‘ନୀତି ଆୟୋଗଙ୍କ ବିତ୍ତୀୟ ସ୍ୱାସ୍ଥ୍ୟସୂଚୀରେ ଓଡ଼ିଶା ପ୍ରଥମ’

ଭୁବନେଶ୍ବର : ନୀତି ଆୟୋଗଙ୍କ ଦ୍ୱାରା ପ୍ରକାଶିତ ୨୦୨୫ର ବିତ୍ତୀୟ ସ୍ୱାସ୍ଥ୍ୟସୂଚୀରେ ଓଡ଼ିଶା ଦେଶର ସମସ୍ତ ରାଜ୍ୟକୁ ପଛରେ ପକାଇ ଶୀର୍ଷ ସ୍ଥାନରେ ରହିଛି ବୋଲି ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଡ. ସଂତୃପ୍ତ ମିଶ୍ର କହିଛନ୍ତି। ସେ କହିଥିଲେ ଯେ ବିଜେପିର ନେତା ଓ ମନ୍ତ୍ରୀଙ୍କ ଦ୍ୱାରା ବାରମ୍ବାର ନବୀନଙ୍କ ଶାସନ କାଳରେ କିଛି ହୋଇନାହିଁ ବୋଲି କରୁଥିବା ପ୍ରଚାର ଆଜି କେନ୍ଦ୍ର ସରକାରଙ୍କ ନୀତି ଆୟୋଗର […]

‘ନୀତି ଆୟୋଗଙ୍କ ବିତ୍ତୀୟ ସ୍ୱାସ୍ଥ୍ୟସୂଚୀରେ ଓଡ଼ିଶା ପ୍ରଥମ’

ଭୁବନେଶ୍ବର : ନୀତି ଆୟୋଗଙ୍କ ଦ୍ୱାରା ପ୍ରକାଶିତ ୨୦୨୫ର ବିତ୍ତୀୟ ସ୍ୱାସ୍ଥ୍ୟସୂଚୀରେ ଓଡ଼ିଶା ଦେଶର ସମସ୍ତ ରାଜ୍ୟକୁ ପଛରେ ପକାଇ ଶୀର୍ଷ ସ୍ଥାନରେ ରହିଛି ବୋଲି ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଡ. ସଂତୃପ୍ତ ମିଶ୍ର କହିଛନ୍ତି। ସେ କହିଥିଲେ ଯେ ବିଜେପିର ନେତା ଓ ମନ୍ତ୍ରୀଙ୍କ ଦ୍ୱାରା ବାରମ୍ବାର ନବୀନଙ୍କ ଶାସନ କାଳରେ କିଛି ହୋଇନାହିଁ ବୋଲି କରୁଥିବା ପ୍ରଚାର ଆଜି କେନ୍ଦ୍ର ସରକାରଙ୍କ ନୀତି ଆୟୋଗର ଏହି ରିପୋର୍ଟରେ ଭୁଲ୍‌ ପ୍ରମାଣିତ ହୋଇଛି। ଏହି ରିପୋର୍ଟକୁ ନେଇ ବିଜୁ ଜନତା ଦଳ ବିଜେପିକୁ ଘେରିଛି। ସାମ୍ବାଦିକ ସମ୍ମିଳନୀରେ ଡ.ମିଶ୍ର କହିଥିଲେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଏହି ସୂଚୀ ଜାରି କରାଯାଇଛି। ଏହି ସୂଚୀରେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରି ଆଚିଭର ବର୍ଗରେ ରହିଛି। ନୀତି ଆୟୋଗର ଏହି ରିପୋର୍ଟ ଅନୁଯାୟୀ, ୨୦୧୪-୧୫ରୁ ୨୦୨୧-୨୨ ପର୍ଯ୍ୟନ୍ତ ଲଗାତାର ଭାବେ ଓଡ଼ିଶା ପ୍ରଥମ ସ୍ଥାନ ହାସଲ କରି ଆସୁଛି। ଦୀର୍ଘ ସମୟ ଧରି ବିତ୍ତୀୟ ଶୃଙ୍ଖଳା ପ୍ରଦର୍ଶନ କରିବାରେ ଓଡ଼ିଶା ଉଦାହରଣ ସୃଷ୍ଟି କରିଛି। ନୀତି ଆୟୋଗଙ୍କ ଏହି ରିପୋର୍ଟ ଅନୁଯାୟୀ ସାମଗ୍ରିକ ୬୭.୮ପଏଣ୍ଟ ପାଇ ଓଡ଼ିଶା ପ୍ରଥମ ସ୍ଥାନରେ ରହିଥିବାବେଳେ ୫୫.୨ ପଏଣ୍ଟ ପାଇ ଛତିଶଗଡ଼ ଦ୍ୱିତୀୟ ଓ ୫୩.୬ ପଏଣ୍ଟ ପାଇ ଗୋଆ ତୃତୀୟ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ଥିବା ଓଡ଼ିଶା ଦ୍ୱିତୀୟ ସ୍ଥାନରେ ଥିବା ଛତିଶଗଡ଼ଠାରୁ ୧୨ ପଏଣ୍ଟ ବୃହତ୍ ବ୍ୟବଧାନରେ ରହିଛି। ନବୀନଙ୍କ ଦୂରଦର୍ଶୀ ନେତୃତ୍ୱ ଯୋଗୁଁ ଓଡ଼ିଶାକୁ ନୀତି ଆୟୋଗ ଭଳି କେନ୍ଦ୍ରୀୟ ସଂସ୍ଥାରୁ ପ୍ରଶଂସା ମିଳୁଛି। ଆଜିର ଏହି ଉପଲବ୍ଧିକୁ ଓଡ଼ିଶାବାସୀଙ୍କ ସମ୍ମୁଖରେ ବିଜେପି ସ୍ବୀକାର କରିବାର ଆବଶ୍ୟକତା ଅଛି ବୋଲି ଡ.ମିଶ୍ର କହିଥିଲେ।