ନିଶାରେ ଲୋକଙ୍କ ଉପରେ ଗାଡି ଚଢାଇଦେଲା ଡ୍ରାଇଭର, ଜଣେ ଗୁରୁତର
ଦୁର୍ଘଟଣା ପରେ ଗାଡିରେ ଥିବା ୩ ଜଣ ଯୁବକ ସେଠାରୁ ଫେରାର ହୋଇଯାଇଛନ୍ତି।
ଫୁଟପାଥରେ ଲୋକଙ୍କ ଉପରେ ଗାଡ଼ି ଚଢାଇଦେଲା ଡ୍ରାଇଭର। ଏଥିରେ ଜଣେ ପିଲା ଗୁରୁତର ହୋଇଥିବା ବେଳେ ତାକୁ ହସପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି ରାଜଧାନୀର ୟୁନିଟ୍-୨ ଅଂଚଳ ବିଧାନସଭା ପଛ ପଟ ବସ୍ତିରେ। ନିଶାସକ୍ତ ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇ ଜନବସତି ଉପରେ ଗାଡି ଚଢାଇ ଦେଇଛନ୍ତି। ଏଥିରେ ଜଣେ ପିଲା ଆହତ ହୋଇଛି। ଗୁରୁତର ଅବସ୍ଥାରେ ତାକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣା ପରେ ଗାଡିରେ ଥିବା ୩ ଜଣ ଯୁବକ ସେଠାରୁ ଫେରାର ହୋଇଯାଇଛନ୍ତି। ତେବେ ଉତ୍ତ୍ୟକ୍ତ ବସ୍ତି ବାସିନ୍ଦା ଦୁର୍ଘଟଣା ଘଟାଇଥିବା ଗାଡିଟିକୁ ଅଟକ ରଖି କ୍ଷତିପୂରଣ ଦାବିରେ ଅଡ଼ି ବସିଥିଲେ। କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି।