ନିର୍ବାଚନୀ ହିଂସା: ଖଲ୍ଲିକୋଟ ହତ୍ୟା ଘଟଣାରେ ଆଉ ଦୁଇ ଗିରଫ

ଛତ୍ରପୁର,୧୯ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ହତ୍ୟା ଘଟଣାରେ ପୁଣି ଦୁଇ ଗିରଫ ହୋଇଛନ୍ତି। ଗିରଫମାନେ ହେଲେ ଶ୍ରୀକୃଷ୍ଣଶରଣପୁର ଗ୍ରାମର ସୁଦର୍ଶନ ପାହାନ ଓ ରାମଚନ୍ଦ୍ରପୁର ଗ୍ରାମର ପପୁ ତରେଇ। ଉଭୟଙ୍କୁ ଖଲ୍ଲିକୋଟ ପୋଲିସ ଗିରଫ ପରେ ଏସ୍‌ଆଇଟି ଟିମ୍‌କୁ ହସ୍ତାନ୍ତର କରିଛି। ଗିରଫ ସଂଖ୍ୟା ୧୧କୁ ବୃଦ୍ଧି। ପୂର୍ବରୁ ୯ ଜଣ ଗିରଫ ହୋଇଥିଲେ। ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ଚଳିତ ମାସ ୧୫ ତାରିଖରେ ପୋଷ୍ଟର ମରାକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟଣାରେ ଦିଲ୍ଲୀପ ପାହାନଙ୍କ […] The post ନିର୍ବାଚନୀ ହିଂସା: ଖଲ୍ଲିକୋଟ ହତ୍ୟା ଘଟଣାରେ ଆଉ ଦୁଇ ଗିରଫ appeared first on Dharitri Odia News.

ନିର୍ବାଚନୀ ହିଂସା: ଖଲ୍ଲିକୋଟ ହତ୍ୟା ଘଟଣାରେ ଆଉ ଦୁଇ ଗିରଫ

ଛତ୍ରପୁର,୧୯ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ହତ୍ୟା ଘଟଣାରେ ପୁଣି ଦୁଇ ଗିରଫ ହୋଇଛନ୍ତି। ଗିରଫମାନେ ହେଲେ ଶ୍ରୀକୃଷ୍ଣଶରଣପୁର ଗ୍ରାମର ସୁଦର୍ଶନ ପାହାନ ଓ ରାମଚନ୍ଦ୍ରପୁର ଗ୍ରାମର ପପୁ ତରେଇ। ଉଭୟଙ୍କୁ ଖଲ୍ଲିକୋଟ ପୋଲିସ ଗିରଫ ପରେ ଏସ୍‌ଆଇଟି ଟିମ୍‌କୁ ହସ୍ତାନ୍ତର କରିଛି। ଗିରଫ ସଂଖ୍ୟା ୧୧କୁ ବୃଦ୍ଧି। ପୂର୍ବରୁ ୯ ଜଣ ଗିରଫ ହୋଇଥିଲେ।

ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ଚଳିତ ମାସ ୧୫ ତାରିଖରେ ପୋଷ୍ଟର ମରାକୁ କେନ୍ଦ୍ରକରି ଗଣ୍ଡଗୋଳ ଘଟଣାରେ ଦିଲ୍ଲୀପ ପାହାନଙ୍କ ମୃତ୍ୟୁ ହୋଇଥିଲା। ଘଟଣାର ଏବେ ବି ତଦନ୍ତ ଜାରି ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ଏସ୍‌ପି ଜଗମୋହନ ମୀନା। ଏହି ଘଟଣାରେ ଯେଉଁମାନେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସାମିଲ ଥିବେ ସେମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି।

The post ନିର୍ବାଚନୀ ହିଂସା: ଖଲ୍ଲିକୋଟ ହତ୍ୟା ଘଟଣାରେ ଆଉ ଦୁଇ ଗିରଫ appeared first on Dharitri Odia News.