ନିର୍ବାଚନ ଫଳାଫଳ ପୂର୍ବରୁ ବଡ଼ ପର୍ଦ୍ଦାଫାଶ୍; ଜନମତ ପ୍ରଭାବିତ କରିବାକୁ ଚାଲିଥିଲା ଚେଷ୍ଟା- Open-AI

ନୂଆଦିଲ୍ଲୀ: ଶନିବାର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ସକାଳ ୭ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟାରେ ଶେଷ ହେବ ମତଦାନ । ଭୋଟିଂ ସରିବା କ୍ଷଣି ଆସିବ ବୁଥ୍ ବାହୁଡ଼ାମତ । ନିର୍ବାଚନକୁ ସର୍ବେକ୍ଷଣ ସଂସ୍ଥା ଏବଂ ଗଣମାଧ୍ୟମ ଏକ୍ସିଟ୍ ପୋଲ୍ ପ୍ରସାରଣ କରିବେ । ଏହା ପରେ ଜୁନ୍ ୪ ତାରିଖରେ ନିର୍ବାଚନ ଫଳ ବାହାରିବ । ତେବେ କାଁ ଭାଁ ହିଂସାକୁ ଛାଡ଼ି ଦେଲେ ୨୦୨୪ ଲୋକସଭା ଶାନ୍ତି ଶୃଙ୍ଖଳା ସହିତ ହୋଇଛି । ହେଲେ ଭାରତର ନିର୍ବାଚନକୁ ନେଇ ହୋଇଥିବା ବଡ଼ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି । ଆମେରିକା କମ୍ପାନୀ Open-AI ଦାବି କରିଛି କି ଭାରତର ନିର୍ବାଚନକୁ ପ୍ରଭାବିତ କରିବାକୁ ଏକ ଗୁପ୍ତ ଅଭିଯାନ ଚାଲୁଥିଲା, ଯାହାକୁ Open-AI ଅଟକାଇଛି । ନିର୍ବାଚନକୁ ପ୍ରଭାବିତ କରିବାକୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସିର ବ୍ୟବହାର ପାଇଁ ପ୍ରଚେଷ୍ଟା ଚାଲୁଥିଲା । ତେବେ ନିର୍ବାଚନ ଫଳାଫଳ ବାହାରିବାର ୪ଦିନ ପୂର୍ବରୁ ଆମେରିକା କମ୍ପାନୀ ଏଭଳି ଖୁଲାସା କରିଛି ।   Open-AI ଦାବି କରିଛି, ଇସ୍ରାଏଲର ଏକ ନେଟ୍ଓ୍ବାର୍କକ କମ୍ପାନୀ ଭାରତ ଉପରେ ଟିପ୍ପଣୀ ଦେବା ଆରମ୍ଭ କରି ଦେଇଛି । ଏହି ଫାର୍ମ କ୍ଷମତାରେ ଥିବା ବିଜେପିକୁ ଖୁବ୍ ସମାଲୋଚନା କରିଛି ଏବଂ କଂଗ୍ରେସକୁ ପ୍ରଶଂସା କରିଛି । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ’ ରିପୋର୍ଟ ମୁତାବକ, ଭାରତ ଲୋକସଭା ନିର୍ବାଚନକୁ ପ୍ରଭାବିତ କରିବାକୁ ମେ’ ମାସରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ବ୍ୟବହାର କରିିଥିବା ଗତିବ

ନିର୍ବାଚନ ଫଳାଫଳ ପୂର୍ବରୁ ବଡ଼ ପର୍ଦ୍ଦାଫାଶ୍; ଜନମତ ପ୍ରଭାବିତ କରିବାକୁ ଚାଲିଥିଲା ଚେଷ୍ଟା- Open-AI

ନୂଆଦିଲ୍ଲୀ: ଶନିବାର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ସକାଳ ୭ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟାରେ ଶେଷ ହେବ ମତଦାନ । ଭୋଟିଂ ସରିବା କ୍ଷଣି ଆସିବ ବୁଥ୍ ବାହୁଡ଼ାମତ । ନିର୍ବାଚନକୁ ସର୍ବେକ୍ଷଣ ସଂସ୍ଥା ଏବଂ ଗଣମାଧ୍ୟମ ଏକ୍ସିଟ୍ ପୋଲ୍ ପ୍ରସାରଣ କରିବେ । ଏହା ପରେ ଜୁନ୍ ୪ ତାରିଖରେ ନିର୍ବାଚନ ଫଳ ବାହାରିବ । ତେବେ କାଁ ଭାଁ ହିଂସାକୁ ଛାଡ଼ି ଦେଲେ ୨୦୨୪ ଲୋକସଭା ଶାନ୍ତି ଶୃଙ୍ଖଳା ସହିତ ହୋଇଛି । ହେଲେ ଭାରତର ନିର୍ବାଚନକୁ ନେଇ ହୋଇଥିବା ବଡ଼ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି । ଆମେରିକା କମ୍ପାନୀ Open-AI ଦାବି କରିଛି କି ଭାରତର ନିର୍ବାଚନକୁ ପ୍ରଭାବିତ କରିବାକୁ ଏକ ଗୁପ୍ତ ଅଭିଯାନ ଚାଲୁଥିଲା, ଯାହାକୁ Open-AI ଅଟକାଇଛି । ନିର୍ବାଚନକୁ ପ୍ରଭାବିତ କରିବାକୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସିର ବ୍ୟବହାର ପାଇଁ ପ୍ରଚେଷ୍ଟା ଚାଲୁଥିଲା । ତେବେ ନିର୍ବାଚନ ଫଳାଫଳ ବାହାରିବାର ୪ଦିନ ପୂର୍ବରୁ ଆମେରିକା କମ୍ପାନୀ ଏଭଳି ଖୁଲାସା କରିଛି ।   

Open-AI ଦାବି କରିଛି, ଇସ୍ରାଏଲର ଏକ ନେଟ୍ଓ୍ବାର୍କକ କମ୍ପାନୀ ଭାରତ ଉପରେ ଟିପ୍ପଣୀ ଦେବା ଆରମ୍ଭ କରି ଦେଇଛି । ଏହି ଫାର୍ମ କ୍ଷମତାରେ ଥିବା ବିଜେପିକୁ ଖୁବ୍ ସମାଲୋଚନା କରିଛି ଏବଂ କଂଗ୍ରେସକୁ ପ୍ରଶଂସା କରିଛି । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ’ ରିପୋର୍ଟ ମୁତାବକ, ଭାରତ ଲୋକସଭା ନିର୍ବାଚନକୁ ପ୍ରଭାବିତ କରିବାକୁ ମେ’ ମାସରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ବ୍ୟବହାର କରିିଥିବା ଗତିବିଧି ଦେଖିବାକୁ ମିଳିଥିଲା । Open-AI ଦାବିରେ କହିଛି, ନିର୍ବାଚନକୁ ନେଇ ଏକ ଗୁପ୍ତ ଅଭିଯାନ ହୋଇଥିଲା । ନିର୍ବାଚନକୁ ପ୍ରଭାବିତ ଏବଂ ଜନମତକୁ ହେରଫେର କରିବାକୁ Open-AIର ସହଯୋଗ ନିଯାଉଥିଲା ।

Open-AIର ନିଜ ରିପୋର୍ଟ ଉଲ୍ଲେଖ କରିଛି, ଇସ୍ରାଏଲର ଏହି ରାଜନୈତିକ କମ୍ପାନୀ AI ମଡେଲକୁ ବ୍ୟବହାର କରୁଥିବାର ଦେଖିବାକୁ ମିଳିଥିଲା । ଇସ୍ରାଏଲରୁ ପରିଚାଳିତ ହେଉଥିବା ଆକାଉଣ୍ଟରେ ଗୁପ୍ତ ଅଭିଯାନ ପାଇଁ କଣ୍ଟେଣ୍ଟ ଏବଂ ଏଡିଟିଂ କରାଯାଇଥିଲା । ପରେ ଏହି କଣ୍ଟେଣ୍ଟକୁ ଏକ୍ସ, ଫେସବୁକ୍, ଇନଷ୍ଟାଗ୍ରାମ, ଓ୍ବେବସାଇଟ୍ ଏବଂ ୟୁଟ୍ୟୁବରେ ସେୟାର କରାଯାଇଥିଲା । ମେ’ ଆରମ୍ଭରେ ଏହି ନେଟଓ୍ବାର୍କ ଇଂରାଜୀ ଭାଷାରେ କଣ୍ଟେଟ୍ ତିଆରି କରି ଭାରତୀୟ ଦର୍ଶକଙ୍କୁ ଟାର୍ଗେଟ୍ କରିଥିଲେ ।