ନୀତି ଆୟୋଗ ବୈଠକ ଅଧାରୁ ଉଠିଆସିଲେ ମମତା, 'କହିଲେ ସମୟ କାଟ ଛାଣ୍ଟ କରି ମୋତେ ଅପମାନିତ କରାଗଲା '
ନୂଆଦିଲ୍ଲୀ ୨୭/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ NITI ଆୟୋଗର ପରିଚାଳନା ପରିଷଦର ବୈଠକ ବସିଛି । ବୈଠକରେ ସାମିଲ ହୋଇଥିଲେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ । ତେବେ ବୈଠକରେ ସାମିଲ ହୋଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ହେଲେ ବୈଠକ ଅଧାରୁ ଉଠି ଚାଲିଆସିଥିଲେ ମମତା । ଖାଲି ଉଠିଆସିନଥିଲେ ତ ଗୁରୁତର ଅଭିଯୋଗ ଆଣିଥିଲେ । ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ତାଙ୍କୁ କହିବାର ସୁଯୋଗ ଦିଆଯାଇନଥିଲା । ତାଙ୍କୁ ପାଞ୍ଚ ମିନିଟ ମଧ୍ୟରେ ଅଟକାଇ ଦିଆଯାଇଥିଲା। ଅର୍ଥାତ୍ ତାଙ୍କୁ ୫ ମିନିଟର ସୁଯୋଗ ମିଳିଥିଲା । ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଅନୁଷ୍ଠିତ ସଭା ଛାଡିବା ପରେ ମମତା ବାନାର୍ଜୀ କହିଛନ୍ତି, "ମୁଁ ବୈଠକକୁ ବହିଷ୍କାର କରିଛି । ଚନ୍ଦ୍ରବାବୁ ନାଇଡୁଙ୍କୁ କହିବାକୁ ୨୦ ମିନିଟ୍ ସମୟ ଦିଆଯାଇଛି, ଆସାମ, ଗୋଆ, ଛତିଶଗଡର ସିଏମ୍ ମାନେ ୧୦-୧୨ ମିନିଟ୍ କଥା ହୋଇଥିଲେ। ମୁଁ କେବଳ ପାଞ୍ଚ ମିନିଟ ପରେ କହିବା ପରେ ଆଉ ସୁଯୋଗ ମିଳିଲାନି । ତେବେ ମୋତେ ଏହା ପସନ୍ଦ ଆସିଲାନି ମୁଁ ଉଠି ପଳେଇ ଆସିଲି । ମମତା ବାନାର୍ଜୀ କହିଛନ୍ତି, 'ମୁଁ ଯୋଜନା ଆୟୋଗକୁ ଫେରାଇ ଆଣିବାକୁ କହିଲି, ମୁଁ କହିଲି ବଙ୍ଗକୁ ଅର୍ଥ ଦିଅ ଏବଂ ଭେଦଭାବ କର ନାହିଁ । ମୁଁ କହିଲି ଯେ ଯେତେବେଳେ ଆମେ କେନ୍ଦ୍ର ସରକାର ଚଳାଉ, ସେତେବେଳେ ଆମେ ସମସ୍ତ ରାଜ୍ୟ ବିଷୟରେ ଚିନ୍ତା କରିବା ଉଚିତ୍। ମୁଁ କେନ୍ଦ୍ରୀୟ ପ
ନୂଆଦିଲ୍ଲୀ ୨୭/୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ NITI ଆୟୋଗର ପରିଚାଳନା ପରିଷଦର ବୈଠକ ବସିଛି । ବୈଠକରେ ସାମିଲ ହୋଇଥିଲେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ । ତେବେ ବୈଠକରେ ସାମିଲ ହୋଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ହେଲେ ବୈଠକ ଅଧାରୁ ଉଠି ଚାଲିଆସିଥିଲେ ମମତା । ଖାଲି ଉଠିଆସିନଥିଲେ ତ ଗୁରୁତର ଅଭିଯୋଗ ଆଣିଥିଲେ ।
ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ତାଙ୍କୁ କହିବାର ସୁଯୋଗ ଦିଆଯାଇନଥିଲା । ତାଙ୍କୁ ପାଞ୍ଚ ମିନିଟ ମଧ୍ୟରେ ଅଟକାଇ ଦିଆଯାଇଥିଲା। ଅର୍ଥାତ୍ ତାଙ୍କୁ ୫ ମିନିଟର ସୁଯୋଗ ମିଳିଥିଲା । ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଅନୁଷ୍ଠିତ ସଭା ଛାଡିବା ପରେ ମମତା ବାନାର୍ଜୀ କହିଛନ୍ତି, "ମୁଁ ବୈଠକକୁ ବହିଷ୍କାର କରିଛି ।
ଚନ୍ଦ୍ରବାବୁ ନାଇଡୁଙ୍କୁ କହିବାକୁ ୨୦ ମିନିଟ୍ ସମୟ ଦିଆଯାଇଛି, ଆସାମ, ଗୋଆ, ଛତିଶଗଡର ସିଏମ୍ ମାନେ ୧୦-୧୨ ମିନିଟ୍ କଥା ହୋଇଥିଲେ। ମୁଁ କେବଳ ପାଞ୍ଚ ମିନିଟ ପରେ କହିବା ପରେ ଆଉ ସୁଯୋଗ ମିଳିଲାନି । ତେବେ ମୋତେ ଏହା ପସନ୍ଦ ଆସିଲାନି ମୁଁ ଉଠି ପଳେଇ ଆସିଲି ।
ମମତା ବାନାର୍ଜୀ କହିଛନ୍ତି, 'ମୁଁ ଯୋଜନା ଆୟୋଗକୁ ଫେରାଇ ଆଣିବାକୁ କହିଲି, ମୁଁ କହିଲି ବଙ୍ଗକୁ ଅର୍ଥ ଦିଅ ଏବଂ ଭେଦଭାବ କର ନାହିଁ । ମୁଁ କହିଲି ଯେ ଯେତେବେଳେ ଆମେ କେନ୍ଦ୍ର ସରକାର ଚଳାଉ, ସେତେବେଳେ ଆମେ ସମସ୍ତ ରାଜ୍ୟ ବିଷୟରେ ଚିନ୍ତା କରିବା ଉଚିତ୍। ମୁଁ କେନ୍ଦ୍ରୀୟ ପାଣ୍ଠି ବିଷୟରେ କହୁଥିଲି ଯେ ଏହା ପଶ୍ଚିମବଙ୍ଗକୁ ଦିଆଯାଉ ନାହିଁ, ତା’ପରେ ସେ ମୋର ମାଇକ୍ ମ୍ୟୁଟ୍ କରିଦେଲେ ।
ମୁଁ କହିଲି ଯେ ବିରୋଧୀ ଦଳରୁ ମୁଁ କେବଳ ଏହି ସଭାରେ ଯୋଗଦେଉଛି, ତୁମେ ଖୁସି ହେବା ଉଚିତ, ଏହା ବଦଳରେ ତୁମେ ନିଜ ଦଳ ଏବଂ ସରକାରକୁ ଅଧିକ ପ୍ରାଧାନ୍ୟ ଦେଉଛ । ଏହା କେବଳ ବଙ୍ଗଳା ପ୍ରତି ଅପମାନ ନୁହେଁ, ବରଂ ସମସ୍ତ ଆଞ୍ଚଳିକ ଦଳ ପାଇଁ ଅପମାନ। ଏହା ମଧ୍ୟ ମୋ ପାଇଁ ଅପମାନ ।