ନିଶା ସେବନକୁ ନେଇ କଟକ ସିଟି କଲେଜରେ ତୁମୁଳ କାଣ୍ଡ : ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କଲେ ଅଣଛାତ୍ର

କନକବ୍ୟୁରୋ : କଟକ ରାଜାବଗିଚା ସ୍ଥିତ ସିଟି କଲେଜରେ ନିଶା ଦ୍ରବ୍ୟ ସେବନକୁ ନେଇ ତୁମୂଳକାଣ୍ଡ । କଲେଜ ଛାତ୍ରଛାତ୍ରୀଙ୍କୁ କିଛି ପୂରାତନ ଛାତ୍ର ଏବଂ ଅଣଛାତ୍ର ଗଞ୍ଜେଇ ଟାଣିବାକୁ ଡ଼ାକିଥିବା ଅଭିଯୋଗ ହୋଇଛି । ଛାତ୍ର ଛାତ୍ରୀମାନେ ମନା କରିବାରୁ ସେମାନଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ ହୋଇଛି ।  ତେବେ କିଛି ଦିନ ତଳେ କଲେଜର ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ବ୍ଲାକ ବ୍ରଦସ୍ ଗ୍ରୁପ ପିଲାମାନେ ଏ ଘଟଣାରେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ କରିଛନ୍ତି କଲେଜର ଛାତ୍ରଛାତ୍ରୀ । କେବଳ ସେତିକି ନୁହେଁ ଏମାନେ ବିଜୁ ଯୁବ ଛାତ୍ର ଜନତା ଦଳର ବୋଲି ଅଭିଯୋଗ ହୋଇଛି । 

ନିଶା ସେବନକୁ ନେଇ କଟକ ସିଟି କଲେଜରେ ତୁମୁଳ କାଣ୍ଡ : ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କଲେ ଅଣଛାତ୍ର

କନକବ୍ୟୁରୋ : କଟକ ରାଜାବଗିଚା ସ୍ଥିତ ସିଟି କଲେଜରେ ନିଶା ଦ୍ରବ୍ୟ ସେବନକୁ ନେଇ ତୁମୂଳକାଣ୍ଡ । କଲେଜ ଛାତ୍ରଛାତ୍ରୀଙ୍କୁ କିଛି ପୂରାତନ ଛାତ୍ର ଏବଂ ଅଣଛାତ୍ର ଗଞ୍ଜେଇ ଟାଣିବାକୁ ଡ଼ାକିଥିବା ଅଭିଯୋଗ ହୋଇଛି । ଛାତ୍ର ଛାତ୍ରୀମାନେ ମନା କରିବାରୁ ସେମାନଙ୍କୁ ମରଣାତ୍ମକ ଆକ୍ରମଣ ହୋଇଥିବା ବାଦାମବାଡ଼ି ଥାନାରେ ଲିଖିତ ଅଭିଯୋଗ ହୋଇଛି ।

 ତେବେ କିଛି ଦିନ ତଳେ କଲେଜର ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ବ୍ଲାକ ବ୍ରଦସ୍ ଗ୍ରୁପ ପିଲାମାନେ ଏ ଘଟଣାରେ ସମ୍ପୃକ୍ତ ଥିବା ନେଇ ଅଭିଯୋଗ କରିଛନ୍ତି କଲେଜର ଛାତ୍ରଛାତ୍ରୀ । କେବଳ ସେତିକି ନୁହେଁ ଏମାନେ ବିଜୁ ଯୁବ ଛାତ୍ର ଜନତା ଦଳର ବୋଲି ଅଭିଯୋଗ ହୋଇଛି ।