ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଘଟଣା ସମୟରେ ସେ ଶିବସେନାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦଳରୁ ଆସିଥିବା ରାଜଭ୍ରୀ ପାଟିଲଙ୍କ ପାଇଁ ପ୍ରଚାର କରୁଥିଲେ। ସୌଭାଗ୍ୟବଶତଃ, ଗଡକାରୀଙ୍କୁ ତୁରନ୍ତ ଚିକିତ୍ସା ପ୍ରଦାନ କରାଯାଇଥିଲା ଏବଂ କିଛି ସମୟ ବିରତି ପରେ ମଞ୍ଚ ଉପରକୁ ଯାଇ ତାଙ୍କ ଭାଷଣ […] The post ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ appeared first on Dharitri Odia News.

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟବତମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଘଟଣା ସମୟରେ ସେ ଶିବସେନାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଦଳରୁ ଆସିଥିବା ରାଜଭ୍ରୀ ପାଟିଲଙ୍କ ପାଇଁ ପ୍ରଚାର କରୁଥିଲେ।

ସୌଭାଗ୍ୟବଶତଃ, ଗଡକାରୀଙ୍କୁ ତୁରନ୍ତ ଚିକିତ୍ସା ପ୍ରଦାନ କରାଯାଇଥିଲା ଏବଂ କିଛି ସମୟ ବିରତି ପରେ ମଞ୍ଚ ଉପରକୁ ଯାଇ ତାଙ୍କ ଭାଷଣ ପୁରା କରିଥିଲେ।

ଗଡକରୀଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହେବା ଏହା ପ୍ରଥମ ଘଟଣା ନୁହେଁ। ଏପରିକି ୨୦୧୮ ରେ, ମହାରାଷ୍ଟ୍ରର ଅହମ୍ମଦନଗରରେ ଏକ କାର୍ଯ୍ୟକ୍ରମ ସମୟରେ ସେ ହଠାତ୍ ମଞ୍ଚ ଉପରେ ବେହୋସ ହୋଇପଡିଥିଲେ। ଏହି ସମୟରେ ମହାରାଷ୍ଟ୍ରର ତତ୍କାଳୀନ ରାଜ୍ୟପାଳ ବିଦ୍ୟାସାଗର ରାଓ ତାଙ୍କ ସହ ଉପସ୍ଥିତ ଥିଲେ। ରାଜ୍ୟପାଳ ନିଜେ ତାଙ୍କୁ ମଞ୍ଚରେ ସମ୍ଭାଳିଥିଲେ।

ଏହା ପରେ କୁହାଯାଇଥିଲା ଯେ ସୁଗାର ସ୍ତର କମ୍ ହେତୁ ଗଡକରୀଙ୍କ ମୁଣ୍ଡ ବୁଲାଇଦେଇଥିଲା। ତାଙ୍କୁ ତୁରନ୍ତ ପାଣି ଓ ପେଡା ଦିଆଗଲା। ଏହାପୂର୍ବରୁ ଏକ ରାଲିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିବାର ଖବର ଆସିଥିଲା। କହିରଖୁ ଯେ ଓଜନ ହ୍ରାସ କରିବା ପାଇଁ ନିତିନ ଗଡକରୀ ତାଙ୍କର ଅପରେସନ୍ କରିଛନ୍ତି।

The post ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ appeared first on Dharitri Odia News.