ନିୟମ ମାନୁ ନାହାନ୍ତି, OnePlus, iQoo ଓ Poco: ଲାଇସେନ୍ସ ରଦ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି
ନୂଆଦିଲ୍ଲୀ: ଚୀନ ମୋବାଇଲ୍ କମ୍ପାନୀଗୁଡ଼ିକୁ ନେଇ ଏକ ବଡ଼ ଅଭିଯୋଗ ଆସିଛି। ସେମାନେ ଭାରତର ବାଣିଜ୍ୟ ନୀତି ମାନୁ ନାହାନ୍ତି। ଫଳରେ ରାଜସ୍ୱ କ୍ଷତି ହେଉଛି। ତେଣୁ ଚାଇନା ମୋବାଇଲ୍ ବ୍ରାଣ୍ଡ୍ଗୁଡିକର ଲାଇସେନ୍ସ ରଦ୍ଦ କରାଯାଉ ବୋଲି ଭାରତୀୟ ମୋବାଇଲ ରିଟେଲର୍ସ ସଂଘ ଦାବି କରିଛି। ଅର୍ଥମନ୍ତ୍ରୀ ଓ ବାଣିଜ୍ୟ ମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ସଂଘ କହିଛି। ନିୟମ ମାନୁ ନାହାନ୍ତି ଚାଇନିଜ୍ ମୋବାଇଲ୍ କମ୍ପାନୀ। ଫଳରେ କୋଟି କୋଟି କ୍ଷତି ସହୁଛନ୍ତି ଭାରତୀୟ ବ୍ୟବସାୟୀ। ଯାହାକୁ ନେଇ ଏବେ ଭାରତୀୟ ମୋବାଇଲ ରେଟଲର୍ସ ସଂଘ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଚାଇନା ମୋବାଇଲ ବ୍ରାଣ୍ଡ୍ଙ୍କ ଲାଇସେନ୍ସ ରଦ୍ଦ କରାଯାଉ ବୋଲି ସଂଘ ଦାବି କରିଛି। ଚାଇନା ସ୍ମାର୍ଟଫୋନ କମ୍ପାନି iQoo, Poco ଏବଂ OnePlusର ଲାଇସେନ୍ସ ରଦ୍ଦ କରିବାକୁ ଦାବି କରିଛନ୍ତି ରିଟେଲର୍ସ। ଅଭିଯୋଗ ଅନୁସାରେ, ଚୀନ କମ୍ପାନୀଗୁଡ଼ିକ ଦେଶର ବାଣିଜ୍ୟ ନୀତିକୁ ନ ମାନି ଆଣ୍ଟି କମ୍ପିଟେଟିଭ ପ୍ରାକ୍ଟିସ କରୁଛନ୍ତି। ଏହାଦ୍ୱାରା ସରକାରୀ ରାଜସ୍ୱକୁ କ୍ଷତି ପହଞ୍ଚୁଛି । ତେଣୁ ଏହି ବ୍ରାଣ୍ଡଗୁଡ଼ିକର ଲାଇସେନ୍ସ ରଦ୍ଦ କରିବା ସହ ମାମଲାରେ ତୁରନ୍ତ ହସ୍ତକ୍ଷେପ ପାଇଁ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅଲ୍ ଇଣ୍ଡିଆ ମୋବାଇଲ ରିଟେଲର୍ସ ଆସୋସିଏସନ (AMIRA) ଚିଠି ଲେଖିଛି। ସଂଘର ଫାଉଣ୍ଡର ଏବଂ ଚେୟାରମ୍ୟ
ନୂଆଦିଲ୍ଲୀ: ଚୀନ ମୋବାଇଲ୍ କମ୍ପାନୀଗୁଡ଼ିକୁ ନେଇ ଏକ ବଡ଼ ଅଭିଯୋଗ ଆସିଛି। ସେମାନେ ଭାରତର ବାଣିଜ୍ୟ ନୀତି ମାନୁ ନାହାନ୍ତି। ଫଳରେ ରାଜସ୍ୱ କ୍ଷତି ହେଉଛି। ତେଣୁ ଚାଇନା ମୋବାଇଲ୍ ବ୍ରାଣ୍ଡ୍ଗୁଡିକର ଲାଇସେନ୍ସ ରଦ୍ଦ କରାଯାଉ ବୋଲି ଭାରତୀୟ ମୋବାଇଲ ରିଟେଲର୍ସ ସଂଘ ଦାବି କରିଛି। ଅର୍ଥମନ୍ତ୍ରୀ ଓ ବାଣିଜ୍ୟ ମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ସଂଘ କହିଛି।

ନିୟମ ମାନୁ ନାହାନ୍ତି ଚାଇନିଜ୍ ମୋବାଇଲ୍ କମ୍ପାନୀ। ଫଳରେ କୋଟି କୋଟି କ୍ଷତି ସହୁଛନ୍ତି ଭାରତୀୟ ବ୍ୟବସାୟୀ। ଯାହାକୁ ନେଇ ଏବେ ଭାରତୀୟ ମୋବାଇଲ ରେଟଲର୍ସ ସଂଘ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଚାଇନା ମୋବାଇଲ ବ୍ରାଣ୍ଡ୍ଙ୍କ ଲାଇସେନ୍ସ ରଦ୍ଦ କରାଯାଉ ବୋଲି ସଂଘ ଦାବି କରିଛି। ଚାଇନା ସ୍ମାର୍ଟଫୋନ କମ୍ପାନି iQoo, Poco ଏବଂ OnePlusର ଲାଇସେନ୍ସ ରଦ୍ଦ କରିବାକୁ ଦାବି କରିଛନ୍ତି ରିଟେଲର୍ସ।
ଅଭିଯୋଗ ଅନୁସାରେ, ଚୀନ କମ୍ପାନୀଗୁଡ଼ିକ ଦେଶର ବାଣିଜ୍ୟ ନୀତିକୁ ନ ମାନି ଆଣ୍ଟି କମ୍ପିଟେଟିଭ ପ୍ରାକ୍ଟିସ କରୁଛନ୍ତି। ଏହାଦ୍ୱାରା ସରକାରୀ ରାଜସ୍ୱକୁ କ୍ଷତି ପହଞ୍ଚୁଛି । ତେଣୁ ଏହି ବ୍ରାଣ୍ଡଗୁଡ଼ିକର ଲାଇସେନ୍ସ ରଦ୍ଦ କରିବା ସହ ମାମଲାରେ ତୁରନ୍ତ ହସ୍ତକ୍ଷେପ ପାଇଁ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅଲ୍ ଇଣ୍ଡିଆ ମୋବାଇଲ ରିଟେଲର୍ସ ଆସୋସିଏସନ (AMIRA) ଚିଠି ଲେଖିଛି।

ସଂଘର ଫାଉଣ୍ଡର ଏବଂ ଚେୟାରମ୍ୟାନ କୈଲାଶ ଲଖୟାନୀ କହିଛନ୍ତି ‘‘ଏହି କମ୍ପାନିଗୁଡ଼ିକ ଇ-କମର୍ସ ପ୍ଲାଟଫର୍ମ ଆମାଜନ ସହ ଏକ୍ସକ୍ଲୁସିଭ ଆଗ୍ରୀମେଣ୍ଟ କରି ନିୟମର ଉଲ୍ଲଘଂନ କରୁଛନ୍ତି। ରିଟେଲ ଷ୍ଟୋର ମାଧ୍ୟମରେ ଉତ୍ପାଦକୁ ବିକ୍ରି କରିବାକୁ ମନା କରୁଛନ୍ତି। ସ୍ଥାନୀୟ ବ୍ୟବସାୟର ସୁରକ୍ଷା ଏବଂ ଦେଶରେ ଉତ୍ତମ ବାଣିଜ୍ୟିକ ଢାଞ୍ଚା ବଜାୟ ରଖିବା ଜରୁରୀ। ତେଣୁ କେବଳ ଅନଲାଇନ ପ୍ଲାଟଫର୍ମକୁ ପ୍ରଡକ୍ଟସ ନଦେଇ ରିଟେଲର ଷ୍ଟୋରଗୁଡ଼ିକୁ ମଧ୍ୟ କମ୍ପାନିମାନେ ପ୍ରଡକ୍ଟ ଦେବା ଉଚିତ ବୋଲି ସଂଘ ସଭାପତି କହିଛନ୍ତି। ନିକଟରେ ଆସିଥିବା ସିସିଆଇ ରିପୋର୍ଟରେ ମଧ୍ୟ ଆଣ୍ଟି କମ୍ପିଟେଟିଭ ପ୍ରାକ୍ଟିସର ଖୁଲାସା ହୋଇଛି। ତେଣୁ ଯେଉଁମାନେ ଏଭଳି କରୁଛନ୍ତି ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯାଉ ବୋଲି ସଂଘ ଚେୟାରମେନ କହିଛନ୍ତି।