ନିର୍ବାଚନ ଫଳାଫଳର ଦୁଇମାସ ପରେ କଂଗ୍ରେସ ଆଣିଲା ସାଂଘାତିକ ଅଭିଯୋଗ: ଭାଜପା ମାତ୍ର…

ନୂଆଦିଲ୍ଲୀ,୫।୮: ଲୋକ ସଭା ନିର୍ବାଚନର ଫଳାଫଳ ଆସିବାର ଦୁଇ ମାସ ବିତିଗଲାଣି। ନିର୍ବାଚନ ଫଳାଫଳରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିନାହାଁନ୍ତି, କିନ୍ତୁ ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ଗଠନ କରାଯାଇଥିଲା। ଏନଡିଏରେ ଅନ୍ତର୍ଭୁକ୍ତ ଦଳଗୁଡିକ ଜିତିଥିବା ଆସନ ସଂଖ୍ୟାଗରିଷ୍ଠତାଠାରୁ ଅଧିକ ଥିଲା। ତେବେ ଏହି ନିର୍ବାଚନରେ କଂଗ୍ରେସ, ସମାଜବାଦି ପାର୍ଟି, ଡିଏମକେ ଭଳି ଦଳ ମାଧ୍ୟମରେ ଗଠିତ ଭାରତୀୟ ମିଳିତ ମେଣ୍ଟରୁ ଏନଡିଏ କଡ଼ା ପ୍ରତିଯୋଗିତାର ସମ୍ମୁଖୀନ ହୋଇଥିଲା। କିନ୍ତୁ ଇଣ୍ଡିଆ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ […] The post ନିର୍ବାଚନ ଫଳାଫଳର ଦୁଇମାସ ପରେ କଂଗ୍ରେସ ଆଣିଲା ସାଂଘାତିକ ଅଭିଯୋଗ: ଭାଜପା ମାତ୍ର… appeared first on Dharitri Odia News.

ନିର୍ବାଚନ ଫଳାଫଳର ଦୁଇମାସ ପରେ କଂଗ୍ରେସ ଆଣିଲା ସାଂଘାତିକ ଅଭିଯୋଗ: ଭାଜପା ମାତ୍ର…

ନୂଆଦିଲ୍ଲୀ,୫।୮: ଲୋକ ସଭା ନିର୍ବାଚନର ଫଳାଫଳ ଆସିବାର ଦୁଇ ମାସ ବିତିଗଲାଣି। ନିର୍ବାଚନ ଫଳାଫଳରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରିନାହାଁନ୍ତି, କିନ୍ତୁ ଭାଜପା ନେତୃତ୍ୱାଧୀନ ଏନଡିଏ ସରକାର ଗଠନ କରାଯାଇଥିଲା। ଏନଡିଏରେ ଅନ୍ତର୍ଭୁକ୍ତ ଦଳଗୁଡିକ ଜିତିଥିବା ଆସନ ସଂଖ୍ୟାଗରିଷ୍ଠତାଠାରୁ ଅଧିକ ଥିଲା। ତେବେ ଏହି ନିର୍ବାଚନରେ କଂଗ୍ରେସ, ସମାଜବାଦି ପାର୍ଟି, ଡିଏମକେ ଭଳି ଦଳ ମାଧ୍ୟମରେ ଗଠିତ ଭାରତୀୟ ମିଳିତ ମେଣ୍ଟରୁ ଏନଡିଏ କଡ଼ା ପ୍ରତିଯୋଗିତାର ସମ୍ମୁଖୀନ ହୋଇଥିଲା। କିନ୍ତୁ ଇଣ୍ଡିଆ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଥିଲା।
ନିର୍ବାଚନ ଫଳାଫଳର ଦୁଇମାସ ପରେ କଂଗ୍ରେସ ବର୍ତ୍ତମାନ ଦାବି କରିଛି ଯେ, ଲୋକ ସଭା ନିର୍ବାଚନରେ ଅନିୟମିତତା ହୋଇଛି। ଫଳରେ ଭାରତ ମିଳିତ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରି ନାହିଁ। କଂଗ୍ରେସ ଦାବି କରିଛି, ୮୯ଟି ଆସନ ଅଛି, ଯେଉଁଠାରେ ଅନିୟମିତତା ହୋଇଛି। ଫଳରେ ଏହିସବୁ ଆସନରେ ଇଣ୍ଡିଆ ସହଯୋଗୀ ଦଳକୁ ପରାଜୟ ଭୋଗିବାକ୍‌ୁ ପଡିଥିଲା। କଂଗ୍ରେସ ନେତା ତଥା ପୂର୍ବତନ ଏମ୍‌ପି ସନ୍ଦୀପ ଦୀକ୍ଷିତ ନିର୍ବାଚନ ଫଳାଫଳକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ‘ଭୋଟ ଫର୍‌ ଡେମୋକ୍ରାସି’ ରିପୋର୍ଟକୁ ଦର୍ଶାଇ ସେ ଭୋଟ ପ୍ରତିଶତରେ ରିଗିଂ ବିଷୟରେ କହିଛନ୍ତି।
ଲୋକ ସଭା ରିଗିଂ ଚନରେ ଅନିୟମିତତା ହୋଇଥିବା କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ କହିଛନ୍ତି,ଯଦି କୌଣସି କାରବାର ହୋଇ ନ ଥାନ୍ତା ତେବେ ଭାଜପା ୨୪୦ ନୁହେଁ ବରଂ ୧୫୧ଟି ଆସନ ପାଇଥାନ୍ତା। ଭୋଟ ହାରରେ ପାର୍ଥକ୍ୟ ରିପୋର୍ଟର ସଠିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସନ୍ଦୀପ ରିଗିଂ ଚନ ଆୟୋଗକୁ ମଧ୍ୟ ସମାଲୋଚନା କରିଛନ୍ତି।

The post ନିର୍ବାଚନ ଫଳାଫଳର ଦୁଇମାସ ପରେ କଂଗ୍ରେସ ଆଣିଲା ସାଂଘାତିକ ଅଭିଯୋଗ: ଭାଜପା ମାତ୍ର… appeared first on Dharitri Odia News.