ନିୟମ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ!
ମୁମ୍ବାଇ,୧୮।୧୦: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ମହାକାଳ ମନ୍ଦିରରେ ନିୟମ ଭାଙ୍ଗିବାର ଏକ ମାମଲା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ପୁଅ ଏବଂ ଅନ୍ୟ ଚାରିଜଣ ଲୋକ ଗର୍ଭଗୃହକୁ ଯାଇ ପ୍ରାର୍ଥନା କରିଥିଲେ। କିନ୍ତୁ କାହାକୁ ମନ୍ଦିରର ଗର୍ଭଗୃହକୁ ଯାଇ ପ୍ରାର୍ଥନା କରିବାକୁ ଅନୁମତି ନାହିଁ। ଗତ ବର୍ଷ ମନ୍ଦିର ପ୍ରଶାସନ ଏହି ପ୍ରତିବନ୍ଧକ ଲଗାଇଥିଲା। କିନ୍ତୁ ସମୟ ସମୟରେ VIP ନାମରେ ଏହି ନିୟମକୁ ଅଣଦେଖା କରନ୍ତି। […] The post ନିୟମ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ! appeared first on Dharitri Odia News.
ମୁମ୍ବାଇ,୧୮।୧୦: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ମହାକାଳ ମନ୍ଦିରରେ ନିୟମ ଭାଙ୍ଗିବାର ଏକ ମାମଲା ସାମ୍ନାକୁ ଆସିଛି। ଅଭିଯୋଗ ହୋଇଛି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ପୁଅ ଏବଂ ଅନ୍ୟ ଚାରିଜଣ ଲୋକ ଗର୍ଭଗୃହକୁ ଯାଇ ପ୍ରାର୍ଥନା କରିଥିଲେ। କିନ୍ତୁ କାହାକୁ ମନ୍ଦିରର ଗର୍ଭଗୃହକୁ ଯାଇ ପ୍ରାର୍ଥନା କରିବାକୁ ଅନୁମତି ନାହିଁ। ଗତ ବର୍ଷ ମନ୍ଦିର ପ୍ରଶାସନ ଏହି ପ୍ରତିବନ୍ଧକ ଲଗାଇଥିଲା। କିନ୍ତୁ ସମୟ ସମୟରେ VIP ନାମରେ ଏହି ନିୟମକୁ ଅଣଦେଖା କରନ୍ତି।
ଏହି ଅନୁଯାୟୀ, ଅପରାହ୍ନ ୫ଟା ୩୦ ସମୟରେ ଏକନାଥ ଶିନ୍ଦେଙ୍କ ପୁଅ ଶ୍ରୀକାନ୍ତ ଶିନ୍ଦେ ଏବଂ ମହାରାଷ୍ଟ୍ରର କଲ୍ୟାଣର ଏମପି ତାଙ୍କ ସ୍ତ୍ରୀ ଏବଂ ଅନ୍ୟ ଦୁଇ ଜଣଙ୍କ ସହ ମହାକାଳ ମନ୍ଦିରର ଗର୍ଭଗୃହରେ ପହଞ୍ଚିଥିଲେ। ସମସ୍ତେ ଏଠାରେ ପ୍ରାୟ ଛଅ ମିନିଟ ପ୍ରାର୍ଥନା କରିଥିଲେ।
ବିଶେଷ କଥା ହେଉଛି ମନ୍ଦିରର ସୁରକ୍ଷା ଦାୟିତ୍ୱ ଜୟନ୍ତ ରାଠୋର ଏବଂ ଗର୍ଭଗୃହର ନିରିକ୍ଷକ ତାଙ୍କ ସହ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତ ବର୍ଷ ପୁରୋହିତଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ଗର୍ଭଗୃହରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ଏହା ସତ୍ତ୍ୱେ ନିୟମ ଭାଙ୍ଗିବାର ଧାରା ଜାରି ରହିଛି।
The post ନିୟମ ଭାଙ୍ଗିଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ! appeared first on Dharitri Odia News.