ନିଷ୍କାସନ ପଥ ନାହିଁ, ରାସ୍ତାରେ ଡ୍ରେନ୍ପାଣି
ଖଣ୍ଡପଡ଼ା,୨୦ା୧(ଅଜୟ କୁମାର ମହାରଣା): ଖଣ୍ଡପଡ଼ା ବ୍ଲକ ଅଧୀନ କଣ୍ଟିଲୋ ପଞ୍ଚାୟତ କୃଷ୍ଣେଶ୍ୱରପାଟଣା ତଥା ୮ନଂ. ଓ ୧୧ ନଂ. ୱାର୍ଡରେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ନର୍ଦ୍ଦମା ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ଏଥିଯୋଗୁ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଫଳରେ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି କରୁଛି। ଏହି ଦୂଷିତ ପରିବେଶରେ ମଶାବଂଶ ବୃଦ୍ଧି ପାଇବା ସହ ଡେଙ୍ଗୁ ବ୍ୟାପିବାର ଆଶଙ୍କା ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ୮ନଂ. ୱାର୍ଡସ୍ଥିତ ଏକ ପାହାଡ଼ […] The post ନିଷ୍କାସନ ପଥ ନାହିଁ, ରାସ୍ତାରେ ଡ୍ରେନ୍ପାଣି appeared first on Dharitri Odia News.
ଖଣ୍ଡପଡ଼ା,୨୦ା୧(ଅଜୟ କୁମାର ମହାରଣା): ଖଣ୍ଡପଡ଼ା ବ୍ଲକ ଅଧୀନ କଣ୍ଟିଲୋ ପଞ୍ଚାୟତ କୃଷ୍ଣେଶ୍ୱରପାଟଣା ତଥା ୮ନଂ. ଓ ୧୧ ନଂ. ୱାର୍ଡରେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ନର୍ଦ୍ଦମା ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ଏଥିଯୋଗୁ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଫଳରେ ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି କରୁଛି। ଏହି ଦୂଷିତ ପରିବେଶରେ ମଶାବଂଶ ବୃଦ୍ଧି ପାଇବା ସହ ଡେଙ୍ଗୁ ବ୍ୟାପିବାର ଆଶଙ୍କା ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
୮ନଂ. ୱାର୍ଡସ୍ଥିତ ଏକ ପାହାଡ଼ ଉପରେ ବସବାସ କରୁଥିବା ବାସିନ୍ଦାଙ୍କ ଘରର ଉଦ୍ବୃତ୍ତ ପାଣି ଓ ପାହାଡ଼ ଉପର ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ଦୈନନ୍ଦିନ ନିଷ୍କାସନ ହେଉଥିବା ଏସବୁ ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି। ରାସ୍ତା ପାର୍ଶ୍ୱରେ ଥିବା ଏକ ନଳକୂପର ସୋକପିଟ ନ ଥିବାରୁ ସେହି ପାଣି ମଧ୍ୟ ରାସ୍ତା ସାରା ପ୍ରବାହିତ ହେଉଛି। ତେବେ ଏସବୁ ନର୍ଦ୍ଦମା ପାଣି ନିଷ୍କାସନ ହେବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ତାହା ରାସ୍ତା ଉପରେ ଜମି ରହି ପୂତିଗନ୍ଧମୟ ପରିବେଶ ହେଉଛି। ପ୍ରତ୍ୟହ ଚଳପ୍ରଚଳ ହେଉଥିବା ଜନସାଧାରଣ, ଛୋଟ ପିଲାମାନଙ୍କ ପାଇଁ ଯାତାୟାତରେ ସମସ୍ୟା ସୃଷ୍ଟି କରୁଛି। ଦୀର୍ଘ ୪ ମାସରୁ ଊର୍ଦ୍ଧ୍ୱ ହେଲା ଏଠାରେ ଏକ ଡ୍ରେନ ନିର୍ମାଣ ପାଇଁ ପଞ୍ଚାୟତ ପକ୍ଷରୁ ଅନୁଦାନ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ଖଣ୍ଡପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀଙ୍କ ଅଣଦେଖା ଯୋଗୁ କାର୍ଯ୍ୟ ହୋଇ ପାରୁ ନ ଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଶ୍ରୀୟାରାଣୀ ବେହେରାଙ୍କୁ ପଚାରିବାରେ ଦୀର୍ଘ ୪ ମାସ ହେବ ନୂତନ ଡ୍ରେନ ପାଇଁ ଅର୍ଥ କରାଯାଇଛି। ଉକ୍ତ କାର୍ଯ୍ୟ ପାଇଁ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ହେଁ ଅସହଯୋଗ ଓ ଅବହେଳା ଯୋଗୁ କାମଟି ହୋଇ ପାରି ନ ଥିଲା। କିଛିଦିନ ହେଲା ନୂତନ ଜେଇ କଣ୍ଟିଲୋ ପଞ୍ଚାୟତ ପାଇଁ ଦାୟିତ୍ୱ ନେଇଥିବାରୁ ତାଙ୍କୁ ଅବଗତ କରାଯାଇଥିବା ସରପଞ୍ଚ ବେହେରା କହିଛନ୍ତି। ଅପରପକ୍ଷରେ ନୂତନ କନିଷ୍ଠଯନ୍ତ୍ରୀ ଇଂ. କିଶୋର ଚନ୍ଦ୍ର ଦାଶଙ୍କୁ ପଚାରିବାରେ ୭ରୁ ୮ ଦିନ ହେଲା କାମରେ ଯୋଗ ଦେଇଛି। ସମ୍ପ୍ରତି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଗୁରୁତ୍ୱ ଦୃଷ୍ଟିରୁ ଏବେ ଇଭିଏମ୍ କାର୍ଯ୍ୟରେ ନିୟୋଜିତ ରହିଥିବା ସେ କହିଛନ୍ତି। ତେବେ ୮ରୁ୧୦ ଦିନ ମଧ୍ୟରେ ଏସବୁ କାର୍ଯ୍ୟ ସମ୍ପନ୍ନ କରି କଣ୍ଟିଲୋ ପଞ୍ଚାୟତର ବିଭିନ୍ନ କାର୍ଯ୍ୟ ଉପରେ ପଦକ୍ଷେପ ନେବା ସହ ସମ୍ପୃକ୍ତ ଡ୍ରେନ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି।
The post ନିଷ୍କାସନ ପଥ ନାହିଁ, ରାସ୍ତାରେ ଡ୍ରେନ୍ପାଣି appeared first on Dharitri Odia News.