ନିଶା ଖାଇ ଘର ଜାଳିଦେଲେ ୨ ଭାଇ, ଜଳିଗଲା ୩ ବଖରା ଘର

ନୀଳଗିରି: ନିଜ ଘରେ ନିଆଁ ଲଗାଇ ଦେଲେ ନିଶାସକ୍ତ ୨ ଭାଇ। ବାଣପୁର ଗାଁରେ ନିଶାସକ୍ତ ଅବସ୍ଥାରେ ନିଆଁ ଲଗାଇ ଦେବା ଅଭିଯୋଗ ହୋଇଛି। ନିଜ ଘରେ ନିଆଁ ଲଗାଇ ଦେବା ପରେ ୩ ବଖରା ଘର ଜଳିଯାଇଛି । ଅଭିଯୁକ୍ତ ୨ ଭାଇକୁ ନୀଳଗିରି ଥାନାରେ ୨ ଭାଇ ଅଟକ ରଖାଯାଇଛି। ମିଳିଥିବା ଖବର ଅନୁଯାୟୀ ଅଜା ଖାଇ ପିଇ ଶୋଇଥିବା ସମୟରେ ଘରେ ନିଆଁ ଲଗାଇ ଦେଇଥିଲେ ୨ ନାତି। ଏପରିକି ସ୍ଥାନୀୟ ଲୋକଙ୍କୁ […]

ନିଶା ଖାଇ ଘର ଜାଳିଦେଲେ ୨ ଭାଇ, ଜଳିଗଲା ୩ ବଖରା ଘର

ନୀଳଗିରି: ନିଜ ଘରେ ନିଆଁ ଲଗାଇ ଦେଲେ ନିଶାସକ୍ତ ୨ ଭାଇ। ବାଣପୁର ଗାଁରେ ନିଶାସକ୍ତ ଅବସ୍ଥାରେ ନିଆଁ ଲଗାଇ ଦେବା ଅଭିଯୋଗ ହୋଇଛି। ନିଜ ଘରେ ନିଆଁ ଲଗାଇ ଦେବା ପରେ ୩ ବଖରା ଘର ଜଳିଯାଇଛି । ଅଭିଯୁକ୍ତ ୨ ଭାଇକୁ ନୀଳଗିରି ଥାନାରେ ୨ ଭାଇ ଅଟକ ରଖାଯାଇଛି।

ମିଳିଥିବା ଖବର ଅନୁଯାୟୀ ଅଜା ଖାଇ ପିଇ ଶୋଇଥିବା ସମୟରେ ଘରେ ନିଆଁ ଲଗାଇ ଦେଇଥିଲେ ୨ ନାତି। ଏପରିକି ସ୍ଥାନୀୟ ଲୋକଙ୍କୁ ନିଆଁ ଲିଭାଇବାକୁ ନଦେଇ କୁରାଢ଼ି ଧରି ଅଜାଙ୍କୁ ହାଣିବାକୁ ଗୋଡ଼ାଇଥିବା ଅଭିଯୋଗ ହୋଇଛି। ଏନେଇ ନୀଳଗିରି ପୁଲିସ ୨ନାତିଙ୍କୁ ଥାନାରେ ଅଟକ ରଖିଛି।

ବାଲେଶ୍ୱର ଜିଲା ନୀଳଗିରି ଏନ୍‍ଏସି ୧୧ନଂ ୱାର୍ଡ଼ ଅଧୀନ ବାଣପୁର ଅଞ୍ଚଳର ଜୟରାମ ଦଳେଇ(୭୦) ଘରେ ଶୋଇଥିଲେ। କୌଣସି କଥାରେ ବଚସା ହୋଇ ତାଙ୍କ ଘରେ ରହୁଥିବା ନାତି ମାଧ ବିଶ୍ୱାଳ ରାତି ପ୍ରାୟ ୧୦ଟା ସମୟରେ ଅଜାଙ୍କ ଚାଳ ବଖରା ଘରେ ନିଆଁ ଲଗାଇ ଦେଇଥିଲା। କୁରାଢ଼ି ଧରି ଘରେ ସାମ୍ନାରେ ହୋହଲ୍ଲା କରି ଲୋକଙ୍କୁ ନିଆଁ ଲିଭାଇବାକୁ ଦେଇନଥିଲା । ଅଗ୍ନିକାଣ୍ଡ ଯୋଗୁ ସେମାନଙ୍କ ଅଜାଙ୍କ ୩ବଖରା ଘର ସମେତ ସମସ୍ତ ଆସବାବପତ୍ର ପୋଡି ଭସ୍ମୀଭୂତ ହୋଇଯାଇଛି । ଖବରପାଇ ନୀଳଗିରି ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାତି ମାଧ ବିଶ୍ୱାଳ ଓ ଗଣେଶ ବିଶ୍ୱାଳକୁ ଥାନାରେ ଅଟକ ରଖି ପଚାରଉଚୁରା କରୁଛି।