ନିଷ୍ଟ ବିଶ୍ୱବିଦ୍ୟାଳୟରେ ଉତ୍ପାଦନ ଏବଂ ଶିଳ୍ପ ୪.୦ ଶୀର୍ଷକ ତିନି ଦିନିଆ କର୍ମଶାଳା ଉଦଯାପିତ |
ଗୋପାଳପୁର,୧୩/୦୭ ଗୋଳନ୍ଥରା ପାଲୁର ହିଲ୍ ଠାରେ ଥିବା ନିଷ୍ଟ ବିଶ୍ବବିଦ୍ୟାଳୟ ପରିସରରେ ଏଆଇସିଟିଇ ଅନୁଦାନରେ ତିନିଦିନ ଧରି ଅନୁଷ୍ଠିତ ହେଉଥିବା’ବାଣୀ’ କର୍ମଶାଳା ଉଦଯାପିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୟୁନାଇଟେଡ୍ ଆରବ ଏମିରେଟ୍ସ ୟୁନିଭର୍ସିଟିର ଡ. ଭୁବେନ୍ଦୁ କୁମାର ମହାନ୍ତି ଯୋଗ ଦେଇ ‘ଇଣ୍ଡଷ୍ଟ୍ରି ୪.୦’ ଓ ‘ବ୍ଲକଚେନ୍ ପ୍ରୋଗ୍ରାମିଂ’ ଉପରେ ବକ୍ତବ୍ୟ ରଖିଥିଲେ। ପରବର୍ତ୍ତୀ ଅଧିବେଶନରେ ଆରଆଇଟିର ନିର୍ଦେଶକ ଡ. ଗୁଣମଣି ଜେନା ଡାଟା ସାଇନ୍ସ ଇଞ୍ଜିନିୟରିଂ ଉପରେ ବକ୍ତବ୍ୟ ପ୍ରଦାନ କରିବା […] The post ନିଷ୍ଟ ବିଶ୍ୱବିଦ୍ୟାଳୟରେ ଉତ୍ପାଦନ ଏବଂ ଶିଳ୍ପ ୪.୦ ଶୀର୍ଷକ ତିନି ଦିନିଆ କର୍ମଶାଳା ଉଦଯାପିତ | appeared first on Odisha.News.

ଗୋପାଳପୁର,୧୩/୦୭
ଗୋଳନ୍ଥରା ପାଲୁର ହିଲ୍ ଠାରେ ଥିବା ନିଷ୍ଟ ବିଶ୍ବବିଦ୍ୟାଳୟ ପରିସରରେ ଏଆଇସିଟିଇ ଅନୁଦାନରେ ତିନିଦିନ ଧରି ଅନୁଷ୍ଠିତ ହେଉଥିବା’ବାଣୀ’ କର୍ମଶାଳା ଉଦଯାପିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୟୁନାଇଟେଡ୍ ଆରବ ଏମିରେଟ୍ସ ୟୁନିଭର୍ସିଟିର ଡ. ଭୁବେନ୍ଦୁ କୁମାର ମହାନ୍ତି ଯୋଗ ଦେଇ ‘ଇଣ୍ଡଷ୍ଟ୍ରି ୪.୦’ ଓ ‘ବ୍ଲକଚେନ୍ ପ୍ରୋଗ୍ରାମିଂ’ ଉପରେ ବକ୍ତବ୍ୟ ରଖିଥିଲେ। ପରବର୍ତ୍ତୀ ଅଧିବେଶନରେ ଆରଆଇଟିର ନିର୍ଦେଶକ ଡ. ଗୁଣମଣି ଜେନା ଡାଟା ସାଇନ୍ସ ଇଞ୍ଜିନିୟରିଂ ଉପରେ ବକ୍ତବ୍ୟ ପ୍ରଦାନ କରିବା ସହ ଇଣ୍ଡଷ୍ଟ୍ରି ୪.୦ରେ ଏହାର ଗୁରୁତ୍ୱ ସମ୍ପର୍କରେ ବୁଝାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର କୁଳସଚିବ ଡ଼ଃ ବିଷ୍ଣୁକର ନାୟକ କର୍ମଶାଳାର ତାତ୍ପର୍ୟ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। କର୍ମଶାଳାର ସଂଯୋଜକ ଡକ୍ଟର ପ୍ରଜାପତି ନାଏକ କାର୍ୟ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଡ଼. ଆକାଙ୍ଖ୍ୟା ପଟନାୟକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିଲେ।
The post ନିଷ୍ଟ ବିଶ୍ୱବିଦ୍ୟାଳୟରେ ଉତ୍ପାଦନ ଏବଂ ଶିଳ୍ପ ୪.୦ ଶୀର୍ଷକ ତିନି ଦିନିଆ କର୍ମଶାଳା ଉଦଯାପିତ | appeared first on Odisha.News.