ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ
ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ୭ଜଣ ଆହତ ହୋଇଛନ୍ତି । ଗୋଟିଏ ପରିବାରର ୫ଜଣ ଆହତ ହୋଇଥିବା ବେଳେ ଅନ୍ୟ ଏକ ପରିବାରର ୨ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ପ୍ରଥମେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତରଙ୍କୁ କେନ୍ଦ୍ରାପଡା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଅଭିଯୋଗ […] The post ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ appeared first on KNews Odisha.

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ୭ଜଣ ଆହତ ହୋଇଛନ୍ତି । ଗୋଟିଏ ପରିବାରର ୫ଜଣ ଆହତ ହୋଇଥିବା ବେଳେ ଅନ୍ୟ ଏକ ପରିବାରର ୨ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ପ୍ରଥମେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତରଙ୍କୁ କେନ୍ଦ୍ରାପଡା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ଅଭିଯୋଗ ଅନୁଯାଇ, ଠାକୁରପାଟଣା ଗାଁର ଜିତେନ୍ଦ୍ର ପାଣ୍ଡବ ଦୋକାନ ଖୋଲିଥିବା ବେଳେ ସେହି ଗାଁର ମିହିର ପାଣ୍ଡବ ତାଙ୍କ ଦୋକାନକୁ ଆସି ବିଜେପିକୁ କାହିଁକି ଭୋଟ ଦେଉଛି କହି ଗାଳିଗୁଲଜ କରିଥିଲା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରବର୍ତ୍ତୀ ସମୟରେ ବଚସା ଉଗ୍ରରୂପ ଧାରଣ କରିଥିଲା । ଏନେଇ ପୋଲିସର ପତିକ୍ରିୟା ମିଳିପାରିନାହିଁ ।
The post ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ appeared first on KNews Odisha.