ନିଶା ଇଞ୍ଜେକଶନ୍ ଦେଇ ମାରି ଖଣ୍ଡ ଖଣ୍ଡ କରି କାଟିଥିବା ଡାକ୍ତରଙ୍କୁ ଆଜୀବନ ଜେଲ
ବ୍ରହ୍ମପୁର,୧୨।୧(ସୁବାସ ଚନ୍ଦ୍ର ପାଢ଼ୀ) : ବହୁ ଚର୍ଚ୍ଚିତ ବିଷ୍ଣୁ ଗୌଡ଼ ହତ୍ୟା ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁକ୍ରବାର ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ (ଏଡିଜେ)୩ ରାଜ କୁମାର ଦାଶ ପ୍ରକାଶ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ସେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ଲକ୍ଷ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ତାଙ୍କର ଦୁଇ ସହଯୋଗୀ ଗଙ୍ଗା ବେହେରା ଓ ବିଧାନ ସେଠୀଙ୍କୁ ମଧ୍ୟ ସେ ଦୋଷୀ ସାବ୍ୟସ୍ତ କରାଯାଇଛି। […] The post ନିଶା ଇଞ୍ଜେକଶନ୍ ଦେଇ ମାରି ଖଣ୍ଡ ଖଣ୍ଡ କରି କାଟିଥିବା ଡାକ୍ତରଙ୍କୁ ଆଜୀବନ ଜେଲ appeared first on Dharitri Odia News.
ବ୍ରହ୍ମପୁର,୧୨।୧(ସୁବାସ ଚନ୍ଦ୍ର ପାଢ଼ୀ) : ବହୁ ଚର୍ଚ୍ଚିତ ବିଷ୍ଣୁ ଗୌଡ଼ ହତ୍ୟା ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁକ୍ରବାର ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ (ଏଡିଜେ)୩ ରାଜ କୁମାର ଦାଶ ପ୍ରକାଶ କରିଛନ୍ତି। ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ସେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୧୦ଲକ୍ଷ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ତାଙ୍କର ଦୁଇ ସହଯୋଗୀ ଗଙ୍ଗା ବେହେରା ଓ ବିଧାନ ସେଠୀଙ୍କୁ ମଧ୍ୟ ସେ ଦୋଷୀ ସାବ୍ୟସ୍ତ କରାଯାଇଛି। ଉଭୟ ଅଭିଯୁକ୍ତଙ୍କୁ ଦୁଇବର୍ଷ ଜେଲ ଦଣ୍ଡରେ ଦଣ୍ଡିତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ପ୍ରତ୍ୟେକ ୫ହଜାର ଟଙ୍କା ଲେଖାଏଁ ଜରିମାନା ଦେବେ। ଏ ନେଇ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ପିପି ବିକ୍ରମ କୁଣ୍ଡୁ ସୂଚନା ଦେଇଛନ୍ତି।
ରାୟ ପ୍ରକାଶ ବେଳେ ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷୀକେଶ ତ୍ରିପାଠୀ, ସହଯୋଗୀ ବିଧାନ ସେଠୀ ଓ ଗଙ୍ଗା ବେହେରା କୋର୍ଟରେ ହାଜର ହୋଇଥିଲେ। ହୃଷୀକେଶ ତ୍ରିପାଠୀଙ୍କୁ ବ୍ରହ୍ମପୁର ମଣ୍ଡଳକାରାଗାରରୁ କଡ଼ା ସୁରକ୍ଷାରେ ଅଣାଯାଇଥିଲା।
ଜାମିନ୍ରେ ଥିବା ଅନ୍ୟ ଦୁଇ ସହଯୋଗୀ ମଧ୍ୟ କୋର୍ଟରେ ଉପସ୍ଥିତ ହୋଇଥିଲେ।
ସୂଚନାଯୋଗ୍ୟ, ୨୦୧୮ ସେପ୍ଟେମ୍ବର ୪ ତାରିଖରେ ଖଲ୍ଲିକୋଟ ଅଞ୍ଚଳର ବିଷ୍ଣୁ ଗୌଡ଼ଙ୍କୁ ତ୍ରିକୋଣୀୟ ପ୍ରେମକୁ ନେଇ ହତ୍ୟା କରାଯାଇଥିବା ଜଣାପଡିଥିଲା।
ଅଭିଯୁକ୍ତ ଡାକ୍ତର, ବିଷ୍ଣୁଙ୍କୁ ନିଜ କ୍ଲିନିକରେ ନିଶା ଇଞ୍ଜେକଶନ ଦେଇ ହତ୍ୟା କରିବା ପରେ ତାଙ୍କ ଶରୀରକୁ କ୍ଳିନିକାଲ ବ୍ଲେଡ଼ରେ ଖଣ୍ଡ ଖଣ୍ଡ କରି କାଟି ଦେଇଥିଲେ । ପରେ ଡାକ୍ତର ତ୍ରିପାଠୀଙ୍କ ଘରକୁ କାମ କରିବାକୁ ଆସୁଥିବା ଗଙ୍ଗା ବେହେରା ଓ ବିଧାନ ସେଠୀଙ୍କ ସହାୟତାରେ ଏକ ବସ୍ତା ଭିତରେ ଖଣ୍ଡ ବିଖଣ୍ଡ ଶରୀରକୁ ଭର୍ତ୍ତି କରି ସହର ଉପକଣ୍ଠ ପଲିଗୁମୁଳାରେ ଏକ ଗାତ ଭିତରେ ପକାଇ ପୋତି ଦେଇଥିଲେ । ପୋଲିସ ସେଠାରୁ ମୃତଦେହ ଜବତ କରିବା ସହ ମୁଖ୍ୟ ଅଭିଯୁକ୍ତ ଡାକ୍ତର ଓ ଅନ୍ୟ ଦୁଇ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
The post ନିଶା ଇଞ୍ଜେକଶନ୍ ଦେଇ ମାରି ଖଣ୍ଡ ଖଣ୍ଡ କରି କାଟିଥିବା ଡାକ୍ତରଙ୍କୁ ଆଜୀବନ ଜେଲ appeared first on Dharitri Odia News.