ନୀତୀଶଙ୍କୁ ବଡ଼ ଅଫର୍‌ ଦେଲେ ଲାଲୁ: କହିଲେ, ତୁମ ପାଇଁ ଆମ…

ପାଟନା,୩ା୧:୨୦୨୫ ଶେଷ ଆଡ଼କୁ ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ପଲ୍‌ଟୁରାମ ନାମରେ ପରିଚିତ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନ୍‌ଡିଏ ଛାଡ଼ି ମହାମେଣ୍ଟକୁ ଫେରିବା ନେଇ କଳ୍ପନାଜଳ୍ପନା ସୃଷ୍ଟି କଲାଭଳି ମନ୍ତବ୍ୟ ଦେଇଛନ୍ତି ଆର୍‌ଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବ। ଲାଲୁ ବୁଧବାର କହିଛନ୍ତି, କ୍ଷମା କରିବା ମୋ କାର୍ଯ୍ୟ। ଜେଡିୟୁ ମୁଖ୍ୟ ନୀତୀଶ କୁମାର ଯଦି ଫେରିଆସିବେ, ତାଙ୍କୁ ବିନା ଦ୍ୱିଧାରେ କ୍ଷମା କରିଦେବି। ସମସ୍ତେ ମିଳିମିଶି କାର୍ଯ୍ୟ କରିବୁ। ମୋ ଦ୍ୱାର ସବୁବେଳେ ନୀତୀଶଙ୍କ ପାଇଁ […] The post ନୀତୀଶଙ୍କୁ ବଡ଼ ଅଫର୍‌ ଦେଲେ ଲାଲୁ: କହିଲେ, ତୁମ ପାଇଁ ଆମ… appeared first on Dharitri Odia News.

ନୀତୀଶଙ୍କୁ ବଡ଼ ଅଫର୍‌ ଦେଲେ ଲାଲୁ: କହିଲେ, ତୁମ ପାଇଁ ଆମ…

ପାଟନା,୩ା୧:୨୦୨୫ ଶେଷ ଆଡ଼କୁ ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ପଲ୍‌ଟୁରାମ ନାମରେ ପରିଚିତ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏନ୍‌ଡିଏ ଛାଡ଼ି ମହାମେଣ୍ଟକୁ ଫେରିବା ନେଇ କଳ୍ପନାଜଳ୍ପନା ସୃଷ୍ଟି କଲାଭଳି ମନ୍ତବ୍ୟ ଦେଇଛନ୍ତି ଆର୍‌ଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବ। ଲାଲୁ ବୁଧବାର କହିଛନ୍ତି, କ୍ଷମା କରିବା ମୋ କାର୍ଯ୍ୟ। ଜେଡିୟୁ ମୁଖ୍ୟ ନୀତୀଶ କୁମାର ଯଦି ଫେରିଆସିବେ, ତାଙ୍କୁ ବିନା ଦ୍ୱିଧାରେ କ୍ଷମା କରିଦେବି। ସମସ୍ତେ ମିଳିମିଶି କାର୍ଯ୍ୟ କରିବୁ। ମୋ ଦ୍ୱାର ସବୁବେଳେ ନୀତୀଶଙ୍କ ପାଇଁ ଖୋଲା ରହିଛି। ନୀତୀଶ ମଧ୍ୟ ନିଜ ଦ୍ୱାର ଖୋଲା ରଖିବା ଉଚିତ। ଲାଲୁଙ୍କ ଏହି ମନ୍ତବ୍ୟକୁ ନେଇ ବିହାର ରାଜନୀତିରେ ଚର୍ଚ୍ଚା ଜୋର୍‌ ଧରିଛି। ଏହା ଉପରେ ନୀତୀଶଙ୍କୁ ଖବରଦାତାମାନେ ପ୍ରଶ୍ନ କରିବାରୁ କ’ଣ କହୁଛନ୍ତି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷେ ଲାଲୁଙ୍କ ପୁଅ ତଥା ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ ଏଭଳି ସମ୍ଭାବନାକୁ ଖଣ୍ଡନ କରିଛନ୍ତି। ସାମ୍ବାଦିକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସୌଜନ୍ୟତା ଦୃଷ୍ଟିରୁ ଲାଲୁ ଏପରି କହିଥିବା ସେ ପ୍ରକାଶ କରିଛନ୍ତି। ନୂଆବର୍ଷରେ ରାଜ୍ୟରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରର ଅନ୍ତ ଘଟିବ ବୋଲି ତେଜସ୍ବୀ ସମାଲୋଚନା କରିଛନ୍ତି।

The post ନୀତୀଶଙ୍କୁ ବଡ଼ ଅଫର୍‌ ଦେଲେ ଲାଲୁ: କହିଲେ, ତୁମ ପାଇଁ ଆମ… appeared first on Dharitri Odia News.