ନିଶାରେ ଚୂର ବ୍ୟକ୍ତି, ଏକ୍ସପ୍ରେସୱେ ଫ୍ଲାଏଓଭରରେ ଚଢ଼ିଗଲେ ଓଟ ଉପରେ, ପରେ ଯାହା ହେଲା…

ପ୍ରତ୍ୟୋକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୋଇଥିାଏ। କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରି ପକାଏ ବର୍ତ୍ତମାନ ଏମିତି ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଜଣେ ମଦ୍ୟପ ବ୍ୟକ୍ତି ହାଇଦ୍ରାବାଦ ଏକ୍ସପ୍ରେସୱେ ଫ୍ଲାଏଓଭରରେ ଓଟ ସବାରି କରୁଥିବାର ନଜର ଆସୁଛନ୍ତି । ବ୍ୟକ୍ତି ଜଣଙ୍କ ଏତେ ମାତ୍ରାରେ ନିଶାସକ୍ତ ଥିଲେ ଯେ, ସେ ଓଟ ଉପରେ ହିଁ ଶୋଇ ପଡିଛନ୍ତି। ଓଟଟି ବେକାବୁ ହୋଇ […] The post ନିଶାରେ ଚୂର ବ୍ୟକ୍ତି, ଏକ୍ସପ୍ରେସୱେ ଫ୍ଲାଏଓଭରରେ ଚଢ଼ିଗଲେ ଓଟ ଉପରେ, ପରେ ଯାହା ହେଲା… appeared first on Dharitri Odia News.

ନିଶାରେ ଚୂର ବ୍ୟକ୍ତି, ଏକ୍ସପ୍ରେସୱେ ଫ୍ଲାଏଓଭରରେ ଚଢ଼ିଗଲେ ଓଟ ଉପରେ, ପରେ ଯାହା ହେଲା…

ପ୍ରତ୍ୟୋକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହୋଇଥିାଏ। କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରି ପକାଏ
ବର୍ତ୍ତମାନ ଏମିତି ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଜଣେ ମଦ୍ୟପ ବ୍ୟକ୍ତି ହାଇଦ୍ରାବାଦ ଏକ୍ସପ୍ରେସୱେ ଫ୍ଲାଏଓଭରରେ ଓଟ ସବାରି କରୁଥିବାର ନଜର ଆସୁଛନ୍ତି । ବ୍ୟକ୍ତି ଜଣଙ୍କ ଏତେ ମାତ୍ରାରେ ନିଶାସକ୍ତ ଥିଲେ ଯେ, ସେ ଓଟ ଉପରେ ହିଁ ଶୋଇ ପଡିଛନ୍ତି। ଓଟଟି ବେକାବୁ ହୋଇ ଫ୍ଲାଏଓଭରରେ ଧାଉଁଛି। ଏମିତି ଲାଗୁଛି ଯେମିତି କେଉଁ ମୁହୂର୍ତ୍ତରେ କିଛି ବି ଦୁର୍ଘଟଣା ଘଟି ପାରେ । ଏହି ଭିଡିଓ କେବଳ ଆଶ୍ଚର୍ଯ୍ୟ ଜନକ ନଥିଲା, ବରଂ ଉକ୍ତ ରାସ୍ତାରେ ଯାଉଥିବା ଅନ୍ୟ ଗାଡିଗୁଡିକ ପାଇଁ ବିପଦଜନକ ଥିଲା ।

ଇନଷ୍ଟାଗ୍ରାମରେ ୟୁଜର ଇକରମ ଉଲ୍ଲା ଶାହଙ୍କ ଦ୍ୱାରା ଏହି ଭିଡିଓ ପୋଷ୍ଟ କରାଯାଇଛି । ଓଟ ଉପରେ ବସିଥିବା ବ୍ୟକ୍ତି ନିଶାରେ ପୂରା ଚୂର ଥିଲେ । ଓଟକୁ ନିୟନ୍ତ୍ରଣ କରିବାକୁ କେହି ନଥିଲେ । ଯେଉଁଥିପାଇଁ ଓଟ ବହୁତ ଗାଡି ଭିତରେ ଏକ୍ସପ୍ରେସୱରେ ବେକାବୁ ହୋଇ ଧାଇଁଥିଲା ।

ଉକ୍ତ ରାସ୍ତାରେ କାରରେ ଯାଉଥିବା ଦୁଇ ଯୁବକ ଇକରମ ଏବଂ ତାଙ୍କର ବନ୍ଧୁ ଏ ଘଟଣା ଦେଖିଥିଲେ । ଓଟକୁ ନ ରୋକିଲେ କୌଣସି ବି ଦୁର୍ଘଟଣା ହୋଇପାରେ ଭାବି ସେମାନେ ଓଟରେ ବସିଥିବା ଲୋକ ଉପରେ ପାଣି ଢାଳି ଉଠାଇବାକୁ ଚେଷ୍ଟା କରିଥିଲେ । ହେଲେ ବ୍ୟକ୍ତି ଜଣଙ୍କ ନିଶାରେ କିଛି ଜାଣି ନ ପାରିବାରୁ ଦୁହେଁ କାରରୁ ଓହ୍ଲାଇ ଓଟକୁ ଧୀରେଧୀରେ କାବୁ କରିନେଇଥିଲେ ।

ଇକରମ ଏହି ପୋଷ୍ଟ କ୍ୟାପଶନରେ ଲେଖିଛନ୍ତି, ସେ ହାଇୱେରେ ଓଟର ପିଛା କରିଥିଲେ ଏବଂ କାହାର କିଛି କ୍ଷତି ହେବା ପୂର୍ବରୁ ଓଟକୁ ରୋକି ଦେଇଥିଲେ ।

ଭିଡିଓରେ ଦେଖାଯାଇଥିବା ଯୁବକ ଦ୍ୱୟଙ୍କ ଏପରି କାର୍ଯ୍ୟକୁ ୟୁଜର୍ସ ଖୁବ ପ୍ରଶଂସା କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି,‘ବାକି ଲୋକେ ତାମସା ଦେଖୁଥିଲେ । ଏହି ଦୁଇ ଯୁବକ ପ୍ରକୃତ କାମ ଦେଖାଇଛନ୍ତି ।

The post ନିଶାରେ ଚୂର ବ୍ୟକ୍ତି, ଏକ୍ସପ୍ରେସୱେ ଫ୍ଲାଏଓଭରରେ ଚଢ଼ିଗଲେ ଓଟ ଉପରେ, ପରେ ଯାହା ହେଲା… appeared first on Dharitri Odia News.