ନିର୍ବାଚନ ପ୍ରଚାର କାଳରେ ତେଜସ୍ୱୀ ଅସୁସ୍ଥ, ସୁରକ୍ଷା କର୍ମୀଙ୍କ ସାହାରାରେ ଓହ୍ଲାଇଲେ ମଞ୍ଚରୁ, ଦେଖନ୍ତୁ ଭିଡିଓ

ଅରରିଆ ୩।୫: ଲୋକସଭା ନିର୍ବାଚନ ଲାଗି ଧୂଆଁଧାର ପ୍ରଚାର କରୁଥିବା ଆରଜେଡି ନେତା ତେଜସ୍ୱୀ ଯାଦବ ଶୁକ୍ରବାର ପ୍ରଚାର କାଳରେ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କ ଅଣ୍ଟାରେ ପବନ ଅଟକି ଯାଇଥିଲା। ଫଳରେ ସେ ଭାଷଣ ଦେଇ ପାରିନଥିଲେ। ତାଙ୍କୁ ତୁରନ୍ତ ମଞ୍ଚରୁ ତଳକୁ ଓହ୍ଲାଯାଇଥିଲା। ଏଥି ପାଇଁ ସୁରକ୍ଷା କର୍ମୀମାନଙ୍କ ସହାୟତା ନିଆଯାଇଥିଲା। ଉଲ୍ଲେଖ ଯୋଗ୍ୟ ଯେ ତେଜସ୍ୱୀ ଅରରିଆରେ ଏକ ରାଲିକୁ ସମ୍ବୋଧିତ କରୁଥିବା ବେଳେ  ସେ ପ୍ରଥମେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ ଓ ପରେ ସେ ଚାଲି ପାରିନଥିଲେ। ଉଲ୍ଲେଖଯୋଗ୍ୟ ଯେ ତେଜସ୍ୱୀ ଯାଦବ ଲୋକସଭା ନିର୍ବାଚନ ପାଇଁ ଦୈନିକ ୫ରୁ ୬ଟି ପ୍ରଚାର ସଭାକୁ ଯାଉଛନ୍ତି ଓ ସେ ବିହାରରେ ଇଣ୍ଡିଆ ମେଣ୍ଟର ଷ୍ଟାର ପ୍ରଚାରକ ଅଛନ୍ତି। ଏକ ଭିଡିଓରେ ତେଜସ୍ୱୀ ଯାଦବ କିପରି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ତାହା ଦେଖାଯାଉଛି। ତାଙ୍କୁ ମଞ୍ଚରୁ ସିଡି ରେ ଓହ୍ଲାଇବା ମଧ୍ୟ କଷ୍ଟକର ହୋଇପଡୁଛି।  ଯନ୍ତ୍ରଣାରେ ଛଟପଟ ତେଜସ୍ୱୀଙ୍କୁ ମଞ୍ଚରୁ ତଳକୁ ଅଣାଯିବା ପରେ ତାଙ୍କୁ କାର ପର୍ଯ୍ୟନ୍ତ ପହଞ୍ଚାଇବାକୁ ପଡିଥିଲା। ତେବେ କାର ରେ ବସିବା ପରେ ସେ ସାମାନ୍ୟ ଆଶ୍ୱସ୍ତ ଅନୁଭବ କରୁଥିବାର ଦେଖାଯାଇଥିଲା। #WATCH | Former Bihar Deputy CM and RJD leader Tejashwi Yadav was helped to his car after he experienced sudden back pain and faced difficulty in walking. He was addressing a pub

ନିର୍ବାଚନ ପ୍ରଚାର କାଳରେ ତେଜସ୍ୱୀ ଅସୁସ୍ଥ, ସୁରକ୍ଷା କର୍ମୀଙ୍କ ସାହାରାରେ ଓହ୍ଲାଇଲେ ମଞ୍ଚରୁ, ଦେଖନ୍ତୁ ଭିଡିଓ

ଅରରିଆ ୩।୫: ଲୋକସଭା ନିର୍ବାଚନ ଲାଗି ଧୂଆଁଧାର ପ୍ରଚାର କରୁଥିବା ଆରଜେଡି ନେତା ତେଜସ୍ୱୀ ଯାଦବ ଶୁକ୍ରବାର ପ୍ରଚାର କାଳରେ ଅସୁସ୍ଥ ହୋଇପଡିଛନ୍ତି। ତାଙ୍କ ଅଣ୍ଟାରେ ପବନ ଅଟକି ଯାଇଥିଲା। ଫଳରେ ସେ ଭାଷଣ ଦେଇ ପାରିନଥିଲେ। ତାଙ୍କୁ ତୁରନ୍ତ ମଞ୍ଚରୁ ତଳକୁ ଓହ୍ଲାଯାଇଥିଲା। ଏଥି ପାଇଁ ସୁରକ୍ଷା କର୍ମୀମାନଙ୍କ ସହାୟତା ନିଆଯାଇଥିଲା। ଉଲ୍ଲେଖ ଯୋଗ୍ୟ ଯେ ତେଜସ୍ୱୀ ଅରରିଆରେ ଏକ ରାଲିକୁ ସମ୍ବୋଧିତ କରୁଥିବା ବେଳେ  ସେ ପ୍ରଥମେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ ଓ ପରେ ସେ ଚାଲି ପାରିନଥିଲେ। 

ଉଲ୍ଲେଖଯୋଗ୍ୟ ଯେ ତେଜସ୍ୱୀ ଯାଦବ ଲୋକସଭା ନିର୍ବାଚନ ପାଇଁ ଦୈନିକ ୫ରୁ ୬ଟି ପ୍ରଚାର ସଭାକୁ ଯାଉଛନ୍ତି ଓ ସେ ବିହାରରେ ଇଣ୍ଡିଆ ମେଣ୍ଟର ଷ୍ଟାର ପ୍ରଚାରକ ଅଛନ୍ତି। ଏକ ଭିଡିଓରେ ତେଜସ୍ୱୀ ଯାଦବ କିପରି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ତାହା ଦେଖାଯାଉଛି। ତାଙ୍କୁ ମଞ୍ଚରୁ ସିଡି ରେ ଓହ୍ଲାଇବା ମଧ୍ୟ କଷ୍ଟକର ହୋଇପଡୁଛି।  ଯନ୍ତ୍ରଣାରେ ଛଟପଟ ତେଜସ୍ୱୀଙ୍କୁ ମଞ୍ଚରୁ ତଳକୁ ଅଣାଯିବା ପରେ ତାଙ୍କୁ କାର ପର୍ଯ୍ୟନ୍ତ ପହଞ୍ଚାଇବାକୁ ପଡିଥିଲା। ତେବେ କାର ରେ ବସିବା ପରେ ସେ ସାମାନ୍ୟ ଆଶ୍ୱସ୍ତ ଅନୁଭବ କରୁଥିବାର ଦେଖାଯାଇଥିଲା। 


ଅତ୍ୟଧିକ ଗରମ ଓ ଏଥିରେ ନିର୍ବାଚନ ପ୍ରଚାର ତେଜସ୍ୱୀଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରୁଥିବା ଦେଖାଯାଇଛି। ତେଜସ୍ୱୀ ଦୀର୍ଘ ସମୟ ହେଲା ଅରରିଆରୁ ଫେରିଗଲେଣି। ହେଲେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଆରଜେଡି ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଉପଲବ୍ଧ କରାଯାଇନି।  ତେଜସ୍ୱୀ ଯାଦବ ଏବେ ରାଜ୍ୟର କୋଣ ଅନୁକୋଣକୁ ଯାଇ ମେଣ୍ଟ ନିମନ୍ତେ ପ୍ରଚାର କରୁଛନ୍ତି। ଏହି ନିର୍ବାଚନ ପ୍ରଚାର ନିମନ୍ତେ ସେ ହେଲିକପ୍ଟରର ସହାୟତା ମଧ୍ୟ ନେଉଛନ୍ତି ଓ ରାଜ୍ୟରେ ମେଣ୍ଟର ପାର୍ଥୀଙ୍କ ନିମନ୍ତେ ନିର୍ବାଚନ ପ୍ରଚାର ନିମନ୍ତେ ପହଞ୍ଚୁଛନ୍ତି। 


ଉଲ୍ଲେଖଯୋଗ୍ୟ ଯେ ବିହାରରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଏଥିରୁ ଏପର୍ଯ୍ୟନ୍ତ ମାତ୍ର ୨ଟି ପର୍ଯ୍ୟାୟ ଭୋଟ ଗ୍ରହଣ ସରିଛି। ରାଜ୍ୟରେ ଆଉ ୫ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ତେଜସ୍ୱୀ ପ୍ରଚାର ପାଇଁ ଦିନରାତି ଏକ କରିଦେଇଛନ୍ତି। ଇତି ମଧ୍ୟରେ ତେଜସ୍ୱୀ ରାଜ୍ୟରେ ପାଖାପାଖି ୯୭ଟି ଜନସଭାକୁ ସମ୍ବୋଧନ କଲେଣି। ଏପରି ଧୂଆଁଧାର ନିର୍ବାଚନ ପ୍ରଚାରର ପ୍ରଭାବ ଏବେ ତାଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ଦେଖାଗଲାଣି।