ନିଶା ନିବାରଣ କେନ୍ଦ୍ରରେ ଯୁବକ ମୃତ, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

ଭୁବନେଶ୍ୱର ୧୧।୧୧ : ନିଶା ନିବାରଣ କେନ୍ଦ୍ରରେ ଅଘଟଣ । ନିଶା ନିବାରଣ କେନ୍ଦ୍ରରୁ ଜଣେ ଯୁବକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଠାବ କରାଯାଇଛି । ଏୟାରଫିଲ୍ଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି । ଖବର ଅନୁଯାୟୀ, ଏୟାରଫିଲ୍ଡ ଥାନା ଜାମୁକୋଳି ଅଞ୍ଚଳର ସୁମନ୍ତ ପଣ୍ଡା । ସେ ଗତ କିଛି ଦିନ ହେବ ଏକ ନିଶା ନିବାରଣ କେନ୍ଦ୍ରରେ ରହୁଥିଲେ । ହେଲେ ଏବେ ହଠାତ୍‌ ସୁମନ୍‌ଙ୍କର ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର ସଠିକ୍ କାରଣ ଜଣାପଡିନଥିବା ବେଳେ ଏୟାରଫିଲ୍ଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରୁଛନ୍ତି । ଏହାସହିତ ମୃତଦେହକୁ ଜବତ କରି ମଧ୍ୟ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ବାକି ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ଆଶା କରାଯାଉଛି । ସେପଟେ ପରିବାର ପକ୍ଷରୁ ନିଶା ନିବାରଣ କେନ୍ଦ୍ର ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ସୁମନ୍ତଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । 

ନିଶା ନିବାରଣ କେନ୍ଦ୍ରରେ ଯୁବକ ମୃତ, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

ଭୁବନେଶ୍ୱର ୧୧।୧୧ : ନିଶା ନିବାରଣ କେନ୍ଦ୍ରରେ ଅଘଟଣ । ନିଶା ନିବାରଣ କେନ୍ଦ୍ରରୁ ଜଣେ ଯୁବକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଠାବ କରାଯାଇଛି । ଏୟାରଫିଲ୍ଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି । 

ଖବର ଅନୁଯାୟୀ, ଏୟାରଫିଲ୍ଡ ଥାନା ଜାମୁକୋଳି ଅଞ୍ଚଳର ସୁମନ୍ତ ପଣ୍ଡା । ସେ ଗତ କିଛି ଦିନ ହେବ ଏକ ନିଶା ନିବାରଣ କେନ୍ଦ୍ରରେ ରହୁଥିଲେ । ହେଲେ ଏବେ ହଠାତ୍‌ ସୁମନ୍‌ଙ୍କର ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର ସଠିକ୍ କାରଣ ଜଣାପଡିନଥିବା ବେଳେ ଏୟାରଫିଲ୍ଡ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରୁଛନ୍ତି । ଏହାସହିତ ମୃତଦେହକୁ ଜବତ କରି ମଧ୍ୟ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ବାକି ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ସଠିକ୍ କାରଣ ଜଣାପଡିବ ବୋଲି ଆଶା କରାଯାଉଛି । ସେପଟେ ପରିବାର ପକ୍ଷରୁ ନିଶା ନିବାରଣ କେନ୍ଦ୍ର ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ସୁମନ୍ତଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।