ନିର୍ବାଚନୀ ରାଲିରେ ଟ୍ରମ୍ପଙ୍କ ବିବାଦୀୟ ଟିପ୍ପଣୀ; ରାଷ୍ଟ୍ରପତି ବାଇଡେନଙ୍କୁ କହିଲେ...
ନୂଆଦିଲ୍ଲୀ: ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ଟିପ୍ପଣୀ । ରାଷ୍ଟ୍ରପତିଙ୍କୁ ନେଇ ସେ ଅପ୍ରୀତିକର ବୟାନ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, 'You are dumb son of..., ମାତ୍ର ଏହି ଟିପ୍ପଣୀକୁ ସମ୍ପୂର୍ଣ୍ଣ କରିନାହାନ୍ତି । ଏକ ରାଲିରେ ସେ ଏହି ଖଣ୍ଡବାକ୍ୟ ଦୋହରାଇଛନ୍ତି । ଏହା ସହିତ ସେ ଚେତାବନୀ ଦେଇ କହିଛନ୍ତି, ଆଗାମୀ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ତାଙ୍କର ବିଜୟ ନହେଲେ ଦେଶରେ ରାକ୍ତପାତ ହେବ ।ଡୋନାଲ୍ଡ ଟ୍ରମ୍ପ ଓହାୟୋର ଡେଟନ ସହର ଏକ ମେଗା ରାଲିକୁ ସମ୍ବୋଧିତ କରିଥିଲେ । ଏହି ଶୋଭାଯାତ୍ରା ଓ ଜନସଭାରେ ଲୋକଙ୍କୁ ଚେତାବନୀ ଦେଇ କହିଛନ୍ତି, ନିର୍ବାଚନରେ ସେ ନଜିତିଲେ ଦେଶ ରକ୍ତପାତ ହେବ । ସ୍ଥାନେ ସ୍ଥାନେ ହିଂସା ଦେଖିବାକୁ ମିଳିବ । ସାରା ଦେଶରେ ନିଆଁ ଜଳିବ ବୋଲି କହିଛନ୍ତି । ମାତ୍ର ଏହା ସ୍ପଷ୍ଟ ହୋଇନାହିଁ, ଟ୍ରମ୍ପଙ୍କ ଏଭଳି କଡ଼ା ବୟାନ କାହାକୁ ଇଙ୍ଗିତ କରି କହିଛନ୍ତି । ସେହିପରି ନିର୍ବାଚନୀ ରାଲିରେ ଚୀନକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ସେ ରାଷ୍ଟ୍ରପତି ହେବା ପରେ ଚୀନର କାର୍ ବ୍ୟବସାୟ ଆମେରିକାରେ ଉପରେ ରୋକ୍ ଲାଗିବ । "How about a couple more indictments, Joe, you dumb sonofa ... " -- Trump pic.twitter.com/pHnz1Rn4sR— Aaron Rupar (@atrupar) March 16, 2024ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନେଇ ଅପଶବ୍ଦ କହିଛ
ନୂଆଦିଲ୍ଲୀ: ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ଟିପ୍ପଣୀ । ରାଷ୍ଟ୍ରପତିଙ୍କୁ ନେଇ ସେ ଅପ୍ରୀତିକର ବୟାନ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, 'You are dumb son of..., ମାତ୍ର ଏହି ଟିପ୍ପଣୀକୁ ସମ୍ପୂର୍ଣ୍ଣ କରିନାହାନ୍ତି । ଏକ ରାଲିରେ ସେ ଏହି ଖଣ୍ଡବାକ୍ୟ ଦୋହରାଇଛନ୍ତି । ଏହା ସହିତ ସେ ଚେତାବନୀ ଦେଇ କହିଛନ୍ତି, ଆଗାମୀ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ତାଙ୍କର ବିଜୟ ନହେଲେ ଦେଶରେ ରାକ୍ତପାତ ହେବ ।
ଡୋନାଲ୍ଡ ଟ୍ରମ୍ପ ଓହାୟୋର ଡେଟନ ସହର ଏକ ମେଗା ରାଲିକୁ ସମ୍ବୋଧିତ କରିଥିଲେ । ଏହି ଶୋଭାଯାତ୍ରା ଓ ଜନସଭାରେ ଲୋକଙ୍କୁ ଚେତାବନୀ ଦେଇ କହିଛନ୍ତି, ନିର୍ବାଚନରେ ସେ ନଜିତିଲେ ଦେଶ ରକ୍ତପାତ ହେବ । ସ୍ଥାନେ ସ୍ଥାନେ ହିଂସା ଦେଖିବାକୁ ମିଳିବ । ସାରା ଦେଶରେ ନିଆଁ ଜଳିବ ବୋଲି କହିଛନ୍ତି । ମାତ୍ର ଏହା ସ୍ପଷ୍ଟ ହୋଇନାହିଁ, ଟ୍ରମ୍ପଙ୍କ ଏଭଳି କଡ଼ା ବୟାନ କାହାକୁ ଇଙ୍ଗିତ କରି କହିଛନ୍ତି । ସେହିପରି ନିର୍ବାଚନୀ ରାଲିରେ ଚୀନକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ସେ ରାଷ୍ଟ୍ରପତି ହେବା ପରେ ଚୀନର କାର୍ ବ୍ୟବସାୟ ଆମେରିକାରେ ଉପରେ ରୋକ୍ ଲାଗିବ ।
"How about a couple more indictments, Joe, you dumb sonofa ... " -- Trump pic.twitter.com/pHnz1Rn4sR— Aaron Rupar (@atrupar) March 16, 2024
ଡୋନାଲ୍ଡ ଟ୍ରମ୍ପ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନେଇ ଅପଶବ୍ଦ କହିଛନ୍ତି । ଆମେରିକା ରିପୋର୍ଟ ମୁତାବକ, ପ୍ରିନ୍ସଲବିନିଆର ଏକ ନିର୍ବାଚନୀ ରାଲିର ବାଇଡେନଙ୍କ ନାଁ ନନେଇ ଗାଳି ଦେଇଛନ୍ତି । 'You are dumb son of..., କହିଥିଲେ, ମାତ୍ର ଏହି ବାକ୍ୟକୁ ସମ୍ପୂର୍ଣ୍ଣ କରିନାହାନ୍ତି । ପରେ ସମର୍ଥକଙ୍କ ସହିତ ଚିୟର ଅପ୍ କରୁଥିବା ଦେଖିବାକୁ ମିଳିବେ । ଡେମେକ୍ରାଟିକ୍ ପାର୍ଟି ସବୁବେଳେ ଡୋନାଲ୍ଡ ଟ୍ରମ୍ପ ଦେଶର ଛବି ଖରାପ କରୁଥିବା ଅଭିଯୋଗ ଲଗାଇଛି ।
‘ଇଣ୍ଡି’ ମେଣ୍ଟ; ମୁମ୍ବାଇରେ ରାହୁଲ ଗାନ୍ଧିଙ୍କ ସଙ୍କଳ୍ପ ପଦଯାତ୍ରା, ତେଜପାଲ୍ ଭବନରେ ବୈଠକ
ଡୋନାଲ୍ଡ ଟ୍ରାମ୍ପ ୨୦୨୦ ରାଷ୍ଟ୍ରପତି ନିର୍ବାଚନ ରେଜଲ୍ଟକୁ ଓଲଟପାଲଟ କରିବାକୁ ଚେଷ୍ଟା କରିଥିଲେ । ୨୦୨୧ ଜାନୁଆରୀ ୬ ତାରିଖରେ ଟ୍ରମ୍ପଙ୍କ ସମର୍ଥକ କ୍ୟାପିଟାଲ୍ ହିଲ୍ସ ଉପରେ ହମଲା କରିଥିଲେ । ଯେଉଁଥିରେ କିଛି ଲୋକ ପ୍ରାଣ ହରାଇଥିଲେ ଏବଂ କିଛି ଗୁରୁତର ଭାବେ ଆହତ ହୋଇଥିଲେ । ଏଥିପାଇଁ ତାଙ୍କ ଉପରେ ମାମଲା ମଧ୍ୟ ରୁଜୁ ହୋଇଥିଲା । ନଭେମ୍ବର ମାସରେ ଆମେରିକାରେ ରାଷ୍ଟ୍ରପଚି ନିର୍ବାଚନ । ଏଥିରେ ପୁଣି ଥରେ ଟ୍ରମ୍ପ ବନାମ ବାଇଡେନ ମୁକାବିଲା ଦେଖିବାକୁ ମିଳିବ ।