ନିର୍ବାଚନୀ ପ୍ରଚାର ପାଇଁ ହେଲିକପ୍ଟରର ଚାହିଦା, ଏକ ଘଣ୍ଟାର ଦାମ୍‌ ଲକ୍ଷ ଲକ୍ଷରେ

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ହେଲିକପ୍ଟର ବ୍ୟବହାରକୁ ନେଇ କ୍ରେଜ୍‌ ରହିଥାଏ। ବଡ଼ ରାଜନୀତିକ ଦଳର ନେତା ହୁଅନ୍ତୁ ବା ସ୍ବାଧୀନ ପ୍ରାର୍ଥୀ, ସମସ୍ତେ ହେଲିକପ୍ଟରର ବ୍ୟବହାର କରିଥାନ୍ତି। ନିର୍ବାଚନରେ ହେଲିକପ୍ଟରର ବ୍ୟବହାରର ଦୁଇଟି ବଡ଼ କାରଣ ବି ରହିଛି। ଏହାଦ୍ବାରା ଅପହଞ୍ଚ ଅଞ୍ଚଳକୁ ପହଞ୍ଚାଯାଇପାରିବ। ଦ୍ବିତୀୟରେ ଗ୍ରାମୀଣ କ୍ଷେତ୍ରରେ ଆଜିବି ଲୋକଙ୍କ ମଧ୍ୟରେ ହେଲିକପ୍ଟରକୁ ଦେଖିବାକୁ ଉତ୍ସାହ ରହିଛି। ଚଳିତ  ନିର୍ବାଚନରେ ମଧ୍ୟ ବଡ଼ କ୍ୟାବିନେଟ ମନ୍ତ୍ରୀ ଏବଂ ସାଂସଦ ଖୁବ୍‌ ହେଲିକପ୍ଟରର ବ୍ୟବହାର କରିଛନ୍ତି।ତେବେ ହେଲିକପ୍ଟରର ଏଭଳି ବ୍ୟବହାର କାରଣରୁ ହେଲିକପ୍ଟର ଅପରେଟରଙ୍କୁ ମଧ୍ୟ ବେଶ୍‌ ଲାଭ ହୋଇଛି।ରିପୋର୍ଟ ଅନୁଯାୟୀ ଚଳିତ ନିର୍ବାଚନୀ ଋତୁରେ ହେଲିକପ୍ଟର ଅପରେଟରମାନେ ପ୍ରାୟ ୩୫୦ରୁ ୪୦୦ କୋଟି ଟଙ୍କା ଆୟ କରିଛନ୍ତି। ଅପରେଟର୍ସଙ୍କ ଚାହିଦା ମଧ୍ୟ ବେଶ୍‌ ବଢ଼ିଛି। ଫଳରେ ୩୫ ପ୍ରତିଶତରୁ ୪୦  ପ୍ରତିଶତ ବଢ଼ିଯାଇଛି ଚାହିଦା। ଆହୁରି ମଧ୍ୟ ହେଲିକପ୍ଟରର ଭଡ଼ା ଦାମ୍‌ ୩୫ ପ୍ରତିଶତରୁ ୪୦ ପ୍ରତିଶତ ବଢ଼ିଛି। କେଉଁ ହେଲିକପ୍ଟର ପାଇଁ କେତେ ଟଙ୍କା ?ରିପୋର୍ଟ ଅନୁଯାୟୀ,  ବିଇଏଲ ୪୦୭ ଭଳି ସିଙ୍ଗିଲ ଇଞ୍ଜିନ୍‌ ଥିବା ହେଲିକପ୍ଟରର ଭଡା ଏବେ ୧.୩-୧.୫ ଲକ୍ଷ ଟଙ୍କା ପ୍ରତି ଘଣ୍ଟା ରହିଛି। ଏଥିରେ ୬-୭ ଜଣ ବସିପାରିବେ। ଦ୍ବିତୀୟରେ ଅଗଷ୍ଟା AW109 ଏବଂ H145 ଏୟାରବସ୍‌ ଭଳି ଡବଲ ଇଞ୍ଜନି ହେଲିକପ୍ଟର ଏବେ ୨.୩-୩ ଲକ୍

ନିର୍ବାଚନୀ ପ୍ରଚାର ପାଇଁ ହେଲିକପ୍ଟରର ଚାହିଦା, ଏକ ଘଣ୍ଟାର ଦାମ୍‌ ଲକ୍ଷ ଲକ୍ଷରେ

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ହେଲିକପ୍ଟର ବ୍ୟବହାରକୁ ନେଇ କ୍ରେଜ୍‌ ରହିଥାଏ। ବଡ଼ ରାଜନୀତିକ ଦଳର ନେତା ହୁଅନ୍ତୁ ବା ସ୍ବାଧୀନ ପ୍ରାର୍ଥୀ, ସମସ୍ତେ ହେଲିକପ୍ଟରର ବ୍ୟବହାର କରିଥାନ୍ତି। ନିର୍ବାଚନରେ ହେଲିକପ୍ଟରର ବ୍ୟବହାରର ଦୁଇଟି ବଡ଼ କାରଣ ବି ରହିଛି। ଏହାଦ୍ବାରା ଅପହଞ୍ଚ ଅଞ୍ଚଳକୁ ପହଞ୍ଚାଯାଇପାରିବ। ଦ୍ବିତୀୟରେ ଗ୍ରାମୀଣ କ୍ଷେତ୍ରରେ ଆଜିବି ଲୋକଙ୍କ ମଧ୍ୟରେ ହେଲିକପ୍ଟରକୁ ଦେଖିବାକୁ ଉତ୍ସାହ ରହିଛି। ଚଳିତ  ନିର୍ବାଚନରେ ମଧ୍ୟ ବଡ଼ କ୍ୟାବିନେଟ ମନ୍ତ୍ରୀ ଏବଂ ସାଂସଦ ଖୁବ୍‌ ହେଲିକପ୍ଟରର ବ୍ୟବହାର କରିଛନ୍ତି।

ତେବେ ହେଲିକପ୍ଟରର ଏଭଳି ବ୍ୟବହାର କାରଣରୁ ହେଲିକପ୍ଟର ଅପରେଟରଙ୍କୁ ମଧ୍ୟ ବେଶ୍‌ ଲାଭ ହୋଇଛି।ରିପୋର୍ଟ ଅନୁଯାୟୀ ଚଳିତ ନିର୍ବାଚନୀ ଋତୁରେ ହେଲିକପ୍ଟର ଅପରେଟରମାନେ ପ୍ରାୟ ୩୫୦ରୁ ୪୦୦ କୋଟି ଟଙ୍କା ଆୟ କରିଛନ୍ତି। ଅପରେଟର୍ସଙ୍କ ଚାହିଦା ମଧ୍ୟ ବେଶ୍‌ ବଢ଼ିଛି। ଫଳରେ ୩୫ ପ୍ରତିଶତରୁ ୪୦  ପ୍ରତିଶତ ବଢ଼ିଯାଇଛି ଚାହିଦା। ଆହୁରି ମଧ୍ୟ ହେଲିକପ୍ଟରର ଭଡ଼ା ଦାମ୍‌ ୩୫ ପ୍ରତିଶତରୁ ୪୦ ପ୍ରତିଶତ ବଢ଼ିଛି। 

କେଉଁ ହେଲିକପ୍ଟର ପାଇଁ କେତେ ଟଙ୍କା ?

ରିପୋର୍ଟ ଅନୁଯାୟୀ,  ବିଇଏଲ ୪୦୭ ଭଳି ସିଙ୍ଗିଲ ଇଞ୍ଜିନ୍‌ ଥିବା ହେଲିକପ୍ଟରର ଭଡା ଏବେ ୧.୩-୧.୫ ଲକ୍ଷ ଟଙ୍କା ପ୍ରତି ଘଣ୍ଟା ରହିଛି। ଏଥିରେ ୬-୭ ଜଣ ବସିପାରିବେ। ଦ୍ବିତୀୟରେ ଅଗଷ୍ଟା AW109 ଏବଂ H145 ଏୟାରବସ୍‌ ଭଳି ଡବଲ ଇଞ୍ଜନି ହେଲିକପ୍ଟର ଏବେ ୨.୩-୩ ଲକ୍ଷ ଟଙ୍କା ପ୍ରତି ଘଣ୍ଟା ଭଡ଼ା ନେଉଛନ୍ତି। ଏଥିରେ ୭-୮ ଜଣ ବସିପାରିବେ। ୧୫ ସିଟ୍‌ ବିଶିଷ୍ଟ ବଡ଼ ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ୍‌ ୪ ଲକ୍ଷ ଟଙ୍କା ପ୍ରତି ଘଣ୍ଟାରୁ ଆରମ୍ଭ ହେଉଥିବା ଦାମ୍‌ରେ ଉପଲବ୍ଧ। ଏହା ଭିଭିଆଇପି (VVIP)ଙ୍କ ପ୍ରଥମ ପସନ୍ଦ।

ଦେଶର ତିନି ବଡ଼ ହେଲିକପ୍ଟର କମ୍ପାନି ପଓ୍ବନ ହଂସ, ହେଲିଗୋ ଚାର୍ଟର ଏବଂ ଗ୍ଲୋବାଲ ଭେକ୍ଟ୍ରା ସବୁଠୁ ଅଧିକ ବ୍ୟବସାୟ କରିଛନ୍ତି। ସୂଚନା ଅନୁଯାୟୀ, ବିଜେପି ଦେଶରେ ନିର୍ବାଚନ ପ୍ରଚାର ପାଇଁ ୧୫ ହେଲିକପ୍ଟର ବ୍ୟବହାର କରିଛି।