ନିର୍ବାଚନ ପୂର୍ବରୁ ସମ୍ବଲପୁର ଜାତୀୟ ରାଜପଥ ପାଇଁ ୩୭୪.୧୭ କୋଟି ମଞ୍ଜୁର

ଭୁବନେଶ୍ୱର,୧୩ା୩(ଅନୁରାଧା ମହାରଣା): କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସମ୍ବଲପୁର ଜିଲାରେ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ୩୭୪.୧୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏନେଇ ବିଭାଗୀୟ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି। ତାଙ୍କ ସୂଚନାନୁସାରେ, ଇପିସି ମୋଡ୍‌ ବ୍ୟବହାର କରି ସମ୍ବଲପୁରର ଅଇଁଠାପାଲିଠାରେ ୩.୫ କି.ମିର ୬ ଲେନ୍‌ ବିଶିଷ୍ଟ ଫ୍ଲାଏ ଓଭର ଏବଂ ସମ୍ବଲପୁର ଜିଲାର ଜାତୀୟ ରାଜପଥ-୫୩ (ପୂର୍ବରୁ ଜାତୀୟ ରାଜପଥ-୬)ରେ ୨ ଲେନ୍‌ ବିଶିଷ୍ଟ ରୋଡ୍‌ ଓଭର […] The post ନିର୍ବାଚନ ପୂର୍ବରୁ ସମ୍ବଲପୁର ଜାତୀୟ ରାଜପଥ ପାଇଁ ୩୭୪.୧୭ କୋଟି ମଞ୍ଜୁର appeared first on Dharitri Odia News.

ନିର୍ବାଚନ ପୂର୍ବରୁ ସମ୍ବଲପୁର ଜାତୀୟ ରାଜପଥ ପାଇଁ ୩୭୪.୧୭ କୋଟି ମଞ୍ଜୁର

ଭୁବନେଶ୍ୱର,୧୩ା୩(ଅନୁରାଧା ମହାରଣା): କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସମ୍ବଲପୁର ଜିଲାରେ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ୩୭୪.୧୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏନେଇ ବିଭାଗୀୟ ମନ୍ତ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି। ତାଙ୍କ ସୂଚନାନୁସାରେ, ଇପିସି ମୋଡ୍‌ ବ୍ୟବହାର କରି ସମ୍ବଲପୁରର ଅଇଁଠାପାଲିଠାରେ ୩.୫ କି.ମିର ୬ ଲେନ୍‌ ବିଶିଷ୍ଟ ଫ୍ଲାଏ ଓଭର ଏବଂ ସମ୍ବଲପୁର ଜିଲାର ଜାତୀୟ ରାଜପଥ-୫୩ (ପୂର୍ବରୁ ଜାତୀୟ ରାଜପଥ-୬)ରେ ୨ ଲେନ୍‌ ବିଶିଷ୍ଟ ରୋଡ୍‌ ଓଭର ବ୍ରିଜ୍‌ (ଏଲ୍‌ଏଚ୍‌ଏସ୍‌) ନିର୍ମାଣ ପାଇଁ ୩୭୪.୧୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏନେଇ ୨୦୨୩ ନଭେମ୍ବର ୨୮ରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ସମ୍ବଲପୁର ଜିଲାରେ ସଡ଼କ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଅର୍ଥ ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ଗଡକରୀଙ୍କୁ ଧର୍ମେନ୍ଦ୍ର କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, ଦେଶର ସଡ଼କପଥ ସମେତ ସମସ୍ତ ଭିତ୍ତିଭୂମିକୁ ସୁଦୃଢ଼ କରିବା ‘ମୋଦି ଗ୍ୟାରେଣ୍ଟି’ ହୋଇଛି। ପ୍ରସ୍ତାବିତ ୬ ଲେନ ବିଶିଷ୍ଟ ଫ୍ଲାଏ ଓଭର ଅଇଁଠାପାଲି ଛକରେ ଟ୍ରାଫିକ ସମସ୍ୟା ଦୂର କରିବା ସହ ଏନ୍‌ଏଚ୍‌-୫୩ରେ ଓଭର ବ୍ରିଜ ନାଗରିକଙ୍କ ଯାତାୟତକୁ ଆହୁରି ଅଧିକ ସୁଗମ କରିବ। ଏଥିସହ ଶିଳ୍ପ କ୍ଷେତ୍ରର ବିକାଶ ହେବା ସଙ୍ଗେସଙ୍ଗେ ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶରେ ଦ୍ରୁତ ଅଭିବୃଦ୍ଧି ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

The post ନିର୍ବାଚନ ପୂର୍ବରୁ ସମ୍ବଲପୁର ଜାତୀୟ ରାଜପଥ ପାଇଁ ୩୭୪.୧୭ କୋଟି ମଞ୍ଜୁର appeared first on Dharitri Odia News.