ନିର୍ବାଚନୀ ପ୍ରଚାର ପରେ ରିଲାକ୍ସ ମୁଡ୍‌ରେ ମୁଖ୍ୟମନ୍ତ୍ରୀ, ବୁକ୍‌ ଷ୍ଟୋରରୁ କିଣିଲେ ସିକ୍ରେଟ ଅଫ୍‌ ଶିମିଳିପାଳ’

ଭୁବନେଶ୍ବର: ଶନିବାର ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ। ୬ ଲୋକସଭା ଓ ୪୨  ବିଧାନସଭା ଆସନରେ ୪୬୦ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା। ମତଦାନ କିଛି ଘଣ୍ଟା ପୂର୍ବରୁ ରିଲାକ୍ସ ମୁଡ୍‌ରେ ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ।ସନ୍ଧ୍ୟାରେ ନବୀନ ନିବାସରୁ ବାହାରି ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଥିବା ମଡର୍ଣ୍ଣ ବୁକ୍ ଡିପୋକୁ ବହି କିଣିବାକୁ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ଆଉ ଏଠାରେ ‘ସିକ୍ରେଟ ଅଫ୍‌ ଶିମିଳିପାଳ’ ଓ ‘ଆର୍ୟନ୍’ ନାମକ ଦୁଇଟି ବହି କିଣିଛନ୍ତି ନବୀନ। ଦୁଇଟି ବହିର ମୂଲ୍ୟ ଅଢ଼େଇ ହଜାର ଟଙ୍କା ନିଜେ ପେମେଣ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ।ଏହା ସହିତ ସାମ୍ବାଦିକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ନିର୍ବାଚନ ପ୍ରଚାର ପରେ ରିଲାକ୍ସ ହେବା ପାଇଁ ବହି କିଣିବାକୁ ଆସିଛି।

ନିର୍ବାଚନୀ ପ୍ରଚାର ପରେ ରିଲାକ୍ସ ମୁଡ୍‌ରେ ମୁଖ୍ୟମନ୍ତ୍ରୀ, ବୁକ୍‌ ଷ୍ଟୋରରୁ କିଣିଲେ ସିକ୍ରେଟ ଅଫ୍‌ ଶିମିଳିପାଳ’

ଭୁବନେଶ୍ବର: ଶନିବାର ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ। ୬ ଲୋକସଭା ଓ ୪୨  ବିଧାନସଭା ଆସନରେ ୪୬୦ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା। ମତଦାନ କିଛି ଘଣ୍ଟା ପୂର୍ବରୁ ରିଲାକ୍ସ ମୁଡ୍‌ରେ ଦେଖିବାକୁ ମିଳିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ।

ସନ୍ଧ୍ୟାରେ ନବୀନ ନିବାସରୁ ବାହାରି ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଥିବା ମଡର୍ଣ୍ଣ ବୁକ୍ ଡିପୋକୁ ବହି କିଣିବାକୁ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ। ଆଉ ଏଠାରେ ‘ସିକ୍ରେଟ ଅଫ୍‌ ଶିମିଳିପାଳ’ ଓ ‘ଆର୍ୟନ୍’ ନାମକ ଦୁଇଟି ବହି କିଣିଛନ୍ତି ନବୀନ। ଦୁଇଟି ବହିର ମୂଲ୍ୟ ଅଢ଼େଇ ହଜାର ଟଙ୍କା ନିଜେ ପେମେଣ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ।ଏହା ସହିତ ସାମ୍ବାଦିକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ନିର୍ବାଚନ ପ୍ରଚାର ପରେ ରିଲାକ୍ସ ହେବା ପାଇଁ ବହି କିଣିବାକୁ ଆସିଛି।