ନିର୍ବାଚନ ଫଳାଫଳକୁ ନେଇ ଖଡଗେଙ୍କ ବଡ଼ ଦାବି; ‘ଇଣ୍ଡି’ ମେଣ୍ଟ ଗଠନ କରିବ ସରକାର'

ନୂଆଦିଲ୍ଲୀ: ଜୁନ୍ ୧ ତାରିଖ ୨୦୨୪ ଲୋକସଭା ନିର୍ବାଚନର ଶେଷ ଲଢ଼େଇ । ଅନ୍ତିମ ପର୍ଯ୍ୟାୟରେ ୫୭ଟି ଆସନରେ ମତଦାନ ହେବ । ସପ୍ତମ ପର୍ଯ୍ୟାୟ ଭୋଟ୍ ପାଇଁ ବୁଥ୍ ମୁହାଁ ହୋଇଛନ୍ତି ପୋଲିଂ ପାର୍ଟି । ଏପଟେ ଶେଷ ଲଢ଼େଇ ପୂର୍ବରୁ ଆସନ ଗଣିତ କଷିଲେଣି ନେତା । କାହାକୁ କେତେ ଲୋକସଭା ଆସନ ମିଳିବ ସେନେଇ ହିସାବ ନିକାସ ଚାଲିଛି । ଏହାରି ଭିତରେ ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି, ଭାରତୀୟ ଜନତା ପାର୍ଟିର ୪୦୦ ପାର୍ କଥା ଭୁଲ୍ ସାବ୍ୟସ୍ତ ହେବାକୁ ଯାଉଛି ଏବଂ କେନ୍ଦ୍ରରେ ‘ଇଣ୍ଡି’ ମେଣ୍ଟ ସରକାର ଗଢ଼ିବାକୁ ଯାଉଛି । କେନ୍ଦ୍ରରେ ମୋଦି ସରକାରଙ୍କ ଉପରେ ଦେଶବାସୀ ଅସନ୍ତୁଷ୍ଟ ରହିଛନ୍ତି । ଭୋଟର ମୋଦିଙ୍କ ନେତୃତ୍ବକୁ ସ୍ବୀକାର କରିବାକୁ ଚାହୁଁନାହାନ୍ତି । ଏହାର ପରିମାଣ ସ୍ବରୂପ ଆସନ୍ତା ଜୁନ୍ ୪ ତାରିଖରେ ବିଜେପି ବିରୋଧୀ ଫଳ ଆସିବାକୁ ଯାଉଛି । ଚଳିତ ନିର୍ବାଚନରେ ବେରୋଜଗାର ଓ ଦରଦାମ୍ ବୃଦ୍ଧି ମୁଦ୍ଦା ହୋଇଛି । ଭୋଟରଙ୍କ ସାମ୍ନାରେ ସାମ୍ବିଧାନ ଏବଂ ଲୋକତନ୍ତ୍ର ଅନ୍ୟ ଏକ ବଡ଼ ମୁଦ୍ଦା ବୋଲି ଖଡଗେ କହିଛନ୍ତି ।  ସମାଚାର ଏଜେନ୍ସି ଏଏନଆଇକୁ ସାକ୍ଷାତକାର ଦେଇ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଦେଶବାସୀ ବେରୋଜଗାରୀ ଓ ଦରଦାମ୍ ବୃଦ୍ଧିକୁ ନେଇ ଚିନ୍ତିତ ରହିଛନ୍ତି । ତେଣୁ ସେମାନେ ବିଜେପିକୁ ସାଇଟ୍ କରି ‘ଇଣ୍ଡି’ ଗଠବନ୍ଧନ ସରକାର ଚାହଁଛନ୍ତି । କଂଗ୍ରେସ ଅଧ୍ୟ

ନିର୍ବାଚନ ଫଳାଫଳକୁ ନେଇ ଖଡଗେଙ୍କ ବଡ଼ ଦାବି; ‘ଇଣ୍ଡି’ ମେଣ୍ଟ ଗଠନ କରିବ ସରକାର'

ନୂଆଦିଲ୍ଲୀ: ଜୁନ୍ ୧ ତାରିଖ ୨୦୨୪ ଲୋକସଭା ନିର୍ବାଚନର ଶେଷ ଲଢ଼େଇ । ଅନ୍ତିମ ପର୍ଯ୍ୟାୟରେ ୫୭ଟି ଆସନରେ ମତଦାନ ହେବ । ସପ୍ତମ ପର୍ଯ୍ୟାୟ ଭୋଟ୍ ପାଇଁ ବୁଥ୍ ମୁହାଁ ହୋଇଛନ୍ତି ପୋଲିଂ ପାର୍ଟି । ଏପଟେ ଶେଷ ଲଢ଼େଇ ପୂର୍ବରୁ ଆସନ ଗଣିତ କଷିଲେଣି ନେତା । କାହାକୁ କେତେ ଲୋକସଭା ଆସନ ମିଳିବ ସେନେଇ ହିସାବ ନିକାସ ଚାଲିଛି । ଏହାରି ଭିତରେ ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି, ଭାରତୀୟ ଜନତା ପାର୍ଟିର ୪୦୦ ପାର୍ କଥା ଭୁଲ୍ ସାବ୍ୟସ୍ତ ହେବାକୁ ଯାଉଛି ଏବଂ କେନ୍ଦ୍ରରେ ‘ଇଣ୍ଡି’ ମେଣ୍ଟ ସରକାର ଗଢ଼ିବାକୁ ଯାଉଛି । କେନ୍ଦ୍ରରେ ମୋଦି ସରକାରଙ୍କ ଉପରେ ଦେଶବାସୀ ଅସନ୍ତୁଷ୍ଟ ରହିଛନ୍ତି । ଭୋଟର ମୋଦିଙ୍କ ନେତୃତ୍ବକୁ ସ୍ବୀକାର କରିବାକୁ ଚାହୁଁନାହାନ୍ତି । ଏହାର ପରିମାଣ ସ୍ବରୂପ ଆସନ୍ତା ଜୁନ୍ ୪ ତାରିଖରେ ବିଜେପି ବିରୋଧୀ ଫଳ ଆସିବାକୁ ଯାଉଛି । ଚଳିତ ନିର୍ବାଚନରେ ବେରୋଜଗାର ଓ ଦରଦାମ୍ ବୃଦ୍ଧି ମୁଦ୍ଦା ହୋଇଛି । ଭୋଟରଙ୍କ ସାମ୍ନାରେ ସାମ୍ବିଧାନ ଏବଂ ଲୋକତନ୍ତ୍ର ଅନ୍ୟ ଏକ ବଡ଼ ମୁଦ୍ଦା ବୋଲି ଖଡଗେ କହିଛନ୍ତି ।  

ସମାଚାର ଏଜେନ୍ସି ଏଏନଆଇକୁ ସାକ୍ଷାତକାର ଦେଇ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ଦେଶବାସୀ ବେରୋଜଗାରୀ ଓ ଦରଦାମ୍ ବୃଦ୍ଧିକୁ ନେଇ ଚିନ୍ତିତ ରହିଛନ୍ତି । ତେଣୁ ସେମାନେ ବିଜେପିକୁ ସାଇଟ୍ କରି ‘ଇଣ୍ଡି’ ଗଠବନ୍ଧନ ସରକାର ଚାହଁଛନ୍ତି । କଂଗ୍ରେସ ଅଧ୍ୟକ୍ଷ ଆହୁରି ମଧ୍ୟ କହିଛନ୍ତି, ମେଣ୍ଟ ଇଣ୍ଡିଆକୁ ବହୁମତ ୨୭୨ ଠାରୁ ଅଧିକ ଆସନରେ ବିଜୟୀ ହେଉଛି । ଏହା ସହିତ ମୋଦି ସରକାର ସରକାର ଆଉ ରିପିଟ୍ ହେଉନାହିଁ ବୋଲି ଖଡଗେ କହିଛନ୍ତି । ଏହାଛଡ଼ା ବିଜେପିକୁ ଆନ୍ଧ୍ରପ୍ରଦେଶରେ କିଛି ଲୋକସଭା ଆସନ ମିଳିବ । ହେଲେ ତେଲଙ୍ଗାନା, କର୍ଣ୍ଣାଟକ, ମହାରାଷ୍ଟ୍ରରେ କଂଗ୍ରେସର ପଲ୍ଲା ଭାରି ରହିଛି । ଉତ୍ତର ପ୍ରଦେଶରେ ଗଠବନ୍ଧନ ପାଇଁ ହାତ ଦଳକୁ ଅଧିକ ସିଟ୍ ମିଳିବ ବୋଲି ମଲ୍ଲିକାର୍ଜୁନ ଖଡଗେ  ଦାବି କରିଛନ୍ତି ।  


ଆହୁରି ମଧ୍ୟ କହିଛନ୍ତି, ଜୁନ୍ ୪ ତାରିଖରେ ଦେଶରେ ମେଣ୍ଟ ସରକାର ଗଠନ ହେବ । କାରଣ ଦେଶବାସୀ ଜାଣି ସାରିଲେଣି ବିଜେପି କିପରି ଆରକ୍ଷଣକୁ ଶେଷ କରିବାକୁ ଯାଉଛି । ଭାରତୀୟ ଜନତା ପାର୍ଟ ଯୁବବର୍ଗ ରୋଜଗାର ଦେବାକୁ ଚାହୁନାହିଁ । ଦେଶରେ ଏବେ ୩୦ ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଛି । ମୋଦି ସରକାର ଏହାକୁ ପୂରଣ କରିଥିଲେ, ଅନେର ଦଳିତ, ଗରିବ ପରିବାରର ଚାକିରି ଆଶାୟୀ ପିଲାଙ୍କୁ ରୋଜଗାର ମିଳିଥାନ୍ତି । ହେଲେ ବିଜେପି ଏହା କଲା ନାହିଁ ବୋଲି ଖଗଡେ କହିଛନ୍ତି ।