ନିର୍ବାଚନରୁ ଓହରିଲେ ବିରଞ୍ଚତ୍
ଭୁବନେଶ୍ୱର, ୨୩।୪ (ବନ୍ଦନା ସେଠୀ):ନିର୍ବାଚନ ମଇଦାନରୁ ଓହରିଲେ ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ବିରଞ୍ଚତ୍ ମହାସୁପକାର ଓରଫ ଲିଟୁ। ଏବେ ସେ ଦଳ ପାଇଁ ପ୍ରଚାର କରିବା ସହ ଦଳୀୟ ପ୍ରାର୍ଥିଙ୍କ ବିଜୟ ପାଇଁ କାର୍ଯ୍ୟ କରିବେ। ଚଳିତ ନିର୍ବାଚନରେ ସେ ଏକାମ୍ର ନିର୍ବାଚନମଣ୍ଡଳୀରୁ ସ୍ବାଧୀନ ଭାବେ ଲଢିବା ପାଇଁ ମନସ୍ଥ କରିବା ସହ ଏଥିପାଇଁ ଜୋରଦାର ପ୍ରଚାର ମଧ୍ୟ ଚଳାଇଥିଲେ। ତେବେ ସୋମବାର ବିରଞ୍ଚତ୍ଙ୍କୁ ନବୀନ ନିବାସରୁ ଡକରା ଆସିଥିଲା। ସେଠାରେ ୫-ଟି ଅଧ୍ୟକ୍ଷ […] The post ନିର୍ବାଚନରୁ ଓହରିଲେ ବିରଞ୍ଚତ୍ appeared first on Dharitri Odia News.
ଭୁବନେଶ୍ୱର, ୨୩।୪ (ବନ୍ଦନା ସେଠୀ):ନିର୍ବାଚନ ମଇଦାନରୁ ଓହରିଲେ ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ବିରଞ୍ଚତ୍ ମହାସୁପକାର ଓରଫ ଲିଟୁ। ଏବେ ସେ ଦଳ ପାଇଁ ପ୍ରଚାର କରିବା ସହ ଦଳୀୟ ପ୍ରାର୍ଥିଙ୍କ ବିଜୟ ପାଇଁ କାର୍ଯ୍ୟ କରିବେ। ଚଳିତ ନିର୍ବାଚନରେ ସେ ଏକାମ୍ର ନିର୍ବାଚନମଣ୍ଡଳୀରୁ ସ୍ବାଧୀନ ଭାବେ ଲଢିବା ପାଇଁ ମନସ୍ଥ କରିବା ସହ ଏଥିପାଇଁ ଜୋରଦାର ପ୍ରଚାର ମଧ୍ୟ ଚଳାଇଥିଲେ। ତେବେ ସୋମବାର ବିରଞ୍ଚତ୍ଙ୍କୁ ନବୀନ ନିବାସରୁ ଡକରା ଆସିଥିଲା। ସେଠାରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ଙ୍କ ସହ ଆଲୋଚନା ହେବା ପରେ ଏନେଇ ବିରଞ୍ଚତ୍ ସୂଚନା ଦେଇଛନ୍ତି। ଦଳର ଜଣେ ଶୃଙ୍ଖଳ କର୍ମୀଭାବେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବେ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଏକାମ୍ର ନିର୍ବାଚନମଣ୍ଡଳୀରୁ ବିରଞ୍ଚତ୍ ଟିକେଟ୍ ପାଇବାକୁ ଆଶା ରଖିଥିଲେ। ମାତ୍ର ଦଳ ସେଠାରେ ଅଶୋକ ପଣ୍ଡାଙ୍କୁ ରିପିଟ୍ କରିବା ପରେ ବିରଞ୍ଚତ୍ ସ୍ବାଧୀନ ଭାବେ ଲଢେଇ ଜାରି ରଖିବେ ବୋଲି ନିଷ୍ପତ୍ତି ନେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଅଧୁରା ରହିଥିବା କାମକୁ ପୂରା କରିବା ପ୍ରସଙ୍ଗ ନେଇ ନିର୍ବାଚନୀ ବୈତରଣୀ ପାର୍ ହେବାକୁ ଜୋର୍ଦାର ଚେଷ୍ଟା ଚଳାଇଥିଲେ।
The post ନିର୍ବାଚନରୁ ଓହରିଲେ ବିରଞ୍ଚତ୍ appeared first on Dharitri Odia News.