସଂସ୍ଥା ଆସୁଛି । ଏହି ସବୁ ସଂସ୍ଥା ବ୍ରିଟେନରେ ନିର୍ବାଚନ ପୂର୍ବରୁ ନିଜ ନିଜ ଓ୍ବେବସାଇଟରେ ହିନ୍ଦୁ ମେନୁଫେଷ୍ଟୋ ଜାରି କରିଛନ୍ତି  । ଇସ୍ତାହାରରେ ହିନ୍ଦୁ ୭ ଦାବି ରହିଛି । ଏଥିରେ ହିନ୍ଦୁମାନଙ୍କ ଉପରେ ବଢ଼ୁଥିଲା ହିଂସା ବନ୍ଦ କରିବାକୁ ଦାବି ରଖାଯାଇଛି । ସରକାର ସମସ୍ତଙ୍କୁ ସମାନ ଅଧିକାର ଦିଅନ୍ତୁ ବୋଲି ଉଲ୍ଲେଖ ରହିଛି । ୟୁକେରେ ରହିଥିବା ହିନ୍ଦୁ ମନ୍ଦିରର ସୁରକ୍ଷା ନିମନ୍ତେ ଦାବି ରଖା ଯାଇଛି । ସାର୍ବଜନିକ ସ୍ଥଳରେ ହିନ୍ଦୁ ମାନଙ୍କ ପ୍ରତିନିଧିତ୍ବ ବଢ଼ାଇବାକୁ କୁହାଯାଇଛି । ମନ୍ଦିରର ପୂଜକମାନଙ୍କର ଭିସା ସମସ୍ୟା ସମାଧାନ ଆଦି ଦାବି ଇସ୍ତାହାରରେ ରଖାଯାଇଛି । ବ୍ରିଟେନରେ ୧୦ ଲକ୍ଷ ହିନ୍ଦୁ ରହୁଖିବାରୁ ନିର୍ବାଚନ ପୂର୍ବରୁ ଏହି ମେନୁଫେଷ୍ଟୋର ବିଶେଷ ଗୁରୁତ୍ବ ରହିଛି ।