ନିର୍ବାଚନ ପୂର୍ବରୁ ମମତାଙ୍କୁ ଲାଗିପାରେ ବଡ଼ ଝଟ୍‌କା, ନିକଟତମ ନେତା କୁନାଲ ଘୋଷ ଦଳ ଛାଡ଼ିବା ନେଇ ଚର୍ଚ୍ଚା

କୋଲକାତା,୧।୩: ଯଦି ୨୦୨୪ ଲୋକ ସଭା ନିର୍ବାଚନର ଠିକ୍‌ ପୂର୍ବରୁ ଟିଏମ୍‌ସି ନେତା କୁନାଲ ଘୋଷ ଦଳ ଛାଡ଼ିବା ନେଇ ଘୋଷଣା କରନ୍ତି ତେବେ ମମତା ବାନାର୍ଜୀଙ୍କ ଲାଗି ଏହା ବଡ଼ ଝଟ୍‌କା ହେବ। ଗୋଟିଏ ପଟେ ଅନ୍ୟ ରାଜନୈତିକ ଦଳ ସାଂଗଠନିକସ୍ତରରେ ମଜଭୂତ ହେବାକୁ ସମସ୍ତ କୌଶଳ ଆପଣାଉଥିବା ବେଳେ ମମତାଙ୍କ ଦଳରେ ବିଦ୍ରୋହ ଦେଖାଦେଇଛି। କାରଣ ପାଖଲୋକ କୁହାଯାଉଥିବା କୁନାଲ ଘୋଷ ତାଙ୍କ ଉପରେ ଖପ୍ପା ହୋଇଛନ୍ତି। ଦଳର ମୁଖପାତ୍ର ଥିବା କୁନାଲ ଶୁକ୍ରବାର […] The post ନିର୍ବାଚନ ପୂର୍ବରୁ ମମତାଙ୍କୁ ଲାଗିପାରେ ବଡ଼ ଝଟ୍‌କା, ନିକଟତମ ନେତା କୁନାଲ ଘୋଷ ଦଳ ଛାଡ଼ିବା ନେଇ ଚର୍ଚ୍ଚା appeared first on Dharitri Odia News.

ନିର୍ବାଚନ ପୂର୍ବରୁ ମମତାଙ୍କୁ ଲାଗିପାରେ ବଡ଼ ଝଟ୍‌କା, ନିକଟତମ ନେତା କୁନାଲ ଘୋଷ ଦଳ ଛାଡ଼ିବା ନେଇ ଚର୍ଚ୍ଚା

କୋଲକାତା,୧।୩: ଯଦି ୨୦୨୪ ଲୋକ ସଭା ନିର୍ବାଚନର ଠିକ୍‌ ପୂର୍ବରୁ ଟିଏମ୍‌ସି ନେତା କୁନାଲ ଘୋଷ ଦଳ ଛାଡ଼ିବା ନେଇ ଘୋଷଣା କରନ୍ତି ତେବେ ମମତା ବାନାର୍ଜୀଙ୍କ ଲାଗି ଏହା ବଡ଼ ଝଟ୍‌କା ହେବ। ଗୋଟିଏ ପଟେ ଅନ୍ୟ ରାଜନୈତିକ ଦଳ ସାଂଗଠନିକସ୍ତରରେ ମଜଭୂତ ହେବାକୁ ସମସ୍ତ କୌଶଳ ଆପଣାଉଥିବା ବେଳେ ମମତାଙ୍କ ଦଳରେ ବିଦ୍ରୋହ ଦେଖାଦେଇଛି। କାରଣ ପାଖଲୋକ କୁହାଯାଉଥିବା କୁନାଲ ଘୋଷ ତାଙ୍କ ଉପରେ ଖପ୍ପା ହୋଇଛନ୍ତି। ଦଳର ମୁଖପାତ୍ର ଥିବା କୁନାଲ ଶୁକ୍ରବାର ନିଜର ସୋସିଆଲ ମିଡିଆ ଆକାଉଣ୍ଟରୁ ଟିଏମ୍‌ସି ନେତା ଭାବେ ପରିଚୟକୁ ହଟାଇ ଦେଇଛନ୍ତି।

Kunal Ghpsh

କୁନାଲ ମୁଖପାତ୍ର ହେବା ସହ ତୃଣମୂଳ କଂଗ୍ରେସର ପଶ୍ଚିମବଙ୍ଗର ମହାସଚିବ ମଧ୍ୟ। ଏବେ ‘ଏକ୍ସ’ର ବାୟୋରେ ସେ ନିଜକୁ କେବଳ ଜଣେ ଖବରଦାତା ଏବଂ ସାମାଜିକକର୍ମୀ ବୋଲି କହିଛନ୍ତି। ଏହାଛଡ଼ା କାହାର ନାଁ ନ ନେଇ ତୃଣମୂଳ କଂଗ୍ରେସର ଏକ ଗୋଷ୍ଠୀକୁ ଦୋଷୀ କହି ଏକ ପୋଷ୍ଟ କରିଛନ୍ତି।

କୁନାଲ ଲେଖିଛନ୍ତି, ନେତା ଅକ୍ଷମ, ସ୍ବାର୍ଥୀ, ଗୁଣ୍ଡାଗର୍ଦ୍ଦିରେ ଲିପ୍ତ। ଅନୈତିକ କାର୍ଯ୍ୟର ଆଶ୍ରା ନେଉଛନ୍ତି। ମମତା-ଅଭିଷେକ ବାନାର୍ଜୀଙ୍କ ପ୍ରତି ସାଧାରଣ ଟିଏମ୍‌ସି କର୍ମୀଙ୍କ ଭାବନାକୁ ନେଇ ନିର୍ବାଚନ ଜିତିବା ପରେ ସେମାନେ ପୁଣି ନିଜ ସ୍ବାର୍ଥ ସାଧନରେ ଲାଗିଯିବେ। ଏଭଳି ବାରମ୍ବାର ହୋଇପାରିବ ନାହିଁ।

ଏହି ପୋଷ୍ଟ ପରେ କୁନାଲ ସଙ୍କେତରେ କୋଲକାତା ରାଜନୀତି ଏବଂ ନେତାଙ୍କୁ କଟାକ୍ଷ କରିଛନ୍ତି। ସେ ଏମ୍‌ପି ସୁଦୀପ ବାନାର୍ଜୀଙ୍କ ବିଷୟରେ କହୁଥିବା ଅନୁମାନ କରାଯାଉଛି। ‘ଜନ ଗର୍ଜନ ସଭା’କୁ ତାଙ୍କୁ ସୁଦୀପ ନିମନ୍ତ୍ରଣ କରି ନ ଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଥିବା ଚର୍ଚ୍ଚା ହେଉଛି।

The post ନିର୍ବାଚନ ପୂର୍ବରୁ ମମତାଙ୍କୁ ଲାଗିପାରେ ବଡ଼ ଝଟ୍‌କା, ନିକଟତମ ନେତା କୁନାଲ ଘୋଷ ଦଳ ଛାଡ଼ିବା ନେଇ ଚର୍ଚ୍ଚା appeared first on Dharitri Odia News.